ଶ୍ରୀନଗର: ସୁରକ୍ଷାବଳୟ ଭିତରେ ଜମ୍ମୁ କାଶ୍ମୀର । ଆତଙ୍କବାଦୀ ଜାକିର ମୁଷା ନିହତ ହେବା ପରେ କାଶ୍ମୀର ଉପତ୍ୟକାରେ ଦ୍ବିତୀୟ ଦିନରେ ପହଞ୍ଚିଛି ଏହି କଡା ସୁରକ୍ଷା ବ୍ୟବସ୍ଥା । ରାଜ୍ୟରେ ହାଇ ଆର୍ଲଟ ଜାରି କରାଯିବା ସହ ସୁରକ୍ଷାକର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଏପରିକି ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିଭିନ୍ନ ଶିକ୍ଷା ଅନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି । ଏହାସହ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟରୁ ବର୍ତ୍ତିବା ପାଇଁ ଏନକାଉଣ୍ଟର ପରେ ମୋବାଇଲ ଇଣ୍ଚରନେଟ ସେବାକୁ ରାଜ୍ୟରେ ବନ୍ଦ କରାଯାଇଛି ।
ସୂଚନା ଅନୁସାରେ, ଗୁରୁବାର ଟ୍ରାଲ ଏନକାଉଣ୍ଟରରେ କାଶ୍ମୀର ୟୁନିଟ ଅଲକାଏଦାର ମୁଖ୍ୟ ଥିବା ଜାକିରର ମୃତ୍ୟୁ ଘଟିଛି । ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଏକେ 47 ଓ ରକେଟ ଲଞ୍ଚର ଜବତ କରାଯାଇଛି । ତେବେ ମୁଷା ବିଷୟରେ ଗୁପ୍ତସୂଚନା ମିଳିବା ପରେ ଏହି ଅପରେସନ କରାଯାଇଥିବା ପୋଲିସ କହିଛି । ତେବେ ଜାକିର ମୁଷା ସହ ଅନସାର ଘାଡୱଟ ଉଲ-ହିନ୍ଦ ନାମକ ଅନ୍ୟଜଣେ ସହଯୋଗୀ ମଧ୍ୟ ନିହତ ହୋଇଛି । ଆତଙ୍କବାଦୀ ସଂଗଠନ ଅଲକାଏଦାରେ ରହି ବିଭିନ୍ନ ଆତଙ୍କବାଦୀ କାର୍ଯ୍ଯକଳାପରେ ସାମିଲ ଥିଲା ଜାକିର।