ETV Bharat / bharat

ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ, ଆଜି ବି ଅଜାତଶତ୍ରୁଙ୍କୁ ଝୁରୁଛି ଦେଶ - ଦଶମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ

ଦେଶର ଦଶମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଆଜି ଏହି ଅଜାତ ଶତ୍ରୁଙ୍କ ଆଜି ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ପଢନ୍ତୁ ଅଟଳଙ୍କ ଜୀବନ କାହାଣୀ ।

ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ
ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ
author img

By

Published : Aug 16, 2020, 7:03 AM IST

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀନି ବକ୍ତା ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ । ହିନ୍ଦୁସ୍ଥାନର ସଫଳ ପ୍ରଧାନମନ୍ତ୍ରୀ । ୧୯୯୬ ରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଥିଲେ ।

ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ; ଦେଶ ଦେଉଛି ଗଭୀର ଶ୍ରଦ୍ଧାଞ୍ଜଳି

୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ ପିତା କୃଷ୍ଣବିହାରୀ ବାଜପେୟୀ ଥିଲେ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ବାଜପେୟୀ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନର ଲକ୍ଷ୍ମୀବାଇ କଲେଜ) ପ୍ରାପ୍ତ କରିଥିଲେ । ଏମଏ ପରେ ପରେ କାନପୁରରେ ଏଲଏଲବି ପଢିଥିଲେ । ଛାତ୍ର ଜୀବନରୁ ସେ (ଆରଏସଏସ) ରାଷ୍ଟ୍ରୀୟ ସ୍ୱୟଂ ସେବକ ସହ ଜଡିତ ହୋଇଥିଲେ ।

1955 ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଥିଲେ ଅନ୍ୟତମ । ୧୯୬୮ ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ରାଜନୀତର ପାଠ ପଢିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ୧୯୫୭ ରୁ ୨୦୦୯ ପର୍ୟ୍ୟନ୍ତ ସେ ନ’ ଥର ଲୋକସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ ୫୦ ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ । ସେହିପିର ବାଜପେୟୀଙ୍କ ଆଉ ଏକ ଦକ୍ଷତା ହେଉଛି ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଭଳି 4 ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ତେବେ ୧୯୫୫ ରେ ପ୍ରଥମ ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।

ମୋରାରଜୀ ଦେଶାଇଙ୍କ ସରକାରରେ ବାଜପେୟୀ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ବାଜପେୟୀଙ୍କ ଗୋଟିଏ ଚର୍ଚ୍ଚିତ ବକ୍ତବ୍ୟ ଥିଲା ଯାହା ଆଜି ମଧ୍ୟ ବୈଦେଶିକ ମନ୍ତ୍ରଣାଳୟରେ ପ୍ରଚଳିତ ହେଉଛି । ତାହା ହେଉଛି ‘ଆପଣ ଆପଣଙ୍କ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' । ଏହା ବ୍ୟତୀତ ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତର ଗୌରବ ବଢାଇଥିଲେ ।

୧୯୭୯ ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ମୂଳ ଜନସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ । ୧୯୮୦ ଏପ୍ରିଲ ୬ ରେ ପ୍ରତିଷ୍ଠା ହୋଇଥିବା ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ବାଜପେୟୀ ।

୧୯୯୮ ମେ ୧୩ ରେ ରାଜସ୍ଥାନ ପୋଖରାନଠାରେ କରାଯାଇଥିବା ‘ଅପରେସନ ଶକ୍ତି' ଥିଲା ବାଜପେୟୀଙ୍କ ବଡ ସଫଳତା । ଫଳରେ ବିଶ୍ୱର କେତୋଟି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତ ହୋଇଥିଲା ସାମିଲ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ ନୀତି ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଡ ବଡ ନିଷ୍ପତି ନେଇଥିଲେ । ୧୯୯୯ ରେ କାରଗିଲ ଯୁଦ୍ଧ ୨୦୦୧ ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳରେ ହୋଇଥିଲା । ଯାହା ବାଜପେୟୀଙ୍କୁ କିଛିମାତ୍ରାରେ ଚିନ୍ତାରେ ପକାଇଥିଲା ।

୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନ ଦେଇ ଏନଡିଏର ନେତୃତ୍ବ ନେଇଥିଲେ । କିନ୍ତୁ ଦଳ ନିର୍ବାଚନରେ ପରାଜୟ ବରଣ କରିବା ସହ ଅଟଳଙ୍କ ରାଜନୀତି ଅସ୍ତଗାମୀ ହେବାରେ ଲାଗିଲା । ଶାରୀରିକ ଅସୁସ୍ଥତା ବାଜପେୟୀଙ୍କୁ ରାଜନୀତିରୁ ଦୂରେଇ ରଖିଥିଲା ।

ଭାରତୀୟ ରାଜନୀତିର ଏହି କାଳଜୟୀ ଅଜାତଶତ୍ରୁ ରାଜନେତାଙ୍କ ଦେଶପ୍ରତି ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ୨୦୧୪ ଡିସେମ୍ବର ୨୫ ତାଙ୍କ ଜନ୍ମ ଜୟନ୍ତୀକୁ ସୁ-ଶାସନ ଦିବସ ଭାବେ ପାଳନ କରୁଛନ୍ତି । ଏହାସହ ତାଙ୍କ ଦେଶପ୍ରତି ସେବା ସମର୍ପଣ ଓ ନିଷ୍ଠା ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି । ଏହି ରାଷ୍ଟ୍ରନେତା ଗତ 2018 ମସିହା ଅଗଷ୍ଟ 16 ତଥା ଆଜିର ଦିନରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ଅଟଳ ନାହାଁନ୍ତି ସତ । କିନ୍ତୁ ଅଟଳଙ୍କୁ କେବେ ଭୁଲିନାହିଁ ଏଜାତି । ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏଁ ଅଟଳ ଭାରତୀୟଙ୍କ ମନରେ ଅପରାଜୟେ ଥିବେ । ଆଜି ତାଙ୍କର ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ କୋଟି କୋଟି ପ୍ରଣାମ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.