ETV Bharat / bharat

ବିଜେପି-ଆରଏସଏସ ସହ ଯୋଡି ହେଲେ ମଦନ ଶର୍ମା, ରାଜ୍ୟପାଳଙ୍କୁ କଲେ ସାକ୍ଷାତ - ଶିବସେନାର କର୍ମୀ ମାଡ ମାରିବା ପ୍ରସଙ୍ଗ

ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନାର କର୍ମୀ ମାଡ ମାରିବା ପ୍ରସଙ୍ଗ ରାଜନୀତି ମୋଡ ନେଲାଣି । ମଦନ ଶର୍ମା ଆଜି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟିଛନ୍ତି ।

ବିଜେପି-ଆରଏସଏସରେ ଯୋଗ ଦେଲେ ମଦନ ଶର୍ମା
ବିଜେପି-ଆରଏସଏସରେ ଯୋଗ ଦେଲେ ମଦନ ଶର୍ମା
author img

By

Published : Sep 15, 2020, 6:32 PM IST

Updated : Sep 15, 2020, 6:44 PM IST

ମୁମ୍ବାଇ: ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନାର କର୍ମୀ ମାଡ ମାରିବା ପ୍ରସଙ୍ଗ ରାଜନୀତି ମୋଡ ନେଲାଣି । ମଦନ ଶର୍ମା ଆଜି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟିଛନ୍ତି । ଏହି ସମୟରେ ମଦନ ଶର୍ମା ରାଜ୍ୟପାଳଙ୍କୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ମଦନ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ମୁଁ ବର୍ତ୍ତମାନ ବିଜେପି, ଆରଏସଏସରେ ଯୋଡି ହେଲି ।

ଅନ୍ୟପକ୍ଷେ ବରିଷ୍ଠ ସଂଗଠନ ରାଷ୍ଟ୍ରୀୟ ସୈନିକ ସଂସ୍ଥାନର ମୁମ୍ବାଇ ବ୍ରାଞ୍ଚର ଅଧ୍ୟକ୍ଷ ପଞ୍ଜାବର ଓ ଲକ୍ଷ୍ମଣ ମୁଧାନେ କହିଛନ୍ତି ଯଦି ଉଦ୍ଧବ ଠାକରେ କ୍ଷମା ନ ମାଗନ୍ତି, ତେବେ 3 ଦିନରେ ସମସ୍ତ ଅବସରପ୍ରାପ୍ତ ସେନା ଅଧିକାରୀ ଆଜାଦ ମୈଦାନରେ ବିରୋଧ ପ୍ରଦର୍ଶନ କରିବେ ।

ସୋସିଆଲ ମିଡିଆରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଟୁନ୍ ସେୟାର କରିବା କାରଣରୁ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଲୋଖଣ୍ଡେୱାଲା କମ୍ପ୍ଲେକ୍ସରେ ଥିବା ତାଙ୍କ ବାସଭବନ ବାହାରେ ଶିବସେନା କର୍ମଚାରୀ ଆକ୍ରମଣ କରିଥିଲେ। କାର୍ଟୁନ୍‌ରେ ଉଦ୍ଧବ ଠାକରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଏନସିପି ସଭାପତି ଶରଦ ପାୱାର ଧଳା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।

ମଦନ ଶର୍ମା ପୋଲିସ ନିକଟରେ ଏହାକୁ ନେଇ ଅଭିଯୋଗ କରିଥିଲେ। ମଦନ ଶର୍ମାଙ୍କ ଅଭିଯୋଗ ପରେ ଶୁକ୍ରବାର ବିଳମ୍ବିତ ରାତିରେ ସମତାନଗର ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଶିବସେନା ମୁଖ୍ୟ ପ୍ରଧାନ କମଲେଶ କଦମ ଏବଂ ତାଙ୍କ ସହଯୋଗୀ ସଞ୍ଜୟ ମଞ୍ଜରେ, ରାକେଶ ବେଲଭେକର ଏବଂ ପ୍ରତାପ ସୋଣ୍ଡ। ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।

Last Updated : Sep 15, 2020, 6:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.