ETV Bharat / bharat

ଅଜାଣତରେ ଆପଣଙ୍କ ଓଜନ ବୃଦ୍ଧି ପାଉଛି କି ?

author img

By

Published : Jul 10, 2020, 10:34 PM IST

ପିଜା ବାର୍‌ରେ ଆପଣ ଖାଉଥିବା ପିଜା ସ୍ବାସ୍ଥ୍ୟକର ନୁହେଁ । ଅସ୍ବାସ୍ଥ୍ୟକର କ୍ୟାଲୋରୀରେ ଭରପୂର ଥାଏ ପିଜା । ଅଧିକ ପଢନ୍ତୁ...

ଅଜାଣତରେ ଆପଣଙ୍କ ଓଜନ ବୃଦ୍ଧି ପାଉଛି କି ?
ଅଜାଣତରେ ଆପଣଙ୍କ ଓଜନ ବୃଦ୍ଧି ପାଉଛି କି ?

ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ ଅନେକଙ୍କ ପାଇଁ ଅବସାଦ ଓ ବିରକ୍ତିବୋଧ ଆଣିଛି । ଏହି କିଛି କାରଣରୁ ଲୋକେ ଆବଶ୍ୟକତାରୁ ଅଧିକ ଖାଇଛନ୍ତି । ଫଳରେ ଅଜାଣତରେ ସେମାନଙ୍କର ଓଜନ ଅହେତୁକ ଭାବେ ବୃଦ୍ଧି ପାଇଛି । ଓଭରୱେଟିଂ ସହ ଇମୋସୋନାଲ ଇଟିଂ ଓଜନ ବୃଦ୍ଧିର କାରଣ । କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ରହିଛି, ଯାହା କି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏସବୁ ଖାଦ୍ୟଠୁ ଦୂରେଇ ରହିଲେ ଓଜନ ବୃଦ୍ଧି ହେବ ନାହିଁ ।

୧. ସୁଗାରୀ ସୋଡା

ଚିନି ଯୁକ୍ତ ସୋଡାରେ କିଛି କ୍ୟାଲୋରୀ ନଥାଏ । ଶରୀରକୁ କୌଣସି ପୋଷଣ ଏଥିରୁ ମିଳେ ନାହିଁ । ଅଧ୍ୟୟନରୁ ଜଣାପଡିଛି ଯେ ସୁଗାରୀ ସୋଡା ବ୍ୟବହାର କରୁଥିବା ଲୋକଙ୍କ ଓଜନରେ ବୃଦ୍ଧି ଘଟିଥାଏ । ଏହାଛଡା ଏହା ନିୟମିତ ଭାବେ ଗ୍ରହଣ କଲେ ମେଦବହୁଳତା, ଟାଇପ୍ ଟୁ ଡାଇବେଟିସ୍ ଓ ହୃଦଜନିତ ରୋଗ ହୋଇଥାଏ ।

୨. ପିଜା

ପିଜା ବାର୍‌ରେ ଆପଣ ଖାଉଥିବା ପିଜା ସ୍ବାସ୍ଥ୍ୟକର ନୁହେଁ । ଅସ୍ବାସ୍ଥ୍ୟକର କ୍ୟାଲୋରୀରେ ଭରପୂର ଥାଏ ପିଜା । ଲୋକପ୍ରିୟ କିସମର ପିଜା ରିଫାଇନଟ୍ ଅଟାରେ ପ୍ରସ୍ତୁତ ହୋଇଥାଏ । ଏଥିସହ ଏଥିରେ ପନିର ଓ ପ୍ରକ୍ରିୟାକୃତ ମାଂସ ବି ପଡିଥାଏ । ଅଧିକ ପରିମାଣରେ ଏହି ମାଂସ ଖାଇଲେ ମେଦବହୁଳତା, ହୃଦଜନିତ ରୋଗ, କ୍ୟାନସର ବି ହୋଇଥାଏ । ତେଣୁ ସ୍ବାସ୍ଥ୍ୟକର ଉପାଦାନରେ ନିର୍ମିତ ପିଜା ଖାଇବା ବିଧେୟ । ଘରେ ପିଜା ପ୍ରସ୍ତୁତ କରି ଖାଇଲେ ଭଲ ।

