ଅଯୋଧ୍ୟା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିନ । ଏହି ଅବସରରେ ରାମ ଜନ୍ମଭୂମିରେ ସାଧୁସନ୍ଥ ତଥା ପଣ୍ଡିତମାନେ ପୂଜାର୍ଚ୍ଚନା ମାଧ୍ୟମରେ ତାଙ୍କର ଦୀର୍ଘାୟୁ କାମନା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଗତ 6 ବର୍ଷ ଧରି ଲଗାତାର ଭାବେ ରାମଦଳ ଟ୍ରଷ୍ଟ ପକ୍ଷରୁ ଆଦିତ୍ୟ ହୃଦୟ ସ୍ତୋତ୍ରର ଏକ ମହାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହା ନିଜ ମଧ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ । ଅନୁଷ୍ଠାନର କର୍ତ୍ତା ପଣ୍ଡିତ କଲ୍କି ରାମ କହିଛନ୍ତି ଯେ ଏହି ପୂଜାର୍ଚ୍ଚନା ପ୍ରଭୁ ରାମ ମଧ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସକାଳ 7ଟା 36ରେ ରାମଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ମାଧ୍ୟମରେ ରାମଦଳ ଟ୍ରଷ୍ଟ ପକ୍ଷରୁ ଭଗବାନ ରାମଙ୍କୁ ଏକ ନୂତନ ବସ୍ତ୍ର ଦିଆଯାଇଥିଲା । ଏଥିସହ ସ୍ବତନ୍ତ୍ର ଭାବେ ଯଜ୍ଞର ବି ଆୟୋଜନ ହୋଇଥିଲା ।
ପଣ୍ଡିତ କଲ୍କିରାମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ପାଇଁ ଏହି ପୂଜାର୍ଚ୍ଚନାରେ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରାଯିବା ସହ ଆଦିତ୍ୟ ହୃଦୟ ସ୍ତୋତ୍ରରେ ପଦ୍ମ ଫୁଲରେ ବିଶେଷ ଆହୁତି ଦିଆଯାଇଥିଲା । ଏହି ପୂଜାର୍ଚ୍ଚନାର ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ରହିଥିଲା । ବର୍ତ୍ତମାନ ଦେଶର ସେନା ଚୀନ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି । ତେଣୁ ଏହି ଯୁଦ୍ଧରେ ଆମ ସେନା ଯେପରି ବିଜୟ ହୁଅନ୍ତୁ ସେଥିପାଇଁ ଦେଶବାସୀଙ୍କ କର୍ତ୍ତବ୍ୟ କି ସେ ଆଧ୍ୟାତ୍ମିକ ଶକ୍ତିକୁ ଆହ୍ବାନ କରନ୍ତୁ ।
ପଣ୍ଡିତ କଲ୍କିରାମ ଏହା ବି କହିଛନ୍ତି ଯେ, ତ୍ରେତୟା ଯୁଗରେ ପ୍ରଭୁ ରାମ ଲଙ୍କା ବିଜୟ ପୂର୍ବରୁ ନିଜ ଭିତରେ ଥିବା ଆଧ୍ୟାତ୍ମିକ ଶକ୍ତିଙ୍କୁ ଆହ୍ବାନ କରିଥିଲେ । ଆଉ ଲଙ୍କାରେ ବିଜୟର ପତାକା ଉଡାଇଥିଲେ । ଏହିଭଳି ଆମ ସମସ୍ତଙ୍କୁ ଦେଶର ସୁରକ୍ଷା ପାଇଁ ଆଧ୍ୟାତ୍ମିକ ଶକ୍ତିକୁ ଆହ୍ବାନ କରିବା ଆବଶ୍ୟକ ରହିଛି ।
ପ୍ରକାଶ ଥାଉ, କୋଭିଡ -19 ଗାଇଡଲାଇନ ଯୋଗୁଁ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ତାଙ୍କ ଦଳ ପକ୍ଷରୁ କିମ୍ବା ସମର୍ଥକଙ୍କ ପକ୍ଷରୁ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ । କିନ୍ତୁ ମୋଦିଙ୍କ ସମର୍ଥକ ସାଧୁସନ୍ଥ ତାଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