ETV Bharat / bharat

ଗତ 24 ଘଣ୍ଟାରେ ସର୍ବାଧିକ 227 କୋରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 2 - କୋରୋନା ଭାଇରସ ଅପଡେଟ

ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରୁ 227 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତର ଏହା ସର୍ବାଧିକ ସଂଖ୍ୟା ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...

positive cases of corona in india, coronavirus news, coronavirus update, corona in india, ଭାରତରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ଭାରତରେ କୋରୋନା ପଜିଟିଭ ସଂଖ୍ୟା
ଗତ 24 ଘଣ୍ଟାରେ ସର୍ବାଧିକ 227 କୋରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 2
author img

By

Published : Mar 30, 2020, 11:34 PM IST

ହାଇଦ୍ରାବାଦ: ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ପ୍ରତିଦିନ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରୁ 227 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତର ଏହା ସର୍ବାଧିକ ସଂଖ୍ୟା ହୋଇଥିବା ଜଣା ପଡିଛି । ସେପଟେ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1251ରେ ପହଞ୍ଚିଛି । ଯେଉଁଥିରୁ 1117ଟି ଆକ୍ଟିଭ କେସ ରହିଛି ।

ସେପଟେ ବର୍ତ୍ତମାନ ସୁଦ୍ଧା 102 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 32 ଜଣ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦେଶରେ ଏପରି ବିପତ୍ତି ସ୍ଥିତି ଲାଗି ରହିଥିବା ବେଳେ କୋଟ୍ଟାୟମରେ ଦୁଇ ଜଣ 91 ଓ 88 ବର୍ଷୀୟ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନେ ସରକାରୀ ଡାକ୍ତରଖାନାରେ ଆଇସୋଲେସନରେ ରହିଥିଲେ । ହେଲେ ସୋମବାରେ ଉଭୟେ ସୁସ୍ଥ ହୋଇଥିବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.