ETV Bharat / bharat

ରେୟାଜ ନାଇକୋ ଏନକାଉଣ୍ଟର ପରେ ପୁଲୱାମାରେ ପଥର ମାଡ ଜାରି - ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରେୟାଜ ନାଇକୋ

ନାଇକୋର ମୃତ୍ୟୁ ଖବର ପ୍ରଚାର ହେବା ପରେ କେବଳ ସେହି ଅଞ୍ଚଳ ନୁହେଁ ବରଂ ପୁଲୱାମାର ପ୍ରାୟ ସମସ୍ତ ଅଞ୍ଚଳ ଓ ଶ୍ରୀନଗରରେ ବର୍ତ୍ତମାନ ଏହି କଟକଣା ଜାରି ରହିଛି । ବର୍ତ୍ତମାନ କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ସତ୍ତ୍ବେ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସୁରକ୍ଷାବଳ ମୁତୟନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

reyaz naikoo encounter, stone pelting in pulawama, pulwama encounter, hizbul mujahideen chief reyaz naikoo, stone pelting in kashmir, ରେୟାଜ ନାଇକୋ ଏନକାଉଣ୍ଟର, ପୁଲୱାମାରେ ପଥର ମାଡ, ପୁଲୱାମା ଏନକାଉଣ୍ଟର, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରେୟାଜ ନାଇକୋ, କାଶ୍ମୀରରେ ପଥର ମାଡ
ରେୟାଜ ନାଇକୋ ଏନକାଉଣ୍ଟର ପରେ ପୁଲୱାମାରେ ପଥର ମାଡ ଜାରି
author img

By

Published : May 7, 2020, 11:00 PM IST

ଶ୍ରୀନଗର: ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ କାଶ୍ମୀରର ବିଭିନ୍ନ ସ୍ଥାନରେ ଜାରି ରହିଛି କର୍ଫ୍ୟୁ ପରିସ୍ଥିତି । ଏପରି କଟକଣା ସତ୍ତ୍ବେ ଗୁରୁବାର ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରେୟାଜ ନାଇକୋ ରହୁଥିବା ପୁଲୱାମା ଜିଲ୍ଲା ଅବନ୍ତିପୋରା ଅଞ୍ଚଳରେ ଢେଲା ପଥର ମାଡ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବୁଧବାର ପୁଲୱାମାର ବେଗପୋରାଠାରେ ନାଇକୋ ଓ ତାହାର କିଛି ସହଯୋଗୀଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଏହାପରେ ପରେ ସମ୍ପୃକ୍ତ ଅଞ୍ଚଳରେ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା ।

ନାଇକୋର ମୃତ୍ୟୁ ଖବର ପ୍ରଚାର ହେବା ପରେ କେବଳ ସେହି ଅଞ୍ଚଳ ନୁହେଁ ବରଂ ପୁଲୱାମାର ପ୍ରାୟ ସମସ୍ତ ଅଞ୍ଚଳ ଓ ଶ୍ରୀନଗରରେ ବର୍ତ୍ତମାନ ଏହି କଟକଣା ଜାରି ରହିଛି । ବର୍ତ୍ତମାନ କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ସତ୍ତ୍ବେ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସୁରକ୍ଷାବଳ ମୁତୟନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

ଅନ୍ୟପଟେ ନାଇକୋର ବାସସ୍ଥଳୀର ନିକଟବର୍ତ୍ତୀ ଅଞ୍ଚଳରେ କେତେକ ଯୁବଗୋଷ୍ଠୀ ଗୁରୁବାର ସକାଳୁ ପଥର ମାଡ କରୁଥିବା ଜଣାପଡିଛି । ତେବେ ପଥର ମାଡ ଘଟଣା ବୁଧବାର ମଧ୍ୟ ହୋଇଥିବା ଜଣାପଡିଛି । ଏଥିରେ 16 ଜଣ ଆହତ ହେବା ସହ 4 ଜଣ ଗୁଳିମାଡରେ ଆହତ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.