କୋଚି: ରିଅର ଆଡମିରାଲ ଆନ୍ଥୋନୀ ଜର୍ଜ ଗୁରୁବାର ଦକ୍ଷିଣାଞ୍ଚଳ ନୌସେନାର ଚିଫ ଷ୍ଟାଫ ଅଫିସର(ପ୍ରଶିକ୍ଷଣ) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ବୁଡାଜାହାଜ ପ୍ରତିରକ୍ଷା ବିଶେଷଜ୍ଞ ଭାବେ ତାଙ୍କ ବିଶେଷ ଅଭିଜ୍ଞତା ରହିଛି । ସେ ଜଳସେନାର ପ୍ରଥମ ସହାୟକ ପ୍ରମୁଖ ଭାବେ 2 ବର୍ଷ କାର୍ଯ୍ୟ କରିଛନ୍ତି ।
1987 ମସିହା ଜୁଲାଇ ମାସରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ପଶ୍ଚିମାଞ୍ଚଳର ଫ୍ଲିଟ ଆଣ୍ଟି ସବମାରିନ ୱେଲଫେୟାର ଅଫିସର, ଆଇଏନଏସ ଖଞ୍ଜରର ମିସାଇଲ କରଭେଟ କମାଣ୍ଡର ଓ ରୁଷରେ ଆଇଏନଏସ ତର୍କସର ମିସାଇଲ ଫ୍ରିଗେଟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।
ଆନ୍ଥୋନୀ ଜର୍ଜ ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ସ୍ନାତକ ହାସଲ କରିଥିଲା ବେଳେ ବ୍ରିଟେନରେ ଆଡଭାନ୍ସ କମାଣ୍ଡ ଓ ଷ୍ଟାଫ କୋର୍ସ କରିଛନ୍ତି । ସେହିଭଳି ମୁମ୍ବାଇର ନାଭାଲ ୱାର କଲେଜରୁ ନାଭାଲ ହାୟର କମାଣ୍ଡ କୋର୍ସ ମଧ୍ୟ କରିଛନ୍ତି ।
@ANI