୩. ଡୋନଟସ୍

ଡୋନଟ୍ସରେ ଉଚ୍ଚମାତ୍ରାରେ କ୍ୟାଲୋରୀ, ଶର୍କରା ଓ ରିଫାଇନଡ୍ ଅଟା ଥାଏ । ଏଗୁଡିକ ତେଲରେ ଭଲ ଭାବେ ଫ୍ରାଏ ହୋଇଥାଏ ।ଏଥିସହିତ ଚକୋଲେଟ୍ ସସ୍ ଓ ଅନ୍ୟ ମିଠା ଉପାଦାନ ଡୋନଟସରେ ପଡେ । ଫଳରେ ଏହା ଖାଇଲେ ଚବି ବୃଦ୍ଧି ହୋଇଥାଏ । ଇଛା ହେଲେ ଡୋନଟସ୍ କମ ହିଁ ଖାଆନ୍ତୁ ।

୪. ଫ୍ରେଞ୍ଚ ଫ୍ରାଏଜ୍

ଫ୍ରେଞ୍ଚ ଫ୍ରାଏଜକୁ କିଏ ବା ଭଲ ନ ପାଏ ? ପୁରା ସ୍ନାକ୍ସରେ ପନିର ସହ ହେଉ ବା ବର୍ଗର୍ ଓ ସାଣ୍ଡୱିଚର ସାଇଡ୍ ଡିସ୍ ଭାବେ ଫ୍ରେଞ୍ଚ ଫ୍ରାଏଜ୍ ଖାଆନ୍ତି । କିନ୍ତୁ ଏଥିରେ ଉଚ୍ଚ ପରିମାଣର ଫ୍ୟାଟ୍ସ ଓ ଲୁଣ ଥାଏ । କିଛି ଲୋକ ଫ୍ରେଞ୍ଚ ଫ୍ରାଏଜରେ ମିଠା ସସ୍ ମିଶାଇ ଖାଆନ୍ତି, ଯାହା କି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

୫. ଫ୍ରୁଟ ଜୁସ୍

ଫ୍ରୁଟ ଜୁସରେ ପୋଷଣ ବହୁତ କମ୍ ହିଁ ଥାଏ । ଏଥିରେ ଶର୍କରା ବି ଅଧିକ ପରିମାଣରେ ଥାଏ । ତେଣୁ ଫ୍ରୁଟ ଜୁସ ପିଇଲେ ବି ମେଦବହୁଳତା ହେବା ସମ୍ଭାବନା ଅଧିକ । ଜୁସ ପିଇବା ଅପେକ୍ଷା ଫଳ ଖାଇବା ଏକ ଭଳ ବିକଳ୍ପ ।

୬. ମିଠା କଫି

ଚା’ ଯଦି ନାହିଁ, ତେବେ କଫି ପିଅନ୍ତୁ । ଅଧିକାଂଶ କଫି ବି ପିଅନ୍ତି । କଫି ଏକ ହେଲଥ ଡ୍ରିଙ୍କ ହେଲେ ବି ଏଥିରେ ଶର୍କରା ମିଶିଥାଏ । ତେଣୁ ଅଧିକ ଶର୍କରା ଯୁକ୍ତ କଫି ପିଇଲେ ଏହା ଓଜନ ବଢାଇଥାଏ ।

ଦେଖିଲେ ତ, ଉପରୋକ୍ତ ଖାଦ୍ୟ ଓ ପାନୀୟ ଅଧିକ ନେଲେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ କିଭଳି କୁପ୍ରଭାବ ପଡେ । ତେଣୁ ଆପଣ ଯେତେବଳେ ବି ଖାଇବେ ସେତେବେଳେ କ୍ଷତିକାରକ କ୍ୟାଲୋରୀଯୁକ୍ତ ଖାଦ୍ୟ ଓ ପାନୀୟରୁ ଦୂରେଇ ରହନ୍ତୁ । ଚିପ୍ସ, ମିଲ୍କ ଚକୋଲେଟ୍ ଓ ପ୍ରକ୍ରିୟାକୃତ ଖାଦ୍ୟ ଦ୍ବାରା ଅନାବଶ୍ୟକ ଭାବେ ଓଜନ ବୃଦ୍ଧି ହୋଇଥାଏ । ତେଣୁ ଫିଲ୍ ଗୁଡ ଓ କେବଳ ପାଟି ସୁଆଦିଆ ଖାଦ୍ୟ ଖାଇବା ଆଗରୁ ଥରୁଟିଏ ଭଲଭାବେ ଚିନ୍ତା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.