ETV Bharat / bharat

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଚାଷୀଙ୍କ କଲ୍ୟାଣ ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରତିବଦ୍ଧ - ଚାଷୀ କଲ୍ୟାଣ

ରାଷ୍ଟ୍ରପତି ମହାକାଶରୁ ନେଇ ବିଲ ବାଡି, ଶୈକ୍ଷଣିକ ସଂସ୍ଥରୁ ନେଇ ହସ୍ପିଟାଲ ଓ ବୈଜ୍ଞାନିକ ସମୁଦାୟ ଆମ ଜୀବନ ଓ କାର୍ଯ୍ୟଶୈଳୀରେ ଉନ୍ନତୀ ଆଣିଛନନ୍ତି । ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ରାଷ୍ଟ୍ରପତି କହିଛନ୍ତି ଯେ ପ୍ରତିକୂଳ ପ୍ରାକୃତିକ ଅବସ୍ଥା, ଅନେକ ଆହ୍ବାନ ଏବଂ କୋଭିଡ ବିପର୍ଯ୍ୟୟ ସତ୍ତ୍ବେ ଆମର ଚାଷୀ ଭାଇ ଓ ଭଉଣୀମାନେ କୃଷି ଉତ୍ପାଦନରେ କୌଣସି ହ୍ରାସ ହେବାକୁ ଦେଇ ନାହାଁନ୍ତି। ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଚାଷୀଙ୍କ କଲ୍ୟାଣ ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରତିବଦ୍ଧ

author img

By

Published : Jan 25, 2021, 8:03 PM IST

ନୂଆଦିଲ୍ଲୀ: 72 ତମ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି, ଆମ ରାଷ୍ଟ୍ରୀୟ ପର୍ବକୁ ସମସ୍ତ ଦେଶବାସୀ ଦେଶପ୍ରେମେର ଭାବନା ସହ ପାଳନ କରିଥାନ୍ତି । ଗଣତନ୍ତ୍ର ଦିବସର ପର୍ବକୁ ଆମେ ସମ୍ପୂର୍ଣ୍ଣ ଉତ୍ସାହ ସହ ପାଳନ କରି ରାଷ୍ଟ୍ରୀୟ ଧ୍ବଜ ତଥା ସମ୍ବିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରନ୍ତି ।

ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ସମ୍ବିଧାନର ମୁଖବନ୍ଧରେ ଦର୍ଶାଯାଇଥିବା ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବର ମୂଲ୍ୟ ଆମ ସମସ୍ତଙ୍କ ପାଇଁ ପବିତ୍ର ଆଦର୍ଶ। ଏହା ଆଶା କରାଯାଏ ଯେ କେବଳ ଶାସନ ପାଇଁ ଦାୟୀ ବ୍ୟକ୍ତି ନୁହଁନ୍ତି, ଆମ ସମସ୍ତ ସାଧାରଣ ନାଗରିକ ମଧ୍ୟ ଏହି ଆଦର୍ଶକୁ ଦୃଢ ଭାବରେ ଏବଂ ଆନ୍ତରିକତାର ସହ ଅନୁସରଣ କରିବା ଉଚିତ ।

ସେ କହିଛନ୍ତି ଯେ ବାଲ ଗଙ୍ଗାଧର ତିଲକ , ଲାଲା ଲଜପତ ରାୟ, ମହାତ୍ମା ଗାନ୍ଧୀ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ବହୁ ମହାନ ଜନନାୟକ ଆମକୁ ପ୍ରେରଣା ଦେଇଛନ୍ତି। ମାତୃଭୂମିର ସ୍ବର୍ଣ୍ଣିମ ଭବିଷ୍ୟତ ବିଷୟରେ ସେମାନଙ୍କର ଦର୍ଶନ ଭିନ୍ନ ଥିଲା, କିନ୍ତୁ ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବର ମୂଲ୍ୟବୋଧ ତାଙ୍କ ସ୍ବପ୍ନକୁ ଏକୀକରଣ କରିବାରେ ସହାୟକ ହୋଇଛି।

