ETV Bharat / bharat

ମୁଙ୍ଗେର ଘଟଣାରେ ତେଜସ୍ବୀଙ୍କ ପ୍ରଶ୍ନ, ଜେନେରାଲ ଡାୟର ହେବାକୁ ପୋଲିସକୁ କିଏ ଦେଲା ଅନୁମତି ?

author img

By

Published : Oct 28, 2020, 11:10 AM IST

ମୁଙ୍ଗେର ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଜେନେରାଲ ଡାୟର ହେବାକୁ ପୋଲିସକୁ କିଏ ଦେଇଛି ଅନୁମତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଙ୍ଗେର ଘଟଣାରେ ତେଜସ୍ବୀଙ୍କ ପ୍ରଶ୍ନ
ମୁଙ୍ଗେର ଘଟଣାରେ ତେଜସ୍ବୀଙ୍କ ପ୍ରଶ୍ନ

ପାଟନା: ବିହାରର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାବେଳେ ମୁଙ୍ଗେର ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ମୁଙ୍ଗେର ଘଟଣାରେ ସେ ସରକାରଙ୍କ ଉପରେ ବର୍ଷିବା ସହ ପୋଲିସକୁ ଜେନେରାଲ ଡାୟର ହେବାକୁ କିଏ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭସାଣି ସମୟରେ ପୋଲିସର ଲାଠିଚାର୍ଜକୁ ନିନ୍ଦା କରିବା ସହ ସରକାରଙ୍କ ଉପରେ ହମଲା କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିବା ସହ ନିଜେ ଗୃହମନ୍ତ୍ରୀ ରହି ମଧ୍ୟ କଣ କରୁଥିଲେ ବୋଲି ଟାର୍ଗେଟ କରିଛନ୍ତି ।

ମୁଙ୍ଗେର ଘଟଣାରେ ତେଜସ୍ବୀଙ୍କ ପ୍ରଶ୍ନ

ସେହିପରି ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏହି ଘଟଣାରେ କେବଳ ଟ୍ବିଟ୍‌ କରିବା ଛଡା ଆଉ କଣ କରିଛନ୍ତି ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି । ଏହାସହ ବିରୋଧୀଦଳ ନେତା କହିଛନ୍ତି ଯେ, ‘ମୁଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ଯେ, ମୁଙ୍ଗେର ପୋଲିସକୁ ଜେନେରାଲ ଡାୟର ହେବାକୁ କିଏ ଅନୁମତି ଦେଲା ।’

ସୂଚନାଥାଉକି, ସୋମବାର ରାତିରେ ଦୁର୍ଗାଙ୍କ ଭସାଣୀ ସମୟରେ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଲୋକଙ୍କ ଉପରକୁ ଲାଠିଚାର୍ଜ କରିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାସ୍ଥଳରେ ପଥର ମାଡ ହେବା ସହ ଗୁଳି ଫୁଟିଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.