ETV Bharat / bharat

କୋରୋନା ମୃତକଙ୍କୁ ଆଲିଙ୍ଗନ କରି କାନ୍ଦିଲେ ପରିବାର ଲୋକେ - maharastra kamatghar corona patients death

ମହାରାଷ୍ଟ୍ରରେ ବିୱାଣ୍ଡୀ କାମତଘର ଅଞ୍ଚଳରେ ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ଘଟିଛି । ତେବେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମୃତଦେହକୁ ଆଲିଙ୍ଗନ କରି କାନ୍ଦିଥିବା ଦେଖିବାକୁ ମିଳିଛି ।

corona
କୋରୋନା ମୃତ ବ୍ୟକ୍ତିଙ୍କୁ ଆଲିଙ୍ଗନ କରି କାନ୍ଦିଲେ ପରିବାର ଲୋକେ
author img

By

Published : Jun 12, 2020, 5:56 PM IST

ମୁମ୍ବାଇ: ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ପ୍ରତ୍ୟେକ ଦିନ ଦେଶରେ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବହୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ଏହା ମଧ୍ୟରେ ମହାରାଷ୍ଟ୍ରରେ ବିୱାଣ୍ଡୀ କାମତଘର ଅଞ୍ଚଳରେ ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ଘଟିଛି । ତେବେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମୃତଦେହକୁ ଆଲିଙ୍ଗନ କରି କାନ୍ଦିଥିବା ଦେଖିବାକୁ ମିଳିଛି ।

କୋରୋନା ମୃତ ବ୍ୟକ୍ତିଙ୍କୁ ଆଲିଙ୍ଗନ କରି କାନ୍ଦିଲେ ପରିବାର ଲୋକେ

ସୂଚନା ଅନୁଯାୟୀ, ଦେଶରେ କୋରୋନା ମହାମାରୀ ମଧ୍ୟରେ ବହୁ ଯାଗାରେ ଆକ୍ରାନ୍ତଙ୍କୁ କଲୋନୀ କିମ୍ବା ଆପାର୍ଟମେଣ୍ଟକୁ ଯିବାକୁ ବିରୋଧ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଏପରିକି କିଛି କିଛି ସ୍ଥାନରେ ପରିବାର ସଦସ୍ୟ ମଧ୍ୟ ନିଜ ପରିବାରର କୋରୋନା ରୋଗୀଙ୍କୁ ସଂକ୍ରମଣ ଡରରେ ଛୁଇଁ ନଥିବା ଦେଖିବାକୁ ମିଳିଛି ।

କିନ୍ତୁ କାମତଘର ଅଞ୍ଚଳରେ 45 ବର୍ଷୀୟ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ଘଟିବା ପରେ ତାଙ୍କ ମୃତଦେହକୁ ମେଡିକାଲରୁ ଏକ ପ୍ଲାଷ୍ଟିକ କଭରରେ ଘରକୁ ଅଣାଯାଇଥିଲା । ଯେଉଁଠାରେ ତାଙ୍କ ପରିବାର ଲୋକ ମୃତଦେହକୁ ପ୍ଲାଷ୍ଟିକ କଭରରୁ କାଢି ଆଲିଙ୍ଗନ କରି କାନ୍ଦୁ ଥିବାର ଦେଖିବାକୁ ମିଳିଛି ।

ଏହାପରେ 50-60 ଲୋକ ଉପସ୍ଥିତ ରହି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ଏହି ଖବର ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଅନ୍ତିମ ସଂସ୍କାରରେ ସାମିଲ ଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.