ETV Bharat / bharat

ହଂକଂର ଅଜବ ଫ୍ଲେଭର ଆଇସକ୍ରିମ, ଖାଇଲେ ମିଳିବ ''ଟିଅର ଗ୍ୟାସ''ର ସ୍ବାଦ

ହଂକଂ ସହରର ଏମିତି ଏକ ଆଇସକ୍ରିମ ପାର୍ଲର ରହିଛି ଯାହାର ନାଁ ଶୁଣିଲେ ଆପଣ ତାଜୁବ୍ ହୋଇଯିବେ। ଏହି ଆଇସକ୍ରିମ ପାର୍ଲରରେ "ଲୁହ ଗ୍ୟାସ" ସ୍ବାଦଯୁକ୍ତ ଆଇସକ୍ରିମ ବିକ୍ରି କରୁଛି । ଏହା ଶୁଣିବାକୁ ବିଚିତ୍ର ଲାଗୁଛି, ହେଲେ ଏହା ସତ।

author img

By

Published : Jun 6, 2020, 10:15 AM IST

ହଂକଂର ଅଜବ ଫ୍ଲେଭର ଆଇସକ୍ରିମ, ଖାଇଲେ ମିଳିବ ''ଟିଅର ଗ୍ୟାସ''ର ସ୍ବାଦ
ହଂକଂର ଅଜବ ଫ୍ଲେଭର ଆଇସକ୍ରିମ, ଖାଇଲେ ମିଳିବ ''ଟିଅର ଗ୍ୟାସ''ର ସ୍ବାଦ

ପିଲାଦିନେ ଆପଣ ଅନେକ ପ୍ରକାର ଆଇସ କ୍ରିମ ଖାଇଥିବେ। ବର୍ତ୍ତମାନ ଦାମିକିଆ ଫ୍ଲେବର ଆଇସକ୍ରିମ ଠାରୁ ସେତେବେ ଗାଁ ଗହଳିକୁ ଆସୁଥିବା ବୁଲା ବିକାଳୀଙ୍କ ରଙ୍ଗ ବେରଙ୍ଗର ଆଇସକ୍ରିମର ମଝା ହିଁ କିଛି ନିଆରା ଥାଏ। ଯାହାକୁ ଘଣ୍ଟେ ପର୍ଯ୍ୟନ୍ତ ଖାଇଲେ ସରୁନଥିବା ବେଳେ ହାତ ଠୁ ପାଟି ନାରଙ୍ଗୀ ହୋଇଯାଏ।

ତେବେ ବିଭିନ୍ନ ପ୍ରକାର ଆଇସକ୍ରିମ ରହିଛି ହେଲେ ହଂକଂ ସହରର ଏମିତି ଏକ ଆଇସକ୍ରିମ ପାର୍ଲର ରହିଛି ଯାହାର ନାଁ ଶୁଣିଲେ ଆପଣ ତାଜୁବ୍ ହୋଇଯିବେ। ଏହି ଆଇସକ୍ରିମ ପାର୍ଲରରେ "ଲୁହ ଗ୍ୟାସ" ସ୍ବାଦଯୁକ୍ତ ଆଇସକ୍ରିମ ବିକ୍ରି କରୁଛି । ଏହା ଶୁଣିବାକୁ ବିଚିତ୍ର ଲାଗୁଛି, ହେଲେ ଏହା ସତ।

ଏହି ଆଇସ୍କ୍ରିମ୍ ତିଆରିରେ ବ୍ୟବହୃତ ହେଉଥିବା ମୁଖ୍ୟ ଉପାଦାନଗୁଡ଼ିକ ହେଉଛି କଳା ଲଙ୍କା ଗୁଣ୍ଡ। ତେବେ ଗତ ବର୍ଷ ହଂକଂରେ ପ୍ରଦର୍ଶନ ସମୟରେ ପୋଲିସ ଦ୍ବାରା କରାଯାଇଥିବା ଗୁଳିଚାଳନାରେ ଏହି ମସଲା ବ୍ୟବହାର କରାଯାଇଥିଲା। ଯାହାର ସ୍ମାରକୀ ସ୍ବରୂପ ଏହି ଆଇସକ୍ରିମକୁ ପ୍ରସ୍ତୁତ କରାଯାଇଛି।

ଆଇସକ୍ରିମ ଖାଇବା ସମୟରେ ଲୁହ ବୁହା ଗ୍ୟାସର ସ୍ବାଦ। ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେଲା। ପରେ ଖୁବ୍ ପାଣି ପିଇବାକୁ ଇଚ୍ଛା ହୋଇଥିଲା ବୋଲି ଆଇସକ୍ରିମ ଖାଇଥିବା ଜଣେ ଗ୍ରାହକ କହିଛନ୍ତି।

ଏହି ନିର୍ଦ୍ଦିଷ୍ଟ ସ୍ବାଦ ସେ ସମୟର ଆନ୍ଦୋଳନକୁ ମନେ ପକାଇଥାଏ, ଯାହାକି କୋଭିଡ ମହାମାରୀ ସମୟରେ ପୁନର୍ବାର ନିଜର ଗତି ଫେରି ପାଇବାକୁ ଚେଷ୍ଟା କରୁଛି ବୋଲି ଆଇସ୍କ୍ରିମ୍ ଦୋକାନର ମାଲିକ ଦାବି କରିଛନ୍ତି। ଏହି ସ୍ବାଦ ଲୋକଙ୍କୁ ମନେ ପକାଇଥାଏ ଯେ ସେମାନଙ୍କୁ ବିରୋଧ ପ୍ରଦର୍ଶନ ଜାରି ରଖିବାକୁ ପଡିବ ଏବଂ ସେମାନଙ୍କର ଉତ୍ସାହ ହରାଇବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି।

ଏହା ପରେ ମାଲିକ ଲୁହବୁହା ଗ୍ୟାସର ପ୍ରକୃତ ସ୍ୱାଦ ସୃଷ୍ଟି କରିବାକୁ ଚେଷ୍ଟା କରିବାବେଳେ ୱାସାବି ଏବଂ ସୋରିଷ ସମେତ ବିଭିନ୍ନ ଉପାଦାନ ସହିତ କିପରି ପରୀକ୍ଷଣ କରିଥିଲେ ତାହା ବ୍ୟାଖ୍ୟା କରିଥିଲେ । ପ୍ରତି ସେବାରେ ମାତ୍ର $ 5 ଡଲାରରେ ଲୁହବୁହା ଗ୍ୟାସ ସ୍ବାଦଯୁକ୍ତ ଆଇସକ୍ରିମ ବିକ୍ରି ହୋଇଛି। ସମଗ୍ର ବିଶ୍ୱରେ କୋରୋନାଭାଇରସ୍ ବିସ୍ତାର ଘଟିବା ପୂର୍ବରୁ ଦୋକାନ ମାଲିକ ଦାବି କରିଥିଲେ ଯେ ସେ ପ୍ରତିଦିନ 20-30 ସ୍କୁପ୍ ବିକ୍ରି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.