ରାଷ୍ଟ୍ରପତି ମହାକାଶରୁ ନେଇ ବିଲ ବାଡି, ଶୈକ୍ଷଣିକ ସଂସ୍ଥରୁ ନେଇ ହସ୍ପିଟାଲ ଓ ବୈଜ୍ଞାନିକ ସମୁଦାୟ ଆମ ଜୀବନ ଓ କାର୍ଯ୍ୟଶୈଳୀରେ ଉନ୍ନତୀ ଆଣିଛନନ୍ତି । ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ରାଷ୍ଟ୍ରପତି କହିଛନ୍ତି ଯେ ପ୍ରତିକୂଳ ପ୍ରାକୃତିକ ଅବସ୍ଥା, ଅନେକ ଆହ୍ବାନ ଏବଂ କୋଭିଡ ବିପର୍ଯ୍ୟୟ ସତ୍ତ୍ବେ ଆମର ଚାଷୀ ଭାଇ ଓ ଭଉଣୀମାନେ କୃଷି ଉତ୍ପାଦନରେ କୌଣସି ହ୍ରାସ ହେବାକୁ ଦେଇ ନାହାଁନ୍ତି। ଏହି କୃତଜ୍ଞ ଦେଶ ଆମର ଅନ୍ନଦାତା ଚାଷୀଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି କହିଛନ୍ତି ଯେ ସିଆଚିନ ଏବଂ ଗଲୱାନ ଘାଟିରେ ମାଇନସ 50ରୁ 60 ଡିଗ୍ରୀର ରକ୍ତ ଜମାଟ ବାନ୍ଧିଯାଉଥିବା ଶୀତ ଥଣ୍ଡାରୁ ଆରମ୍ଭ କରି ଜୈସଲମେରର 50 ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ଆମର ବୀର ଯୋଦ୍ଧା ଭାରତର ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଆମ ସୈନିକମାନଙ୍କ ସାହସିକତା, ଦେଶପ୍ରେମ ଏବଂ ବଳିଦାନ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଦିନରାତି କାମ କରି କରୋନା ବିରୋଧରେ ଖୁବ କମ ସମୟ ମଧ୍ୟରେ ଟିକା ବିକଶିତ କରି ଆମର ବୈଜ୍ଞାନିକମାନେ ସମଗ୍ର ମାନବସମାଜର କଲ୍ୟାଣ ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଗତ ବର୍ଷ ଯେତେବେଳେ ଏକ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସମଗ୍ର ମାନବସମାଜ ସ୍ତବ୍ଧ ହୋଇଯାଇଥିଲା ସେତେବେଳେ ମୁଁ ଭାରତୀୟ ସମ୍ବିଧାନର ମୌଳିକ ଉପାଦାନଗୁଡ଼ିକ ଉପରେ ଧ୍ୟାନ ଦେଇଥିଲି। ମୋର ବିଶ୍ବାସ ଯେ ଆମର ଭ୍ରାତୃତ୍ବର ସାମ୍ବିଧାନିକ ଆଦର୍ଶର ଶକ୍ତି ସହାୟତାରେ ଏହି ସଙ୍କଟକୁ ଫଳପ୍ରଦ ଭାବରେ ମୁକାବିଲା କରିବା ସମ୍ଭବ ହୋଇଛି।

ସେହିପରି ଅର୍ଥ ବ୍ୟବସ୍ଥା ଉପରେ ଆଲୋକପାତ କରି କୋବିନ୍ଦ ରହିଛନ୍ତି, ନିକଟରେ ଜିଏସଟିର ରେକର୍ଡ ବୃଦ୍ଧି ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଏକ ଆକର୍ଷଣୀୟ ଅର୍ଥନୀତି ଭାବରେ ଭାରତର ଆବିର୍ଭାବ ଆମର ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାରର ସୂଚକ ଅଟେ । ସେ କହିଛନ୍ତି, ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରି ପ୍ରଧାନମନ୍ତ୍ରୀ 'ଆତ୍ମନିର୍ଭର ଭାରତ ଅଭିଯାନ'ର ଆହ୍ବାନ ଦେଇଛନ୍ତି। ଆମର ଜୀବନ୍ତ ଗଣତନ୍ତ୍ର, ଆମର ପରିଶ୍ରମୀ ତଥା ଦକ୍ଷ ଦେଶବାସୀ , ବିଶେଷକରି ଆମର ଯୁବପିଢୀ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆମର ପ୍ରୟାସକୁ ଶକ୍ତି ପ୍ରଦାନ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.