ETV Bharat / bharat

ଏନଆରସି ତାଲିକାରୁ ବାଦ୍‌ ପଡିଲେ କାର୍ଗିଲ ହିରୋ

ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ପରିଚୟ ସ୍ପଷ୍ଟ କରୁଥିବା ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ଚୂଡ଼ାନ୍ତ ତାଲିକାରୁ ବାଦ୍‌ ପଡିଛନ୍ତି କାର୍ଗିଲ ଯୁଦ୍ଧ ଲଢି ରାଷ୍ଟ୍ରପତି ପଦକ ହାସଲ କରିଥିବା ଅବସରପ୍ରାପ୍ତ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲା।

author img

By

Published : Aug 31, 2019, 7:59 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ୧୯୯୯ ରେ କାର୍ଗିଲ ଯୁଦ୍ଧ ଲଢି ରାଷ୍ଟ୍ରପତି ପଦକ ହାସଲ କରିଥିଲେ ଅବସରପ୍ରାପ୍ତ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲା । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେ । କିନ୍ତୁ ଏନଆରସି ତାଲିକା ଏବେ ତାଙ୍କୁ କରିଦେଇଛି ବିଦେଶୀ । ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ପରିଚୟ ସ୍ପଷ୍ଟ କରୁଥିବା ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ଚୂଡ଼ାନ୍ତ ତାଲିକାରୁ ସେ ବାଦ୍‌ ପଡିଛନ୍ତି । ତାଙ୍କ ସହ ତାଙ୍କ ୨ ଝିଅ ଓ ପୁଅ ମଧ୍ୟ ଏହି ତାଲିକାକୁ ବାଦ୍‌ ପଡିଛନ୍ତି ।

୨୦୧୮ ମେ ମାସରେ ସନାଉଲ୍ଲାଙ୍କୁ ଫରେନରସ ଟ୍ରିବ୍ୟୁନାଲ ବିଦେଶୀ ଘୋଷଣା କରିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଗୌହାଟୀ ହାଇକୋର୍ଟରୁ ଜାମିନ୍ ମିଳିବା ପରେ ସେ ମୁକ୍ତ ହୋଇଥିଲେ । ତେବେ ଟ୍ରିବ୍ୟୁନାଲର ଏହି ନିଷ୍ପତ୍ତି ବିରୋଧରେ ସେ ଗୌହାଟୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲା ଏବେ ବିଚାରାଧିନ ରହିଛି ।

ତେବେ ଅନ୍ତିମ ସମୟରେ କିଛି ପରିବର୍ତ୍ତନ ହେବ ଏବଂ ତାଙ୍କ ନାମ ଏନଆରସି ତାଲିକାରେ ସାମିଲ ହେବ ବୋଲି ଆଶା ରଖିଥିଲେ ସନାଉଲ୍ଲା । ଏଭଳି ହୋଇନଥିବାକୁ ଦୁଃଖ ପ୍ରକାଶ କରିଛନ୍ତି ସେ । କିନ୍ତୁ ହାର ମାନି ନାହାଁନ୍ତି ସନାଉଲ୍ଲା । ଗୌହାଟୀ ହାଇକୋର୍ଟ ତାଙ୍କୁ ନ୍ୟାୟ ଦେବେ ବୋଲି ସମ୍ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି ସେ ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି, "ତାଙ୍କୁ ଏନଆରସି ସେବାକେନ୍ଦ୍ର ଦ୍ବାରା ଗତ ସପ୍ତାହରେ ଡକାଯାଇଥିଲା । ଫରେନରସ ଟ୍ରିବ୍ୟୁନାଲ ଦ୍ବାରା ବିଦେଶୀ ଘୋଷିତ ହେବାର ଦସ୍ତାବିଜ ଏବଂ ତାଙ୍କ ଜାମିନର ଦସ୍ତାବିଜ ଜମା କରିବା ପାଇଁ ତାଙ୍କୁ କୁହାଯାଇଥିଲା । ତେବେ ବର୍ତ୍ତମାନ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ, ଏହା ପରେ ଯାଇ କୌଣସି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

ଅନୁଗୋଳ ରେ ପୁଣି ବାଘ ମୃତ୍ୟୁ ।ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ଅଞ୍ଚଳରେ ଏକ କଲରା ପତାରିଆ ବାଘର ର ମୃତ୍ୟୁ ହୋଇଛି ।ବନଖଣ୍ଡର ହାରିଧର ସଂରକ୍ଷିତ ଜଙ୍ଗଲ ର ଯୋଦ୍ ପୁର ନିକଟରୁ ମିଳିଛି ଏହି ମୃତ ଦେହ । ବାଘ ମୃତ୍ୟୁ ର  କାରଣ ଜଣା ପଡିନଥିବା ବେଳେ ବିଭାଗ ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରିଛି । ଗତ କାଲି ବିଳମ୍ବିତ ରାତିରେ ବାଘ ତରବରିଆ ଭାବେ ବାଘ ଟିର ସବ ବ୍ୟବଚ୍ଛେଦ କରି ପୋତି ଦେଇଛି । ଏହାକୁ ମିଶାଇ ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ 3ଟି ବାଘର ମୃତ୍ୟୁ ହେଲାଣି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.