ETV Bharat / bharat

ମରାଠାଙ୍କ ମହାବୀର ଛତ୍ରପତି ଶିବାଜୀ - ଛତ୍ରପତି ଶିବାଜୀ

ଛତ୍ରପତି ଶିବାଜୀ ମହାରାଜଙ୍କ ନାମ କିଏ ବା ନ ଶୁଣିଛି । ନିଜ ଜାତି ଏବଂ ମାଟି ପାଇଁ ସମର୍ପି ଦେଇଛନ୍ତି ଜୀବନ । ବୀରତ୍ବ ଓ ବଳିଦାନ ପାଇଁ ସର୍ବଦା ସର୍ବାଗ୍ରେ ଶିବାଜୀ । ଆଜି ସେହି ମହାନ ପରାକ୍ରମ ଯୋଦ୍ଧାଙ୍କର ଜୟନ୍ତୀ ହୋଇଥିବାବେଳେ ଦେଶ ଢାଳୁଛି ଭକ୍ତି ପୁଷ୍ପାଞ୍ଜଳି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

rememebering chhatrapati
rememebering chhatrapati
author img

By

Published : Feb 19, 2020, 7:37 PM IST

ହାଇଦ୍ରାବାଦ: ଛତ୍ରପତି ଶିବାଜୀ ମହାରାଜ, ଏଇ ନାଁ ଶୁଣିଲେ ମନେ ପଡେ ଭାରତ ଇତିହାସର ବୀରତ୍ବ ଓ ସାହସିକତାର ଗାଥା । 1630 ମସିହା ଆଜିର ଦିନରେ ହୋଇଥିଲା ମରାଠା ସାମ୍ରାଜ୍ୟ ପ୍ରଥମ ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ । ମରାଠା ସାମ୍ରାଜ୍ୟର ମୂଳଦୁଆ ରଖିବାର ଶ୍ରେୟ ଶିବାଜୀ ମହାରାଜଙ୍କୁ ଦିଆଯାଏ । ମୁଗଲଙ୍କ ସହ ଶିବାଜୀଙ୍କ ପ୍ରଥମ ସଂଘର୍ଷ ହୋଇଥିଲା 1656-57 ମସିହାରେ । ବିଜାପୁରର ସୁଲତାନ ଆଦିଲଶାହଙ୍କ ମୃତ୍ୟୁ ପରେ ସେଠାରେ ଅରାଜକତା ବ୍ୟାପିବାରେ ଲାଗିଥିଲା । ଯାହାର ଲାଭ ଉଠାଇ ମୁଗଲ ସମ୍ରାଟ ଔରଙ୍ଗଜେବ ବିଜାପୁର ଉପରେ ଆକ୍ରମଣ କଲେ । ସେପଟେ ଶିବାଜୀ ମଧ୍ୟ ଜୁନ୍ନାର ନଗର ଉପରେ ଆକ୍ରମଣ କରି ମୁଗଲ ମାନଙ୍କ ଅମାପ ସମ୍ପତ୍ତି ଓ 200 ଘୋଡାକୁ କବଜା କରିନେଲେ । ଯାହାର ପରିଣାମ ସ୍ବରୁପ ଔରଙ୍ଗଜେବ ଶିବାଜୀଙ୍କ ଉପରେ ରାଗି ଯାଇଥିଲେ ।

rememebering chhatrapati
ମରାଠାଙ୍କ ମହାବୀର ଛତ୍ରପତି ଶିବାଜୀ

ପରେ ଯେତେବେଳେ ଔରଙ୍ଗଜେବ ନିଜ ପିତା ଶାହାଜାହାନଙ୍କୁ ବନ୍ଦୀ କରି ମୁଗଲ ସମ୍ରାଟ ହେଲେ, ସେତେବେଳ ପର୍ଯ୍ୟନ୍ତ ଶିବାଜୀ ସମ୍ପୂର୍ଣ୍ଣ ଦକ୍ଷିଣରେ ନିଜର ସାମ୍ରାଜ୍ୟ ବିସ୍ତାର କରି ସାରିଥିଲେ । ଏହି କଥା ଔରଙ୍ଗଜେବ ମଧ୍ୟ ଜାଣିଥିଲେ । ତେଣୁ ସେ ଶିବାଜୀଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ନିଜ ମାମୁ ଶାଇସ୍ତା ଖାନକୁ ଦକ୍ଷିଣର ସୁବେଦାର ନିଯୁକ୍ତ କଲେ । ଶାଇସ୍ତା ନିଜର 1 ଲକ୍ଷ 50 ହଜାର ସୈନ୍ୟ ବଳରେ ସୁପନ ଓ ଚାକନ ଦୁର୍ଗ ଉପରେ ଅଧିକାର କରି ମାୱଲରେ ଅନେକ ଲୁଟ କରିଥିଲେ । ଶିବାଜୀଙ୍କୁ ଏ ବିଷୟପରେ ଖବର ମିଳିବା ପରେ ସେ ପ୍ରତିଶୋଧ ନେବା ପାଇଁ ନିଜର 350 ସୈନିକଙ୍କୁ ନେଇ ଶାଇସ୍ତା ଖାନଙ୍କ ଉପରେ ଆକ୍ରମଣ କଲେ । ଏହି ଆକ୍ରମଣରେ ଶାଇସ୍ତା ଖାନ ପଳାୟନ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଏହି କ୍ରମରେ ସେ ତାର ଚାରି ଆଙ୍ଗୁଳି ହରାଇ ବସିଥିଲା । ଏହାପରେ ଔରଙ୍ଗଜେବ ଶାହଜାଦା ମୁଜ୍ଜମଙ୍କୁ ଦକ୍ଷିଣର ସୁବେଦାର ନିଯୁକ୍ତ କଲେ ।

ତେବେ ଶିବାଜୀଙ୍କ ପରାକ୍ରମ ଜାଣିପାରି ଔରଙ୍ଗଜେବ ତାଙ୍କୁ ସନ୍ଧି ପାଇଁ ଆଗ୍ରା ଆମନ୍ତ୍ରିତ କରିଥିଲେ । କିନ୍ତୁ ସେଠାରେ ଶିବାଜୀଙ୍କୁ ଉଚିତ ସମ୍ମାନ ନ ମିଳିବାରୁ ସେ ଭରା ଦରବାରରେ ଔରଙ୍ଗଜେବଙ୍କ ଉପରେ ବିଶ୍ବାସଘାତର କରିଥିବାର ଦୋଷ ଲଗାଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଔରଙ୍ଗଜେବ ତାଙ୍କୁ ଆଗ୍ରା ଦୁର୍ଗରେ ବନ୍ଦୀ କରି 5000 ସୈନିକଙ୍କ ପହରା ଲଗାଇ ଦେଇଥିଲେ । କିନ୍ତୁ ନିଜର ସାହସ ଓ ବୁଦ୍ଧି ବଳରେ ଶିବାଜୀ ସୈନିକଙ୍କୁ ଚକମା ଦେଇ ସେଠାରୁ ଖସି ପଳାଇଥିଲେ । ଶିବାଜୀ ମହାରାଜ ନିଜ ଜୀବନକାଳରେ ଅନେକ ଥର ମୁଗଲ ସେନାଙ୍କୁ ମାତ ଦେଇଛନ୍ତି । ଏପ୍ରିଲ 3, 1680 ମସିହାରେ ଏହି ମହାନ ମରାଠା ସମ୍ରାଟଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ସାରା ଦୁନିଆରେ ତାଙ୍କ ପରାକ୍ରମର ଗାଥା ଅବିସ୍ମରଣୀୟ ହୋଇ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.