ETV Bharat / bharat

70 ଘଣ୍ଟାରୁ ବୋରୱେଲରେ ଫସିଛି 2 ବର୍ଷର ଶିଶୁ - fatehbir

ଗୁରୁବାର ବୋରୱେଲରେ ଖସି ପଡିଥିଲା 2 ବର୍ଷୀୟ ଫତେହବୀର । ଖବର ପାଇବା କ୍ଷଣି ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ । ହେଲେ 70 ଘଣ୍ଟା ପର୍ଯ୍ୟନ୍ତ ଶିଶୁକୁ ଉଦ୍ଧାର କରାଯାଇ ପାରିନାହିଁ । ତେବେ ଆଜିସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : Jun 9, 2019, 9:26 PM IST

ଚଣ୍ଡିଗଡ: 70 ଘଣ୍ଚା ଧରି ବୋରୱେଲରେ ଜୀବନ ମରଣ ସହ ସଂଗ୍ରାମ କରୁଛି 2 ବର୍ଷର ଫତେହବୀର । ଅକ୍ଲାନ୍ତ ପରିଶ୍ରମ କରି ଚାଲିଛନ୍ତି ଉଦ୍ଧାରକାରୀ ଦଳ । 150 ଫୁଟର ବୋର ୱେଲରେ ଏବେ ବି ଫସି ରହିଛି ଶିଶୁ । ପଞ୍ଜାବ ସଙ୍ଗୁର ଜିଲ୍ଲାରେ ଘଟିଛି ଏହି ଘଟଣା । ଗୁରୁବାର ଘର ସାମନାରେ ଖେଳୁଥିବା ବେଳେ ଭୁଲବଶତଃ ଘର ଆଗରେ ଥିବା ବୋରୱେଲରେ ଖସିପଡିଥିଲା । ଆଉ ଶିଶୁକୁ ପ୍ରଥମେ ବଞ୍ଚାଇବାକୁ ତା ମା’ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇ ପାରିନଥିଲେ । କାରଣ ପିଲାଟି ବହୁତ ତଳକୁ ଚାଲି ଯାଇଥିଲା ।

ଖବର ପାଇ ଉଦ୍ଧାରକାରୀ ଦଳ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏହା ମଧ୍ୟରେ 70 ଘଣ୍ଟା ବିତି ଯାଇଥିଲେ ମଧ୍ୟ ପିଲାଟିକୁ ବାହାର କରାଯାଇ ପାରିନାହିଁ । ଆଜି ହି ଶେଷ ଉଦ୍ଧାର କାର୍ଯ୍ୟ ବୋଲି କହିଛନ୍ତି ପୋଲିସ କମିଶନର । ପିଲାଟିକୁ ବଞ୍ଚାଇ ରଖିବା ପାଇଁ ଅକ୍ସିଜେନ ପଠାଯାଉଛି । ହେଲେ ପିଲାଟି ପାଖକୁ ଖାଦ୍ୟ କିମ୍ବା ପାନୀୟ ପଠାଯାଇ ପାରୁନାହିଁ । ତେଣୁ ପିଲାଟି ଅଚେତ ଅବସ୍ଥାରେ ରହିଥିବା ଜଣାପଡିଛି ।

ସିସିଟିଭି କ୍ୟାମେରାରେ ପିଲାଟି ଉପରେ ନଜର ରଖାଯାଇଛି । ଶନିବାର ହାତ ଗୋଡ ହଲଚଲ କରୁଥିବା ସିସିଟିଭିରେ ଦେଖାଯାଇଥିବା ପୋଲିସ ସୂଚନା ଦେଇଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.