ETV Bharat / bharat

ପୋଷ୍ଟାଲରେ ନୁହେଁ ବାଚସ୍ପତିଙ୍କ ନିକଟକୁ ଆସିଲେ ଗୃହୀତ ହେବ ଇସ୍ତଫା - ramesh kumar

ବିଧାୟକଙ୍କୁ ଇସ୍ତଫା ଦେବାକୁ ହେଲେ ମୋ ପାଖକୁ ଆସିବାକୁ ପଡିବ ବୋଲି କର୍ଣ୍ଣାଟକ ବିଧାନସଭା ବାଚସ୍ପତି ରେମେଶ କୁମାର କହିଛନ୍ତି। ସମ୍ବିଧାନିକ ଆଇନ ଅନୁସାରେ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ଜଣାଇ ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 9, 2019, 2:16 PM IST

ବେଙ୍ଗାଲୁରୁ: ରାଜ୍ୟରେ ଦେଖା ଦେଇଥିବା ରାଜନୈତିକ ସଙ୍କଟକୁ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ବିଧାନସଭା ବାଚସ୍ପତି ରମେଶ କୁମାର। ବର୍ତ୍ତମାନ ଯାଏଁ କୌଣସି ମଧ୍ୟ ବିଧାୟକ ଇସ୍ତଫା ପତ୍ର ଧରି ଆସି ନାହାନ୍ତି। ଯେଉଁ ବିଧାୟକ ଇସ୍ତଫା ଦେବାକୁ ଆଗ୍ରହୀ ସେ ମୋ ପାଖକୁ ଆସନ୍ତୁ ବୋଲି ସେ ଜଣାଇଛନ୍ତି ।

ଯଦି ପୋଷ୍ଟାଲ ସେବା ମାଧ୍ୟମରେ ଇସ୍ତଫା ଗୃହୀତ ହେବ ତାହାଲେ ବାଚସ୍ପତିଙ୍କ କାମ କଣ ବୋଲି ରମେଶ ପ୍ରତିକ୍ରିୟା ଦେଇଛନ୍ତି । ବିଧାୟକଙ୍କୁ ଇସ୍ତଫା ଦେବା ନେଇ ସମୟର କୌଣସି ପ୍ରତିବନ୍ଧ ନଥିବା ବେଳେ ସମ୍ବିଧାନ ଅନୁସାରେ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ବୈଠକ ସରିଥିବା ବେଳେ ସରକାର ବଞ୍ଚିବ ବୋଲି ଆଶାବାଦୀ ଥିବା ନେଇ କର୍ଣ୍ଣାଟକ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ।

Intro:ସ୍ଲଗ-କେନ୍ଦୁଝର ବନଖଣ୍ଡ ର ବିଜେପି ରେଞ୍ଜ ଅନ୍ତର୍ଗତ ଦଅଂଳା ଗ୍ରାମରେ ହାତୀ ଆକ୍ରମଣରେ ବୃଦ୍ଧା ମୃତBody:
ଆଙ୍କର-ଗତକାଲି ରାତି ବିଜେପି ରେଞ୍ଜ ଅନ୍ତର୍ଗତ ଦଅଂଳା ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧା ଙ୍କ ନାକାଡ଼ମି ମୁଣ୍ଡା ବୋଲି ଜଣା ପଡ଼ିଛି । ସେ ରାତିରେ ହାତୀକୁ ଘଉଡାଇବାକୁ ଯାଇ ହାତୀ ହାବୁଡ଼ରେ ପଡି ଜୀବନ ଯାଇଥିଲା । ପ୍ରକାଶ ଯେ ଦିର୍ଘ ଦିନ ଧରି ଏହି ରେଞ୍ଜ ଅଞ୍ଚଳରେ କୋଡ଼ିଏ ରୁ ଉର୍ଦ୍ଧ୍ବ ହାତୀ ବସବାସ କରୁଛନ୍ତି । ଏଥି ମଧ୍ୟରୁ ଏକ ଦନ୍ତା ହାତୀଟିଏ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ରାତିରେ ଉକ୍ତ ଅଞ୍ଚଳର ଘର ଗୁଡିକରେ ପଶି ଘର ଭାଙ୍ଗିବା ସହ ଚାଉଳ ଖାଇ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ କରୁଛି । ଘଟଣା ସ୍ଥଳରେ ବନ ବିଭାଗ ର ଅଧିକାରୀ ପହଞ୍ଚି ଶବକୁ ଜବତ କରିବା ସହ ହାତୀ ଘଉଡାଇବା କୁ ଚେଷ୍ଟା ଜାରି ରଖିଥିବା ଜଣା ପଡ଼ିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.