ETV Bharat / bharat

କାଶ୍ମୀରରୁ କନ୍ୟାକୁମାରୀ...ଏକ ହେଲା ଭାରତ - article 370

ଗୋଟିଏ ଦେଶରେ ଉଡିବ ଗୋଟିଏ ପତାକା । ଜମ୍ମୁ କାଶ୍ମୀରରୁ ହଟିଲା ଧାରା 370 । ଐତିହାସିକ ପଦକ୍ଷେପ ନେଲେ ମୋଦି ସରକାର । ରାଜ୍ୟ ମାନ୍ୟତା ହରାଇ କେନ୍ଦ୍ର ଶାସିତ ଅଞ୍ଚଳ ସାଜିଲା ଜମ୍ମୁ କାଶ୍ମୀର । ବିନା ବିଧାନସଭାରେ ୟୁନିଅନ ଟେରିଟୋରି ତାଲିକାରେ ଯୋଡି ହେଲା ଲାଦାଖ ।

ଡିଜାଇନ ଫଟୋ
author img

By

Published : Aug 5, 2019, 11:17 PM IST

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରରୁ ଉଚ୍ଛେଦ ହେଲା ଧାରା 370 । ଗୋଟିଏ ଦେଶରେ ଉଡିବ ଗୋଟିଏ ପତାକା । ବିଧାନସଭା କାର୍ଯ୍ୟକାଳ 6 ବର୍ଷ ପରିବର୍ତ୍ତେ ରହିବ 5 ବର୍ଷ । ଆଉ ଉଡିବନି ଜମ୍ମୁର ସ୍ବତନ୍ତ୍ର ପତାକା । ଅନ୍ୟ ରାଜ୍ୟର ନାଗରିକ ଜମ୍ମୁ କାଶ୍ମୀରରେ କିଣିପାରିବେ ସମ୍ପତ୍ତି । ଲାଗୁ ହେବ ଭାରତୀୟ ସମ୍ବିଧାନର ଧାରା 356 ଓ ଆରଟିଆଇ ଆଇନ । ଦ୍ବୈତ ନାଗରିକତ୍ବର ଫାଇଦାରୁ ବଞ୍ଚିତ ହେବେ ଘାଟିବାସିନ୍ଦା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅଗଷ୍ଟ 2 ତାରିଖ ଅପରାହ୍ନ 3ଟା... ଅମରନାଥ ଯାତ୍ରା ରଦ୍ଦରୁ ଆରମ୍ଭ ହେଲା ଅପରେସନ ଧାରା 370 ଉଚ୍ଛେଦ । ରାଜ୍ୟ ବାହାରୁ ଅମରନାଥ ଯାତ୍ରାରେ ବାହାରିଥିବା ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଜାରି ହେଲା ନିର୍ଦ୍ଦେଶନାମା । ଅଗଷ୍ଟ 4 ମଧ୍ୟରାତ୍ରିରେ ପ୍ଲାନ ହେଲା 370 ଉଚ୍ଛେଦ ମିଶନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁହ୍ଲା, ମେହବୁବା ମୁଫତିଙ୍କୁ କରାଗଲା ଗୃହବନ୍ଦୀ । ପିଏମ ମୋଦି ଡାକିଲେ ଉଚ୍ଚସ୍ତରୀୟ ବୈଠକ । ଘାଟିରେ ଜାରି ହେଲା 144 ଧାରା । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ କାଶ୍ମୀରରେ କେବୁଲ ଟିଭି ପ୍ରସାରଣରେ ଲାଗିଲା ରୋକ । ରାଜ୍ୟସଭାରେ 370 ଉଚ୍ଛେଦ ନେଇ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ ଶାହ ।

ବିଲକୁ ସମର୍ଥନ କଲେ ବିଜେପି, ବିଜେଡି, AIADMK, BSP, YSRC ଓ ଶିବସେନା । ବିଲ ବିରୁଦ୍ଧରେ ଗୃହରେ ହଙ୍ଗାମା କରିଥିଲେ ପିଡିପି, କଂଗ୍ରେସ ଓ ଜେଡିୟୁ । ଘାଟିରୁ 370 ଉଚ୍ଛେଦ ନିଷ୍ପତ୍ତି ପରେ ତାତିଲା ପାକିସ୍ତାନ । କାଶ୍ମୀର ପାଇଁ ଭାରତର ଏହା ଏକତରଫା ନିଷ୍ପତ୍ତି ବୋଲି ବିଶ୍ବ ଦରବାରରେ ଗର୍ଜୁଛି ପାକିସ୍ତାନ ।

ସେପଟେ କାଶ୍ମୀର ସ୍ଥିତି ପରଖିବା ପାଇଁ ଘାଟି ଗସ୍ତ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆସନ୍ତା 7 ତାରିଖରେ ବି କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବେ ପିଏମ ମୋଦି । 370କୁ ଆଧାର କରି ଦେଶର ଅଖଣ୍ଡତା, ଏକତାକୁ ଆକ୍ରମଣ କରୁଥିବା ଶତ୍ରୁଙ୍କୁ ମୋଦି-ଶାହ ଯୋଡି ଜବାବ ଦେଇଥିବା ନେଇ ଚାଲିଛି ଚର୍ଚ୍ଚା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ହଟିଲା 370, ବଦଳିଲା ଜମ୍ମୁ କଶ୍ମୀର ଇତିହାସ  

