ETV Bharat / bharat

ମହାରାଷ୍ଟ୍ର ସିଏମଙ୍କ କାର୍ଟୁନ ସେୟାର କରିବାରୁ ପୂର୍ବ ସେନା ଅଧିକାରୀଙ୍କୁ ନିର୍ଦ୍ଧୁମ ମାଡ

ମୁମ୍ବାଇରେ ଶିବସେନା କର୍ମଚାରୀଙ୍କ ଦ୍ୱାରା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ମାଡ ମାରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶିବସେନା କର୍ମଚାରୀମାନେ ନୌସେନାର ପୂର୍ବତନ ଅଧିକାରୀଙ୍କୁ ତାଙ୍କ ଘରୁ ଟାଣି ନେଇ ତାଙ୍କୁ ମାଡ ମାରିଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ସିଏମଙ୍କୁ କାର୍ଟୁନ ସେୟାର କରିବାରୁ ପୂର୍ବ ସେନା ଅଧିକାରୀଙ୍କୁ ନିର୍ଦ୍ଦୁମ ମାଡ

author img

By

Published : Sep 12, 2020, 7:20 AM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହ୍ବାଟ୍ସ ଆପ୍‌ରେ କାର୍ଟୁନ ସେୟାର କରିବାରୁ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ନୌସେନାର ପୂର୍ବ ଅଧିକାରୀ ମଦନ ଶର୍ମାଙ୍କୁ ମାଡ ମରାଯାଇଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ 6 ଜଣକୁ ଗିରଫ କରିଛି । ଏହା ପୂର୍ବରୁ ସମତା ନଗର ପୋଲିସ ଶିବସେନାର 2 କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା ।

ସେନା ଅଧିକାରୀ ମଦନଙ୍କ କହିବାନୁସାରେ, ସେ ମେସେଜ ଫରୱାର୍ଡ କରିବା ପରେ ତାଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ ଫୋନ କଲ ଆସିଥିଲା । 8ରୁ 10 ଜଣ ବ୍ୟକ୍ତି ତାଙ୍କୁ ମାଡ ମାରିଥିଲେ । ‘ମୁଁ ନିଜର ସାରା ଜୀବନ ଦେଶ ପାଇଁ କାମ କରିଛି , ଏପରି ସରକାରଙ୍କ ଅସ୍ତିତ୍ବ ରହିବା କଥା ନୁହେଁ ।’

ଏହି ଘଟଣାଟି ଶୁକ୍ରବାର ସକାଳ 11.30 ସମୟରେ ଲୋଖଣ୍ଡୱାଲା କମ୍ପ୍ଲେକ୍ସ ଅଞ୍ଚଳର କାଣ୍ଡିଭାଲିରେ ଘଟିଥିଲା । ଏହି ମାମଲାରେ ପୋଲିସ ଆଇପିସି ଧାରା 325 ଅଧିନରେ ରୁଜୁ କରି ତଦନ୍ତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.