ହାଇଦ୍ରାବାଦ: ଆମ ଶରୀରରେ ଥିବା ଟିସୁ ପରସ୍ପର ସହ ଯୋଗାଯୋଗ କରିଥାନ୍ତି ଓ ଶରୀରକୁ ସୁସ୍ଥ ରଖିଥାନ୍ତି । ନିକଟରେ କିଛି ବୈଜ୍ଞାନିକ ଯକୃତ ମଧ୍ୟରେ ଟିସୁଙ୍କ ମଧ୍ୟରେ ହେଉଥିବା କାର୍ଯ୍ୟକଳାପକୁ ଧ୍ୟାନ ଦେଇଥିଲେ ଓ ସ୍ବାସ୍ଥ୍ୟଗତ ସମସ୍ୟା ହେବା ସମୟରେ କିପରି ଏହି ସବୁ ଟିସୁ କାର୍ଯ୍ୟ କରିଥାଏ, ତାହା ଉପରେ ଧ୍ୟାନ ଦେଇଥିଲେ। କୋଷ-କୋଷ ମଧ୍ୟରେ ହେଉଥିବା ଯୋଗଯୋଗ ସହ କୋଷଭିତ୍ତିକ ପରିବର୍ତ୍ତନକୁ ମଧ୍ୟ ଲକ୍ଷ୍ୟ କରିଥିଲେ।
ଗୋଟିଏ କୋଷ ମଧ୍ୟରେ ବିଭିନ୍ନ ପ୍ରକାର ଟିସୁ ମିଶ୍ରିତ ହୋଇରହିଥାଏ । ପ୍ରତ୍ୟେକ ଟିସୁର କାର୍ଯ୍ୟପ୍ରଣାଳୀ ସହ ସ୍ବାସ୍ଥ୍ୟ ସମସ୍ୟାରେ କିପରି ଏହା ପରସ୍ପର ସହ ଯୋଗାଯୋଗ କରିଥାଏ ଓ ପ୍ରତିରୋଧକର କାର୍ଯ୍ୟ କରିଥାଏ, ଏହି ବିଷୟରେ ବୈଜ୍ଞାନିକ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ । ସାଧାରଣତଃ ଏମ-ଆରଏନଏ କୋଷ-କୋଷ, ଟିସୁ-ଟିସୁ ମଧ୍ୟରେ ଯୋଗାଯୋଗ ରଖିଥାଏ । ପରସ୍ପରକୁ ବାର୍ତ୍ତା ପଠାଇବାରେ ଏହି ଆରଏନଏ ସାହାର୍ଯ୍ୟ କରିଥାଏ । ଏହା ମୁଖ୍ୟତଃ ଏକ ସ୍ବତନ୍ତ୍ର କୋଡ ଜରିଆରେ ବାର୍ତ୍ତା ପହଞ୍ଚାଇଥାଏ।
ବର୍ତ୍ତମାନ ସିଙ୍ଗଲ ସେଲ୍ ଆରଏନଏ ମାଧ୍ୟମରେ କୋଷ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବା । ସିଙ୍ଗଲ ସେଲ୍ ଆରଏନଏ ସ୍ବିକେନ୍ସ ଗୋଟିଏ କୋଷ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥାଏ । କୋଷ ମଧ୍ୟରେ ଡିଏନଏ ଓ ଆରଏନଏ ସଙ୍ଗଠନ ପାଇଁ ଅଣୁକୁ ସ୍ବତନ୍ତ୍ର ଭାବେ ସଜାଇବା ଜରୁରୀ । ଯଦି ଟିସୁ ମଧ୍ୟରେ କୋଷ ଓ ସମସ୍ତ କାର୍ଯ୍ୟକଳାପ ବିଷୟରେ ବୈଜ୍ଞାନିକ ଅବଗତ ହେବେ, ତେବେ ନୂଆ କୋଷ ନିର୍ମାଣ କରିବା ମନୁଷ୍ୟ ପକ୍ଷେ ସମ୍ଭବ ହେବ।
ଉଭୟ ମନୁଷ୍ୟ ଓ ମୂଷାର ଯକୃତକୁ ନେଇ ପରୀକ୍ଷା କରିବା ଦ୍ବାରା ବିଭିନ୍ନ ଜିନର ଭିନ୍ କାର୍ଯ୍ୟ ବିଷୟରେ ଅବଗତ ହୋଇପାରିଲେ । ତେବେ ଉଭୟକୁ ତୁଳନା କରି ଯକୃତ କୋଷ ଗଠନ ପାଇଁ ନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହା କୋଷକୁ ନିୟନ୍ତ୍ରଣ କରିବ । ଅନ୍ୟପକ୍ଷେ ସୁସ୍ଥ ଯକୃତ ଓ ରୋଗଗ୍ରସ୍ତ ଯକୃତକୁ ନେଇ ମଧ୍ୟ ତୁଳନା କରାଗଲା । ଏହି ତୁଳନା ମାଧ୍ୟମରେ କୋଷର ଗୁଣ କିପରି ଭାବରେ ପରିବର୍ତ୍ତିତ ହେଉଛି, ଏହାକୁ ମଧ୍ୟ ଲକ୍ଷ୍ୟ କରାଯାଇପାରିଲା । ଯକୃତରେ ଥିବା ଅଧିକ ଫ୍ୟାଟି ଏସିଡ୍ ଲିଭର୍ କ୍ୟାନ୍ସରର କାରଣ ।
ମୂଷାକୁ ନେଇ ପରୀକ୍ଷା କରିବା ଦ୍ବାରା ଯକୃତରେ ସମସ୍ୟା ହେଲେ କୋଷର ପରିବର୍ତ୍ତନକୁ ଲକ୍ଷ୍ୟ କରାଗଲା । ରୋଗ ହେବା ଦ୍ବାରା ପ୍ରତ୍ୟେକ କୋଷର ଗୁଣ ପରିବର୍ତ୍ତିତ ହୋଇଥାଏ । ମୁଖ୍ୟତଃ ମାକ୍ରୋଫେଜ କୋଷ ଦେଖିବାକୁ ମିଳିଥାଏ । ଏହି କୋଷ ଟ୍ରେମ-2 ପ୍ରୋଟିନ ଛାଡିଥାଏ । ଟ୍ରେମ-2ର ମାତ୍ରା ଯେତେ ବଢିବ ଯକୃତ ସେତେ ମାତ୍ରାରେ ଖରାପ ହେବ । ସିଙ୍ଗଲ ସେଲ୍ ବିଶ୍ଲେଷଣ ଦ୍ବାରା ହେପାଟିକ୍ ଷ୍ଟେଲେଟ କୋଷ ବିଷୟରେ ମଧ୍ୟ ଜାଣିବାକୁ ମିଳିଲା । ଷ୍ଟେଲେଟ ସାଧାରଣତଃ ବିଭିନ୍ନ ଯୋଗାଯୋଗକାରୀ ଅଣୁକୁ ସକ୍ରିୟ କରିଥାଏ। ଏହି ପ୍ରକାର ଅଣୁ ରକ୍ତ ବାହିକାରେ କାର୍ଯ୍ୟ କରିଥାଏ । ସିଙ୍ଗଲ ସେଲ୍ ଯୋଗାଯୋଗ ଜୀବବିଜ୍ଞାନରେ ନୂଆ ମଡେଲ ଖୋଜିବାରେ ସାହାଯ୍ୟ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