ETV Bharat / bharat

ଦେଶର ନିର୍ମାଣ ହେଲା ପ୍ରଥମ କୋରୋନା ଆକ୍ରାନ୍ତ ହସ୍ପିଟାଲ; ପଢନ୍ତୁ କେଉଁଠି - ମୁକେଶ ଅମ୍ବାନୀ

ଦେଶରେ ନିର୍ମାଣ ହେଲା କୋରୋନା ଆକ୍ରାନ୍ତଙ୍କ ପାଇଁ ପ୍ରଥମ ହସ୍ପିଟାଲ । ଏହି 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବେ କାର୍ଯ୍ୟକାରୀ ହେଉଛି । ପଢନ୍ତୁ କେଉଁଠି ସମ୍ପୂର୍ଣ୍ଣ ଖବର...

Reliance Fundation
Reliance Fundation
author img

By

Published : Mar 24, 2020, 8:10 PM IST

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ପ୍ରଥମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କୋରୋନା ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଦ୍ବାରା ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏକଶହ(100) ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ କରିଛନ୍ତି ।

PHOTO
ସୌଜନ୍ୟ: @ril_foundation

ମୁମ୍ବାଇ ସେଭେନ ହିଲ୍ସ ହସ୍ପିଟାଲରେ ଏହା ନିର୍ମାଣ ହୋଇଛି । ଏହି ମେଡିକାଲ କେବଳ କରୋନା ରୋଗୀଙ୍କ ପାଇଁ ଉତ୍ସଗୀକୃତ ସେବା କରିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେବଳ କରୋନା ଆକ୍ରାନ୍ତଙ୍କ ପାଇଁ ଏହି ହସ୍ପିଟାଲ ନିର୍ମିତ ହୋଇଛି ।

ରିଲାଏନ୍ସ ଫାଉଣ୍ଡେସନ ଟ୍ୱିଟ କରି କହିଛି ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ସହ ମିଳିତ ଉଦ୍ୟମରେ କରୋନା ଆକ୍ରାନ୍ତଙ୍କ ପାଇଁ ଏହି ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ କରାଯାଇଛି। ସମସ୍ତ ଶଯ୍ୟା ପାଇଁ ଭେଣ୍ଟିଲେଟର, ଆବଶ୍ୟକୀୟ ଉପକରଣ, ଔଷଧ, ମେଡିକାଲ କିଟ ଓ କର୍ମଚାରୀ ମଧ୍ୟ ପର୍ଯ୍ୟାପ୍ତ ଭାବେ ଉପଲବ୍ଧ କରାଯାଇଛି । ଏତତ ବ୍ୟତୀତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କ ପାଇଁ ମଧ୍ୟ ସମସ୍ତ ସୁରକ୍ଷା ଉପକରଣ ଓ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ଫାଉଣ୍ଡେସନ କହିଛି ।

ଏହା ସହ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଯାହା ସହଯୋଗ ଲୋଡିବେ ସମସ୍ତ ସହାୟତ ଯୋଗାଇ ଦିଆଯିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.