ପାଟନା: ବିହାର ବିଧାନ ପରିଷଦ ନିର୍ବାଚନ(ଏମଏଲସି) ପାଇଁ ପ୍ରାର୍ଥୀ ଘୋଷଣା କଲା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) । ବିସ୍କୋମାନ ଚେୟାରମ୍ୟାନ ସୁନୀଲ ସିଂ, ବିଏନ କଲେଜ ପ୍ରଫେସର ରାମ ବାଲି ଚନ୍ଦ୍ରଭାନସୀ ଓ ମୁମ୍ବାଇ ବ୍ୟବସୀୟୀ ଫାରୁକ ଶେଖଙ୍କୁ ଦଳ ପ୍ରାର୍ଥୀ କରିଛି ।
ମଙ୍ଗଳବାର 5 ଜଣ ଏମଏଲସି ଇସ୍ତାଫା ଦେଇ ଜେଡିୟୁରେ ଯୋଗ ଦେଇଛନ୍ତି । ପୂର୍ବରୁ ଦଳର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ ସିଂ ଦଳ ଛାଡିଥିଲେ। ସେ ଏବେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଛି । ଆରଜେଡି ଛାଡି ଜେଡିୟୁରେ ମିଶିଥିବା 5 ଏମଏଲସି ହେଲେ ସଞ୍ଜୟ ପ୍ରସାଦ, ଦିଲ୍ଲୀପ ରାୟ, ମହମ୍ମଦ କମର ଆଲାମ ରାଧାଚରଣ ଶାହା ଓ ରଣବିଜୟ ସିଂ । ଜୁଲାଇ 7 ବିଧାନ ପରିଷଦ ନିର୍ବାଚନ ହେବାକୁ ଥିବାବେଳେ ଏହି ନେତାମାନେ ଦଳ ଛାଡିଛନ୍ତି ।
ସେପଟେ ବିଜେପି ମଧ୍ୟ ତାର 2ଟି ପ୍ରାର୍ଥୀ ଘୋଷଣା କରିଛି । ସମ୍ରାଟ ଚୈଧୁରୀ ଓ ସଞ୍ଜୟ ପ୍ରକାଶଙ୍କୁ ବିହାର ବିଧାନ ପରିଷଧ ନିର୍ବାଚନର ଲଢିବେ ।
@ANI