ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଦଳର ମୁଖପାତ୍ର ରଣଦୀପ ସୁର୍ଯେୱାଲା ପ୍ରେସମିଟ କରି ଏହା ଉପରେ ମତ ଦେଇଛନ୍ତି । ସେ କହିଛନ୍ତି,‘ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ଆମେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଅଛୁ।’
ଏହା ସହ ଏହି ରାୟ କେବଳ ମନ୍ଦିର ନିର୍ମାଣର ବାଟ ସଫା କରିନାହିଁ ବରଂ ସବୁଦିନ ପାଇଁ ଏହାକୁ ନେଇ ରାଜନୀତି କରୁଥିବା ବିଜେପି ଓ ଅନ୍ୟ ଦଳଙ୍କ କବାଟ ବନ୍ଦ କରିଦେଲା ବୋଲି ସେ ମତ ଦେଇଛନ୍ତି।