ETV Bharat / bharat

ଅଡିଓ କ୍ଲିପିଂ ମାମଲା: କେନ୍ଦ୍ରମନ୍ତ୍ରୀଙ୍କୁ କ୍ୟାବିନେଟରୁ ବହିଷ୍କାର ଦାବି କଲା କଂଗ୍ରେସ

author img

By

Published : Jul 19, 2020, 4:23 PM IST

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଇସ୍ତଫା ଦିଅନ୍ତୁ କିମ୍ବା ତାଙ୍କୁ କ୍ୟାବିନେଟରୁ ହଟାଯାଉ ବୋଲି କଂଗ୍ରେସ କହିଛି ।

କଂଗ୍ରେସ
କଂଗ୍ରେସ

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଇତି ମଧ୍ୟରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଇସ୍ତଫା ଦିଅନ୍ତୁ କିମ୍ବା ତାଙ୍କୁ କ୍ୟାବିନେଟରୁ ହଟାଯାଉ ବୋଲି ଦାବି କରିଛି କଂଗ୍ରେସ ।

କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ୍ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଶେଖାୱତଙ୍କ ନାମ ଏଫଆଇଆରରେ ରହିଛି । ବିଧାୟକଙ୍କ ଘୋଡା ବେପାର ସହ ଜଡିତ ଅଡିଓ କ୍ଲିପିଂରେ ତାଙ୍କ ନାମ ରହିଥି । ଏହାପରେ ମଧ୍ୟ ଶେଖାୱତଙ୍କୁ ମନ୍ତ୍ରୀ ମଣ୍ଡଳରେ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସେ । ଶେଖାୱତ ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବିଭାଗ ଦାୟୀତ୍ବରୁ ମୁକ୍ତ କରାଯାଉ । ଏହା ଦ୍ବାରା ସେ ତଦନ୍ତରେ ପ୍ରଭାବ ପକାଇବେ ନାହିଁ ବୋଲି ମାକେନ୍ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗଜେନ୍ଦ୍ର ସିଂହ କହୁଛନ୍ତି ଅଡିଓ କ୍ଲିପରେ ତାଙ୍କ ସ୍ବର ନାହି। ଯଦି ତାଙ୍କ କଥା ସତ ହୋଇଥାଏ, ତାହେଲେ ତାଙ୍କୁ ସ୍ବର ପରୀକ୍ଷା ପାଇଁ ନମୁନା ଦେବା ଉଚିତ ଏବଂ ତଦନ୍ତ ସରିବା ପର୍ଯ୍ୟନ୍ତ ପଦରୁ ହଟିବା ଉଚିତ ବୋଲି ମାକେନ୍‌ କହିଛନ୍ତି ।

ବିଜେପି ଅଡିଓ କ୍ଲିପଗୁଡିକ ପ୍ରକାଶ ପାଇବା ପରେ ଫୋନ୍ ଟ୍ୟାପ୍ ଅଭିଯୋଗରେ କାହିଁକି ସିବିଆଇ ତଦନ୍ତ ଦାବି କରୁଛି ବୋଲି ମାକେନ୍ ପ୍ରଶ୍ନ କରିଛନ୍ତି। ସେ ବିଜେପିକୁ ଅନେକ ପ୍ରଶ୍ନ କରି କହିଛନ୍ତି, ଘୋଡା ବେପାରରେ ବିଜେପିର ଅନେକ ବରିଷ୍ଠ ନେତା ସାମିଲ ଅଛନ୍ତି । ଏହାର ଉଚିତ ଅନୁସନ୍ଧାନ କଲେ ସେମାନଙ୍କ ପରିଚୟ ପ୍ରକାଶ ପାଇବ କି ? ଏଥିପାଇଁ କଳା ଟଙ୍କା କିଏ ଯୋଗାଉଛି? ଏହାକୁ କିପରି ସ୍ଥାନାନ୍ତର କରାଯାଉଛି ? ଏହା କାହାକୁ ଦିଆଯାଉଛି ? ଏହି ପ୍ରଶ୍ନଗୁଡିକର ଉତ୍ତର ଦେବା ଆବଶ୍ୟକ ବୋଲି ମାକେନ କହିଛନ୍ତି ।

ସେପଟେ ସଚିନ ପାଇଲଟ କ୍ୟାମ୍ପରେ ଥିବା ଉଓଁରଲାଲ ଶର୍ମା ଏବଂ ବିଶ୍ୱେନ୍ଦ୍ର ସିଂହଙ୍କ ସ୍ୱର ପରୀକ୍ଷଣ ପାଇଁ ହରିୟାଣା ସରକାର ଏବଂ ଦିଲ୍ଲୀ ପୋଲିସ କାହିଁକି ଅଟକାଉଛନ୍ତି ବୋଲି ଦିଲ୍ଲୀର ପୂର୍ବତନ ପିସିସି ମୁଖ୍ୟ ପ୍ରଶ୍ନ କରିଛନ୍ତି । ଯଦି ସେମାନେ ନିର୍ଦ୍ଦୋଷ ତାହେଲେ ସେମାନଙ୍କର ସ୍ୱର ନମୁନା ଦେବାରେ କୌଣସି ସମସ୍ୟା ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.