ETV Bharat / bharat

ୟୁପିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା, ଯୋଗୀ ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ - କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଉତ୍ତରପ୍ରଦେଶ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଇ ସରକାରଙ୍କୁ ପୁଣି ଘେରିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ୟୁପିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା, ଯୋଗୀ ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ

author img

By

Published : Jun 16, 2020, 11:01 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଇ ସରକାରଙ୍କୁ ପୁଣି ଘେରିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ରାଜ୍ୟରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବାରୁ ଯୁବଗୋଷ୍ଠୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି । କଂଗ୍ରେସର ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ବରେ ଥିବା ପ୍ରିୟଙ୍କା ଏବାବଦରେ ସୋମବାର ଏକ ଟ୍ବିଟ୍‌ କରି ଲେଖିଛନ୍ତି,‘ଉତ୍ତରପ୍ରଦେଶର ନିଯୁକ୍ତି ବ୍ୟବସ୍ଥା ଦୁର୍ନୀତି ଗ୍ରସ୍ତ । ଭୁଲ୍‌ ପରିଚାଳନା, ଦୁର୍ନୀତି ତଥା ନିଯୁକ୍ତିରେ ମାଫିଆଙ୍କ ହସ୍ତକ୍ଷେପ ହେଉଥିବାରୁ ନିଯୁକ୍ତି କେଉଁଠି ରଦ୍ଦ ହୋଇଯାଉଛି, ତ କେଉଁଠି ମାମଲା କୋର୍ଟରେ ପଡିରହୁଛି ।’

ଯେଉଁଥିଲାଗି ଏବେ ଯୁବଗୋଷ୍ଠୀ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ଆଉ ଚୁପ୍‌ଚାପ ବସିବେ ନାହିଁ । ନିଯୁକ୍ତି କ୍ଷେତ୍ରରେ ଚାଲିଥିବା ଦୁର୍ନୀତିକୁ ବଦଳାଇ ହିଁ ନିଶ୍ବାସ ନେବେ ବୋଲି ସେ ଟ୍ବିଟ୍‌ରେ ଦର୍ଶାଇଛନ୍ତି ।

ତେବେ ଏହା ପୂର୍ବରୁ ମଧ୍ୟ ନିଯୁକ୍ତିକୁ ନେଇ କଂଗ୍ରେସ ମହାସଚିବ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଘେରିଛନ୍ତି । ଉତ୍ତର ପ୍ରଦେଶରେ ନକଲି ଶିକ୍ଷକ ନିଯୁକ୍ତି ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ସରକାର ସର୍ବଦା ଭ୍ରଷ୍ଟାଚାର ବିରୋଧରେ ଅସହିଷ୍ଣୁତାର କଥା କୁହନ୍ତି । ହେଲେ ସେ ଏଭଳି ଦୁର୍ନୀତି ଗତିବିଧିକୁ କିପରି ସହ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ପ୍ରିୟଙ୍କା ।

ଏନେଇ ସେ ଟ୍ବିଟ କରି କହିଥିଲେ, ‘ଶିକ୍ଷା ବିଭାଗରେ ଏତେବଡ ଦୁର୍ନୀତି ହେଉଥିଲା ତଥାପି ଏହି ବିଷୟରେ ବିଭାଗୀୟ ମନ୍ତ୍ରୀ କିପରି ଅବଗତ ନଥିଲେ ? କଣ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ଏହି ବିଷୟରେ ସୂଚନା ନଥିଲା ? ଆଶ୍ଚର୍ଯ୍ୟଜନକ କଥା ହେଉଛି, ଜିରୋ ଟୋଲୋରାନ୍ସର କଥା କହୁଥିବା ସରକାର ଏଭଳି ବଡ ଧରଣର ଭ୍ରଷ୍ଟାଚାରକୁ ଟଲରେଟ କରୁଥିଲେ ।’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.