ଘାଟିରେ ଫରଫର ହୋଇ ଉଡିବ ତ୍ରିରଙ୍ଗା 

ଜମ୍ମୁ କାଶ୍ମୀରର ଭାଗ୍ୟ ବଦଳାଇଲେ ମୋଦି ସରକାର 

ରାଜ୍ୟ ମାନ୍ୟତା ହରାଇ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜମ୍ମୁ କଶ୍ମୀର  

ୟୁନିଅନ ଟେରିଟରୀ ତାଲିକାରେ ଯୋଡି ହେଲା ଲାଦାଖ

କାଶ୍ମୀରରୁ କନ୍ୟାକୁମାରୀ..ଏକ ହେଲା ଭାରତ । ଗୋଟିଏ ଦେଶରେ ଉଡିବ ଗୋଟିଏ ପତାକା । ବିଧାନସଭା କାର୍ଯ୍ୟକାଳ 6 ବର୍ଷ ପରିବର୍ତ୍ତେ ରହିବ 5 ବର୍ଷ । ଆଉ ଉଡିବନି ଜମ୍ମୁର ସ୍ବତନ୍ତ୍ର ପତାକା । ଅନ୍ୟ ରାଜ୍ୟର ନାଗରିକ ଜମ୍ମୁ କାଶ୍ମୀରରେ କିଣିପାରିବେ ସମ୍ପତ୍ତି । ଲାଗୁ ହେବ ଭାରତୀୟ ସମ୍ବିଧାନର ଧାରା 356  ଓ ଆରଟିଆଇ ଆଇନ । ଦ୍ବୈତ ନାଗରିକତ୍ବର ଫାଇଦାରୁ ବଞ୍ଚିତ ହେବେ ଘାଟିବାସିନ୍ଦା ।   

ଅଗଷ୍ଟ 2 ତାରିଖ ଅପରାହ୍ନ 3ଟା... ଅମରନାଥ ଯାତ୍ରା ରଦ୍ଦରୁ ଆରମ୍ଭ ହେଲା ଅପରେସନ ଧାରା 370 ଉଚ୍ଛେଦ । ରାଜ୍ୟ ବାହାରୁ ଅମରନାଥ ଯାତ୍ରାରେ ବାହାରିଥିବା ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଜାରି ହେଲା ନିର୍ଦ୍ଦେଶନାମା । ଅଗଷ୍ଟ 4 ମଧ୍ୟରାତ୍ରିରେ ପ୍ଲାନ ହେଲା  370 ଉଚ୍ଛେଦ ମିଶନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁହ୍ଲା, ମେହବୁବା ମୁଫତିଙ୍କୁ କରାଗଲା ଗୃହବନ୍ଦୀ । ପିଏମ ମୋଦି ଡାକିଲେ ଉଚ୍ଚସ୍ତରୀୟ ବୈଠକ । ଘାଟିରେ ଜାରି ହେଲା 144 ଧାରା । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ କାଶ୍ମୀରରେ କେବୁଲ ଟିଭି ପ୍ରସାରଣରେ ଲାଗିଲା ରୋକ । ରାଜ୍ୟସଭାରେ 370 ଉଚ୍ଛେଦ ନେଇ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ ଶାହ । 

ବିଲକୁ ସମର୍ଥନ କଲେ ବିଜେପି, ବିଜେଡି, AIADMK, BSP, YSRC ଓ ଶିବସେନା । ବିଲ ବିରୁଦ୍ଧରେ ଗୃହରେ ହଙ୍ଗାମା କରିଥିଲେ ପିଡିପି, କଂଗ୍ରେସ ଓ ଜେଡିୟୁ । ଘାଟିରୁ 370 ଉଚ୍ଛେଦ ନିଷ୍ପତ୍ତି ପରେ ତାତିଲା ପାକିସ୍ତାନ । କାଶ୍ମୀର ପାଇଁ ଭାରତର ଏହା ଏକତରଫା ନିଷ୍ପତ୍ତି ବୋଲି ବିଶ୍ବ ଦରବାରରେ ଗର୍ଜୁଛି ପାକିସ୍ତାନ । 

ସେପଟେ କାଶ୍ମୀର ସ୍ଥିତି ପରଖିବା ପାଇଁ ଘାଟି ଗସ୍ତ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆସନ୍ତା 7 ତାରିଖରେ ବି କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବେ ପିଏମ ମୋଦି । 370କୁ ଆଧାର କରି ଦେଶର ଅଖଣ୍ଡତା, ଏକତାକୁ ଆକ୍ରମଣ କରୁଥିବା ଶତ୍ରୁଙ୍କୁ ମୋଦି-ଶାହ ଯୋଡି ଜବାବ ଦେଇଥିବା ନେଇ ଚାଲିଛି ଚର୍ଚ୍ଚା ।     

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.