ନୂଆଦିଲ୍ଲୀ: ଅର୍ଥଶାସ୍ତ୍ର କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭବ ତଥା ଗବେଷକ ଅଭିଜୀତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ଥର ଡୁଫ୍ଲୋଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି । ଉଭୟ ପତି ପତ୍ନୀଙ୍କୁ ଏହି ସମ୍ମାନ ସେମାନଙ୍କ ଗବେଷଣା ପାଇଁ ଦିଆଯାଇଛି । ଏହି ଗବେଷଣାରେ ସେମାନେ ସାରା ବିଶ୍ବରେ ଦାରିଦ୍ର୍ୟ ସହ ଲଢିବା ପାଇଁ କଣ ପଦକ୍ଷେପ ନେଇ ହେବ ତା’ ଉପରେ ଜୋର ଦେଇଛନ୍ତି ।
ନୋବେଲ ମିଳିବା ନେଇ ଅଭିଜୀତ ଓ ତାଙ୍କ ପତ୍ନୀ ଖୁସି ଜାହିର କରିଛନ୍ତି । ଗଣମାଧ୍ୟମକୁ ସାକ୍ଷାତ ଦେଇ ଅଭିଜୀତ କହିଛନ୍ତି ଏହା ଅଦଭୁତ ଯେ ଏହି ପୁରସ୍କାର ମିଳିଛି । ଏହା ଦ୍ବାରା ଆଗକୁ କାମ କରିବା ସହଜ ହେବା ସହ ଲକ୍ଷ ହାସଲରେ ସହାୟକ ହେବ ବୋଲି ଅଭିଜୀତ କହିଛନ୍ତି ।
2009ରେ ଏଲିନୋରଙ୍କ ପରେ 46 ବର୍ଷୀୟ ଡୁଫ୍ଲୋ ନୋବେଲ ଜିତିଥିବା ସବୁଠୁ କମ ବର୍ଷର ଦ୍ବିତୀୟ ମହିଳା।