ETV Bharat / bharat

ଅନଲାଇନରେ ଚାଲିଛି ରିଅଲମି ନାର୍ଜୋ 10 ଏ ବିକ୍ରି - Realme Narzo 10A

ରିଅଲମି କମ୍ପାନୀ ପକ୍ଷରୁ ଟ୍ବିଟରେ ଏହା ସୂଚନା ଦିଆଯାଇଛି । ନାର୍ଜୋ ଏ ବିକ୍ରି ମଧ୍ୟାହ୍ନ 12ଟାରୁ ଆରମ୍ଭ ହୋଇଛି । ଫ୍ଲିପକାର୍ଟ ସହ ରିଅଲମି ଡଟ୍ କମରେ ମଧ୍ୟ ଏହା ମିଳିପାରୁଛି । ଅଧିକ ପଢନ୍ତୁ...

ଅନଲାଇନରେ ଚାଲିଛି ରିଅଲମି ନାର୍ଜୋ 10 ଏ ବିକ୍ରି

author img

By

Published : May 22, 2020, 4:27 PM IST

ହାଇଦ୍ରାବାଦ: ପୂର୍ବ ଘୋଷଣା ଅନୁସାରେ ଶୁକ୍ରବାର ମେ 22ରୁ ଆରମ୍ଭ ହୋଇଛି ରିଅଲମି ନାର୍ଜୋ 10 ଏ ବିକ୍ରି । ଅନଲାଇନ ସାଇଟ୍ ଫ୍ଲିପକାର୍ଟରେ ଏହାର ବିକ୍ରି ଚାଲିଛି । ଚତ୍ମକାର ଫିଚରରେ ଭରପୂର ଏହି ସ୍ମାର୍ଟଫୋନର ଆଗୁଆ ବୁକିଂରେ ପ୍ରବଳ ଚାହିଦା ଲକ୍ଷ୍ୟ କରାଯାଇଛି ।

ରିଅଲମି କମ୍ପାନୀ ପକ୍ଷରୁ ଟ୍ବିଟରେ ଏହା ସୂଚନା ଦିଆଯାଇଛି । ନାର୍ଜୋ ଏ ବିକ୍ରି ମଧ୍ୟାହ୍ନ 12ଟାରୁ ଆରମ୍ଭ ହୋଇଛି । ଫ୍ଲିପକାର୍ଟ ସହ ରିଅଲମି ଡଟ୍ କମରେ ମଧ୍ୟ ଏହା ମିଳିପାରୁଛି । ଲକଡାଉନରେ ଅନଲାଇନ ସେଲ୍ ହେବାରେ ଏହା ପ୍ରଥମ ସ୍ମାର୍ଟଫୋନ । ଗତ କିଛି ମାସ ଧରି କୌଣସି ନୂଆ ଫୋନ ବିକ୍ରି ହୋଇନଥିବାବେଳେ ଲୋକେ ମଧ୍ୟ କିଣିବାକୁ ଉତ୍ସାହିତ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ଏହି ସମୟରେ କୋଟି କୋଟି ଲୋକଙ୍କ ଫୋନ ଖରାପ ହୋଇଛି ଅଥବା ଭାଙ୍ଗିଯାଇଛି । ଫଳରେ ରିଅଲମିର ଏହି ସମୟରେ ଭଲ ଲାଭ ହେବ ବୋଲି ଆଶା କରାଯାଉଛି ।

ଅନଲାଇନରେ ଏହାର ଡିମାଣ୍ଡ ମଧ୍ୟ ଅଧିକ ରହିଛି । ପୂର୍ବରୁ ମେ 11 ଜାତୀୟ ଟେକ୍ନୋଲୋଜି ଡେ ଅବସରରେ କମ୍ପାନୀ ଏକ ଅନଲାଇନ ଇଭେଣ୍ଟରେ ନାର୍ଜୋ 10 ଏବଂ ନାର୍ଜୋ 10 ଏ ଲଞ୍ଚ କରିଥିଲା । ଏହାସହ ମେ 22ରୁ ବିକ୍ରି ନେଇ ଘୋଷଣା କରିଥିଲା । ନାର୍ଜୋ 10 ଏ ଅନେକ ଫିଚର ଦ୍ବାରା ସମୃଦ୍ଧ । ଏହାର 3ଟି ରିୟର କ୍ୟାମେରାରେ ମୋଟ 16 ମେଗାପିକ୍ସଲ ଅଛି । ସେହିପରି ଫ୍ରଣ୍ଟ କ୍ୟାମେରାର କ୍ଷମତା 5 ମେଗାପିକ୍ସଲ । ଏହାସହ ଡିଜିଟାଲ ଜୁମ, ଅଟୋ ଫ୍ଲାସ, ଫେସ ଡିଟେକସନ ଏବଂ ଟଚ୍ ଟୁ ଫୋକସ ଭଳି ସୁବିଧା ରହିଛି ।

ଫୋନର 6.5 ଇଞ୍ଚର ଏଚଡି ପ୍ଲସ ଏଲସିଡି ଡିସପ୍ଲେ ରହିଛି । ସ୍କ୍ରିନ ରିଜଲ୍ୟୁସନ ହେଉଛି 1600 x 720 ପିକ୍ସଲ । ସ୍କ୍ରିନରେ ଲାଗିଛି କର୍ଣ୍ଣିଂ ଗରିଲା ଗ୍ଲାସ ୱିଥ ଥ୍ରି ପ୍ରୋଟେକ୍ସନ । ସେହିପରି ଫୋନର ବ୍ୟାକଅପ୍ ବ୍ୟାଟେରୀ 5000 ଏମଏଏଚ ରହିଛି । ଏହାର ଦାମ ମାତ୍ର 8499 ରଖାଯାଇଛି । ଏତେ ସବୁ ସୁବିଧା ସହ କମ ଦାମରେ ଏହା ଥିବାରୁ ଫୋନଟି କିଣିବାକୁ ଲୋକେ ଆଗୁଆ ବୁକିଂ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.