ETV Bharat / bharat

ସଂରକ୍ଷଣ କାହାର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ - supremecourt on reservation

ସୁପ୍ରିମକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ସଂରକ୍ଷଣ ସମ୍ପର୍କରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ତାମିଲନାଡୁ ନିଟ୍ (NEET) ପୋଷ୍ଟ ଗ୍ରାଜୁଏସନ ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ।

SC
ସୁପ୍ରିମକୋର୍ଟ
author img

By

Published : Jun 11, 2020, 5:27 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ସଂରକ୍ଷଣ ସମ୍ପର୍କରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ତାମିଲନାଡୁର ନିଟ୍(NEET) ପୋଷ୍ଟ ଗ୍ରାଜୁଏସନ ସଂରକ୍ଷଣ ମାମଲାରେ ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ । ଏହା ସହ ତାମିଲନାଡୁର ଅନେକ ରାଜନୈତିକ ଦଳ ଦାଖଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ପ୍ରକାଶଥାଉକି, ଡିଏମକେ-ସିପିଆଇ-ଏଆଇଏଡିଏମକେ ସମେତ ତାମିଲନାଡୁର ଅନେକ ଦଳ NEET ଅଧୀନରେ ଥିବା ମେଡିକାଲ କଲେଜ ଗୁଡିକରେ ଆସନ ପାଇଁ 50 ପ୍ରତିଶତ ଓବିସି ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଗୁରୁବାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ‘ଏହି ମାମଲାରେ କାହାର ମୌଳିକ ଅଧିକାର ଛଡାଇ ନିଆଯାଇଛି କି ? ଆପଣଙ୍କ ଆବେଦନରୁ ଜଣାପଡୁଛି ଯେ ଆପଣ କେବଳ ତାମିଲନାଡୁର କିଛି ଲୋକଙ୍କ ମଙ୍ଗଳ ବିଷୟରେ କହୁଛନ୍ତି ’ । ଡିଏମକେ ପକ୍ଷରୁ ଆବେଦନରେ କୁହାଯାଇଥିଲା ଯେ ଆମେ ସୁପ୍ରିମକୋର୍ଟକୁ ଅଧିକ ସଂରକ୍ଷଣ ଯୋଗାଇବାକୁ କହୁ ନାହୁଁ, ବରଂ ସେଠାରେ ଯାହା ଅଛି ତାହା କାର୍ଯ୍ୟକାରୀ କରିବାକୁ ପ୍ରାର୍ଥନା କରୁଛୁ ।

ଏହି ସମୟରେ ବିଚାରପତି ରାଓ କହିଛନ୍ତି ଯେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ, ଆପଣ ଆବେଦନ ପ୍ରତ୍ୟାହାର କରି ହାଇକୋର୍ଟରେ ଦାଖଲ କରନ୍ତୁ । ତେବେ ଏହି ସମୟରେ ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ସମସ୍ତ ରାଜନୈତିକ ଦଳ ଗୋଟିଏ ପ୍ରସଙ୍ଗରେ ଏକାଠି ହୋଇଥିବାରୁ ଆମେ ଖୁସି କିନ୍ତୁ ଆମେ ଏହି ଆବେଦନର ଶୁଣାଣି କରିବୁ ନାହିଁ । ତଥାପି ଆମେ ଏହାକୁ ଖାରଜ କରୁନାହୁଁ ଓ ହାଇକୋର୍ଟରେ ଶୁଣାଣି ପାଇଁ ସୁଯୋଗ ଦେଉଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.