କୋଲକାତା: ଦେଶର ଗୋଟିଏ ଲକ୍ଷ୍ୟ ପ୍ଲାଷ୍ଟିକ ମୁକ୍ତ ଭାରତ । ଗୋଟେ ପଟେ ପ୍ଲାଷ୍ଟିକ ବ୍ୟାନ, ଅନ୍ୟପଟେ ଝୋଟ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ସହଯୋଗର ହାତ, ଏହାକୁ ଦେଖାଇଛି ନୂଆ ରାହା । ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ଝୋଟ ଚାଷୀ ଓ ଝୋଟରୁ ସାମଗ୍ରୀ ପ୍ରସ୍ତୁତ କରୁଥିବା ନିର୍ମାତାଙ୍କ ଉପରେ ଏହା ଆଶୀର୍ବାଦ ସଦୃଶ ହେବ । ବିନା ସହାୟତାରେ ମରିବାକୁ ବସିଥିବା କ୍ଷେତ ପାଇବ ପୁର୍ନଃଜୀବନ ।
ପଶ୍ଚିମବଙ୍ଗର ନଦିଆ ଓ 24 ପରଗନା ଜିଲ୍ଲା ଝୋଟ ଉତ୍ପାଦନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି । ଝୋଟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଆଗକୁ ଆସିଛନ୍ତି । ଚାଷ ସମୟରେ ଚାଷୀ କେଉଁ କେଉଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତାକୁ କିଭଳି ସମାଧାନ କରାଯାଇପାରିବ ସେନେଇ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଝୋଟ ଉତ୍ପାଦନକାରୀଙ୍କ ଭବିଷ୍ୟତ କିଭଳି ସୁରକ୍ଷିତ ହୋଇପାରିବ, ଏଥିପାଇଁ ଆଇନ ସଂଶୋଧନ ଆବଶ୍ୟକତା ରହିଛି କି ରିପୋର୍ଟର ମୁଖ୍ୟ ପ୍ରସଙ୍ଗ ରହିଛି । ଏହାସହ ଚାଷୀଙ୍କୁ ପର୍ଯ୍ୟାପ୍ତ ପାଣି, ଉନ୍ନତମାନର ବିହନ ଯୋଗାଇ ଦେବା ଉପରେ ଦିଆଯାଉଛି ଫୋକସ । ଅନ୍ୟପଟେ ଝୋଟ ଚାଷ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି, କିଭଳି ବହୁଳ ଭାବରେ ଝୋଟ ଉତ୍ପାଦିତ ହୋଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