ୱାଶିଂଟନ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକାର ପ୍ରଭାବଶାଳୀ ସାଂସଦ ଜୋ ୱିଲସନ । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ବିକାଶକୁ ଗତିଶୀଳ କରିବା, ଦୁର୍ନୀତି ବିରୋଧୀ ଲଢେଇ କରିବା ଏବଂ ଜାତୀୟ ତଥା ଧାର୍ମିକ ଭେଦଭାବକୁ ଦୂର କରିବାର ପ୍ରୟାସକୁ ସମର୍ଥନ କରିବ ବୋଲି ସେ କହିଛନ୍ତି ।
ଆମେରିକାର ସଂସଦ କଂଗ୍ରେସର ନିମ୍ନସଦନ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭରେ ଗୁରୁବାର ସମ୍ବୋଧିତ କରି ଜୋ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଥିକ ବିକାଶକୁ ଗତିଶୀଳ କରିବା, ଦୁର୍ନୀତି ବିରୋଧୀ ଲଢେଇ ଏବଂ ଜାତୀୟ ତଥା ଧାର୍ମିକ ଭେଦଭାବ ସମାପ୍ତ କରିବାର ପ୍ରୟାସକୁ ଭାରତୀୟ ସାଂସଦମାନେ ସମର୍ଥନ କରିଛନ୍ତି । ସାଂସଦଙ୍କ ସମର୍ଥନରେ ସଂସଦ ମଧ୍ୟ ମୋଦିଙ୍କ ଏହି ପ୍ରୟାସକୁ ସ୍ବୀକୃତି ଦେଇଛନ୍ତି ବୋଲି ଜୋ କହିଛନ୍ତି । ଭାରତୀୟ ଗଣତନ୍ତ୍ରର ପ୍ରଶଂସା କରି ଜୋ କହିଛନ୍ତି, ଆମେରିକା ବିଶ୍ବର ସର୍ବପୁରାତନ ଗଣତନ୍ତ୍ର ହୋଇଥିବାବେଳେ ଭାରତ ବିଶ୍ବର ସର୍ବ ବୃହତ୍ତ ଗଣତନ୍ତ୍ର ଭାବରେ ସଫଳ ହୋଇଛି । ଯାହାର ଅତ୍ୟନ୍ତ ଖୁସିର ବିଷୟ ବୋଲି ସେ କହିଛନ୍ତି ।
ମୁମ୍ବାଇ ଆକ୍ରମଣ ଘଟଣାରେ ଶୋକ ପ୍ରକାଶ କରି ସେ କହିଛନ୍ତି, 26 ନଭେମ୍ବର 2008ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମୁଁ ଚଳିତ ବର୍ଷ ଅଗଷ୍ଟରେ ମୁମ୍ବାଇ ଗସ୍ତ କରିଥିଲି । ଏହି ଆକ୍ରମଣ ମଧ୍ୟ ଆମେରିକାର 9/11 ଆକ୍ରମଣ ଭଳି ଭୟଙ୍କର ଥିଲା ବୋଲି ଜୋ କହିଛନ୍ତି । ଏହା ସହିତ ସ୍ବାଧୀନତା ଦିବସରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣର ପ୍ରଶଂସା କରିଛନ୍ତି ସେ ।