ETV Bharat / bharat

ଏଣିକି ଭାରତୀୟ ସେନାରେ ନିଯୁକ୍ତି ପାଇବେ ମହିଳା ଯବାନ

ସେନାରେ କେବଳ ଅଧିକାରୀ ଭାବେ ନିଯୁକ୍ତି ପାଉଥିଲେ ମହିଳା । ଗୁରୁବାରରୁ ସେନା ପୋଲିସରେ ମହିଳାଙ୍କୁ ଯବାନ ଭାବେ ଭର୍ତ୍ତି କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 26, 2019, 11:55 PM IST

ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମଥର ଲାଗି ମହିଳା ଯବାନଙ୍କ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଏହାପୂର୍ବରୁ ସେନାରେ କେବଳ ଅଧିକାରୀ ଭାବେ ନିଯୁକ୍ତି ପାଉଥିଲେ ମହିଳା । ଗୁରୁବାରରୁ ସେନା ପୋଲିସରେ ମହିଳାଙ୍କୁ ଯବାନ ଭାବେ ଭର୍ତ୍ତି କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଭାରତୀୟ ସେନା କ୍ୟାଡରରେ ମହିଳାଙ୍କ ସଂଖ୍ୟା ୨୦ ପ୍ରତିଶତ କରିବାର ଲକ୍ଷ୍ୟ ରଖିଛି ସେନା । ବର୍ତ୍ତମାନ ୧୪ ଲକ୍ଷ ସଶସ୍ତ୍ର ବଳରେ ୬୫ ହଜାର ଅଧିକାରୀଙ୍କ କ୍ୟାଡରରୁ ସ୍ଥଳସେନାରେ ୧୫୦୦, ବାୟୁସେନାରେ ୧୬୦୦ ଓ ନୌସେନାରେ ୫୦୦ ହିଁ ମହିଳା ଅଛନ୍ତି ।

ମହିଳାଙ୍କ ପାଇଁ 'ଜେନେରାଲ ଡ୍ୟୁଟି'ରେ ଯବାନ ଭାବେ ଭର୍ତ୍ତି ଲାଗି ଗୁରୁବାର ଅଧିସୂଚନା ଜାରି କରାଯାଇଛି । ଏହି ସୂଚନା ଭାରତୀୟ ସ୍ଥଳସେନାର ଆଧିକାରୀକ ୱେବସାଇଟ 'joinindianarmy.nic.in' ରେ ଉପଲବ୍ଧ ରହିଛି । ଆବେଦନ ପତ୍ର ଭରିବାର ଶେଷ ତାରିଖ ହେଉଛି ଜୁନ ୮ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.