ETV Bharat / bharat

ପଥରରେ ଛେଚି ଯୁବକଙ୍କୁ ହତ୍ୟା - ଇ-ରିକ୍ସା

ମାତ୍ର 6 ହଜାର ଟଙ୍କା ପାଇଁ ବନ୍ଧୁକୁ ମାରିଲା ବନ୍ଧୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡର ବନଭୁଲାପୁର ଅଞ୍ଚଳରେ । ମୃତକଙ୍କୁ ହତ୍ୟାକାରୀ 6 ହଜାର ଟଙ୍କା ମାଗିଥିବା ବେଳେ ମୃତକ ଏହି ଟଙ୍କା ଦେବାକୁ ମନା କରିଦେଇଥିଲେ । ଫଳରେ ହତ୍ୟାକାରୀ କ୍ରୋଧିତ ହୋଇ ନିଶାଶକ୍ତ ଅବସ୍ଥାରେ ଏହି ହତ୍ୟାକାଣ୍ଡ ଭିଆଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 3, 2019, 11:50 AM IST

ଡେରାଡୁନ: ଉତ୍ତରାଖଣ୍ଡର ବନଭୁଲାପୁରା ଥାନା ଅଞ୍ଚଳର ଇନ୍ଦିରା ନଗରରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ମାତ୍ର 6 ହଜାର ଟଙ୍କା ପାଇଁ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରିକ୍ସା ଚାଳକ 26 ବର୍ଷିୟ ସୁମିତ ସାହୁ। ସେପଟେ ପୋଲିସ ହତ୍ୟାକାରୀ ଛତ୍ରପାଲକୁ ଗିରଫ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ହତ୍ୟାକାରୀ ଛତ୍ରପାଲ ଏବଂ ମୃତକ ସୁମିତ ପରସ୍ପର ବନ୍ଧୁ ଥିଲେ । ଘଟଣା ଘଟିବା ପୂର୍ବରୁ ଉଭୟେ ଢେର ମଦ ପିଇଥିଲେ । ଏହି ସମୟରେ ସୁମିତ ନିକଟରେ ଟଙ୍କା ଥିବା ଜାଣିବାକୁ ପାଇଥିଲା । ଫଳରେ ସୁମିତକୁ ଛତ୍ରପାଲ 6 ହଜାର ଟଙ୍କା ମାଗିଥିଲା। ମାତ୍ର ଟଙ୍କା ଦେବାକୁ ସୁମିତ ମନା କରିଦେଇଥିଲେ । ଫଳରେ ଏଥିରେ କ୍ରୋଧିତ ହୋଇ ଉଠିଥିଲା ଛତ୍ରପାଲ।

ମଦ ପିଇ ସାରିବା ପରେ ଉଭୟେ ସୁମିତର ଇ-ରିକ୍ସାରେ ବାହାରି ଯାଇଥିଲେ । ପରେ ସୁମିତକୁ ଏକ ପଥର ସାହାଯ୍ୟରେ ଛେଚି ହତ୍ୟା କରି ନିକଟସ୍ଥ ସୁଶିଲ ତିଓ୍ବାରୀ କର୍କଟ ଡାକ୍ତରଖାନା ନିକଟ ଏକ ଅଳିଆଗଦାରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ତେବେ ସୁମିତକୁ ତାର ପଡ଼ୋଶୀ ଦୁଇ ଦିନ ଧରି ନ ପାଇବାରୁ ପୋଲିସରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସ୍ଥାନୀୟ ନୀଳକଣ୍ଠ ଡାକ୍ତରଖାନା ନିକଟରୁ ସୁମିତର ଇ-ରିକ୍ସା ଜବତ କରିଥିଲା । ପରେ ଗତ 2 ତାରିଖ ସଂଧ୍ୟାରେ ସୁମିତର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ସହିତ ହତ୍ୟାକାରୀ ଛତ୍ରପାଲକୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.