କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୂଜା କମିଟି ଗୁଡ଼ିକୁ କିଛିଦିନ ପୂର୍ବେ ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ନୋଟିସକୁ ଖଣ୍ଡନ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ (ସିବିଡିଟି)। ଏନେଇ ମୁଖ୍ୟମନ୍ତ୍ରୀ ସିବିଡିଟି ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଆୟକର ବିଭାଗ ଅଧିକାରୀ ରାଜ୍ୟବାସୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚାହୁଁଛି ।
ଏସମ୍ପର୍କରେ ସିବିଡିଟି ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ପୂର୍ବେ ସିବିଡିଟି ପକ୍ଷରୁ ଦୁର୍ଗା ପୂଜା ସମିତି ଗୁଡିକୁ ଆୟକର ନୋଟିସ ଜାରି ହୋଇଥିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଚଳିତବର୍ଷ ଦୁର୍ଗା ପୂଜା ସମିତି ଗୁଡିକୁ କୌଣସି ନୋଟିସ ଦିଆଯାଇନଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।