ETV Bharat / bharat

ଆଜି ପୁଣି ରିୟାଙ୍କୁ ଜେରା କରିବ ଇଡି, ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Aug 10, 2020, 9:36 AM IST

ରିୟାଙ୍କୁ ଆଜି ପୁଣି ଥରେ ଜେରା କରିବ ଇଡି। ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ଓ ଅର୍ଥନୈତିକ କାରବାର ଅଭିଯୋଗରେ ରିୟାଙ୍କୁ ଜେରା କରାଯିବ। ଏହା ସହ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଏକ ସମନ ଜାରି କରିଛି।

ପୁଣି ଥରେ ଇଡି ଜେରାର ସାମ୍ନା କରିବେ ରିୟା, ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ରିୟାଙ୍କୁ ଆଜି ପୁଣି ଥରେ ଜେରା କରିବ ଇଡି। ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ଓ ଅର୍ଥନୈତିକ କାରବାର ଅଭିଯୋଗରେ ରିୟାଙ୍କୁ ଜେରା କରାଯିବ। ଏହା ସହ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଏକ ସମନ ଜାରି କରିଛି। ପୂର୍ବରୁ ସୌଭିକ୍ ଇଡି ଦ୍ବାରା 18 ଘଣ୍ଟା କାଳ ଜେରାର ସାମ୍ନା କରିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ, ଭାଇ ସୌଭିକ ଚକ୍ରବର୍ତ୍ତୀ, ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଟଙ୍କା କାରବାର, ଫ୍ଲାଟ, ସମ୍ପତ୍ତି, ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଇଡି ପଚରାଉଚରା କରୁଛି। ଏହା ବ୍ୟତୀତ ସୁଶାନ୍ତଙ୍କ ସାଥୀ ସିଦ୍ଦାର୍ଥ ପିଠାନୀଙ୍କୁ ପୁଣି ଥରେ ପ୍ରଶ୍ନ କରାଯାଇପାରେ।

ଏହାପୂର୍ବରୁ ଶୁକ୍ରବାର ଦିନ ଯେତେବେଳେ ରିୟା ଚକ୍ରବର୍ତ୍ତୀ ଇଡିରେ ହାଜର ହୋଇଥିଲେ ସେତେବେଳେ ସେ ସୁଶାନ୍ତଙ୍କ ଟଙ୍କା ନେଇ ସେ ଫ୍ଲାଟ ନେଇଥିବାର ମନା କରିଦେଇଥିଲେ। ରିୟା କହିଛନ୍ତି ଯେ ସେ ଅନେକ ଚଳଚ୍ଚିତ୍ର କରିଛନ୍ତି, ଉକ୍ତ ଟଙ୍କାରୁ ସେ ଫ୍ଲାଟ ନେଇଥିଲେ।

ତେବେ ରିୟାଙ୍କ ଓକିଲମାନେ ଦୁଇଟି ସମ୍ପତ୍ତିର ତଥ୍ୟ ସେୟାର କରିଥିଲେ, ଯେଉଁଥିରେ ସୁଶାନ୍ତଙ୍କ ଦ୍ୱାରା ଲିଖିତ ଏକ ନୋଟ୍ ଏବଂ ଏକ ଉପହାରଯୁକ୍ତ ବୋତଲ ଯାହା ରିୟା ସୁଶାନ୍ତଙ୍କଠାରୁ ନିଆଯାଇଥିବା ସମ୍ପତ୍ତି ବୋଲି କୁହାଯାଇଥିଲା।

ବର୍ତ୍ତମାନ ଇଡି ପୁଣି ଥରେ ଏହି ସବୁ ଜିନିଷ ବିଷୟରେ ବିସ୍ତୃତ ଭାବରେ ପଚାରିବ । ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜାରି ରହିଛି ଏବଂ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ତଦନ୍ତ ହୁଏ ତେବେ ସୁଶାନ୍ତ-ଅଙ୍କିତାଙ୍କୁ କାହିଁକି ଅଲଗା କରାଯାଇଥିଲା ତାହା ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ। ଏଥିସହ ସୁଶାନ୍ତ ଏବଂ ତାଙ୍କ ପିତାଙ୍କ ସମ୍ପର୍କ ଭଲ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଉତ୍ତର ଦିଆଯାଇଛି ଯେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ ନୁହେଁ, ପୋଲିସ ଦ୍ବାରା ତଦନ୍ତ ପ୍ରକ୍ରିୟା ଠିକ୍ ଭାବରେ ଚାଲିଛି।

ସୂଚନା ଥାଉକି, ସୁଶାନ୍ତ ସିଂ ରାଜପୁତ ଜୁନ୍ 14 ରେ ଆତ୍ମହତ୍ୟା କରିଥିଲେ, ସେବେଠାରୁ ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି । ରିୟା ଏବଂ ତାଙ୍କ ପରିବାର ବିରୋଧରେ ସୁଶାନ୍ତଙ୍କ ପିତା ଅର୍ଥହେରଫେର କରିଥିବା ଅଭିଯୋଗ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.