ETV Bharat / bharat

କୋଭିଡ୍‌-19 ସହ ଲଢ଼ିବାକୁ ଉପଯୁକ୍ତ ଅସ୍ତ୍ର ପ୍ରୟୋଗ କରୁଛି ରିଜର୍ଭ ବ୍ୟାଙ୍କ୍‌

କୋରୋନା ସହ ସାରା ବିଶ୍ବ ଲଢେଇ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହା ସହ ଲଢେଇ କରୁଛି । ଏହି ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ ନିମନ୍ତେ କେତେକ ଆର୍ଥିକ ଏବଂ ନିୟନ୍ତ୍ରକ ପଦକ୍ଷେପ ଘୋଷଣା କରିଛି । ସପ୍ତମ ଦ୍ବି-ମାସିକ ଆର୍ଥିକ ନୀତି ସମୀକ୍ଷା ବୈଠକ ପରେ ଏହି ଘୋଷଣା ହୋଇଛି ।

RBI rightly mining arms to fight covid-19
କୋଭିଡ୍‌-19 ସହ ଲଢ଼ିବାକୁ ଉପଯୁକ୍ତ ଅସ୍ତ୍ର ପ୍ରୟୋଗ କରୁଛି ରିଜର୍ଭ ବ୍ୟାଙ୍କ୍‌
author img

By

Published : Mar 28, 2020, 11:43 PM IST

ଡକ୍ଟର କେ.ଶ୍ରୀନିବାସ ରାଓ*

କୋରୋନା ଭାଇରସ୍‌ (କୋଭିଡ-19) ସର୍ବବ୍ୟାପୀ ମହାମାରୀର ପ୍ରାଦୁର୍ଭାବ ଆରମ୍ଭ ହେବା ଦିନରୁ ହିଁ ଏକ ସଜାଗ କେନ୍ଦ୍ରୀୟ ବ୍ୟାଙ୍କ ଏହାର ଅର୍ଥ ନେଣଦେଣ ବ୍ୟବସ୍ଥା ଜରିଆରେ ସକ୍ରିୟ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସେହି ଉଦାରବାଦୀ ଦୃଷ୍ଟିଭଙ୍ଗୀକୁ ଅବ୍ୟାହତ ରଖି ଏବେ ଏହାର ସପ୍ତମ ଦ୍ବି-ମାସିକ ଆର୍ଥିକ ନୀତି ସମୀକ୍ଷା ବୈଠକରେ, ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ ନିମନ୍ତେ କେତେକ ଆର୍ଥିକ ଏବଂ ନିୟନ୍ତ୍ରକ ପଦକ୍ଷେପ ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କର ଏହି ସବୁ ପଦକ୍ଷେପ ଆଶାନୁରୂପ ଭାବରେ ନିଆଯାଇଛି ଏବଂ ଏଥିରେ ବିଭିନ୍ନ ଅଭିନବ ବ୍ୟବସ୍ଥା ସ୍ଥାନ ପାଇଥିଲେ ହେଁ କିଛି ମାତ୍ରାରେ ରକ୍ଷଣଶୀଳତା ବି ରହିଛି । ରେପୋ ରେଟ୍‌ରେ 75 ବେସିସ୍‌ ପଏଣ୍ଟ ହ୍ରାସ ଯୋଗୁଁ ଏହା 5.15 ପ୍ରତିଶତରୁ 4.4 ପ୍ରତିଶତକୁ ଖସି ଆସିଛି । ତେଣୁ, ବର୍ତ୍ତମାନ ବାହ୍ୟ ବେଞ୍ଚମାର୍କ ରେଟ୍‌ ସହିତ ସଂଯୁକ୍ତ ହୋଇ ରହିଥିବା ସ୍ବଳ୍ପ ପରିମାଣର ଋଣ ରାଶି ଉପରେ ସୁଧହାର ସ୍ବୟଂଚାଳିତ ସଂଚାରଣ କ୍ରମରେ ଖସି ଆସିବ । ସୁଧହାରରେ ଏହି ସ୍ବୟଂକ୍ରିୟ ସଂଚାରଣ ସଂଘଟିତ ହେବା ଫଳରେ ଋଣଗ୍ରହୀତାମାନଙ୍କୁ ଆବଶ୍ୟକ ସହାୟତା ମିଳିପାରିବ ।

ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ସହିତ ରିଜର୍ଭ ବ୍ୟାଙ୍କ ରିଭର୍ସ୍‌ ରେପୋ ରେଟ୍‌କୁ ହ୍ରାସ କରି 4 ପ୍ରତିଶତରେ ପୁନଃସ୍ଥାପିତ କରିଛି । ତଦନୁସାରେ, ପ୍ରଚଳିତ ସୁଧହାର ସଂପର୍କିତ ନୀତି ପ୍ରଣାଳୀ 50 ବେସିସ୍‌ ପଏଣ୍ଟରୁ 65 ବେସିସ୍‌ ପଏଣ୍ଟକୁ ବୃଦ୍ଧି ପାଇଛି । ନୂତନ ପ୍ରଣାଳୀରେ ଲିକ୍ୟୁଡିଟି ଆଡଜଷ୍ଟମେଣ୍ଟ ଫ୍ୟାସିଲିଟି (LAF) ଅନ୍ତର୍ଗତ ରିଭର୍ସ ରେପୋ ରେଟ୍, ପଲିସି ରେପୋ ରେଟ୍‌ ତୁଳନାରେ 40 ବେସିସ୍‌ ପଏଣ୍ଟ କମ ହେବ, ଯାହାକି ବର୍ତ୍ତମାନ 25 ବେସିସ୍‌ ପଏଣ୍ଟ ରହିଛି । ହୁଏତ ଏହି ପଦକ୍ଷେପ ଦ୍ବାରା ଋଣ କ୍ଷେତ୍ରରେ ଅଧିକ ଆଶଙ୍କା ଜଡିତ ସ୍ଥିତିକୁ ଆପଣେଇ ନେବାକୁ ବ୍ୟାଙ୍କଗୁଡ଼ିକ ଚାହିଁପାରନ୍ତି । କାରଣ, ସ୍ଥିରୀକୃତ ରିଭର୍ସ ରେପୋ ରେଟ୍‌ ଯୋଗୁଁ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କରେ ରଖୁଥିବା ପାଣ୍ଠି ଏଣିକି ଆଗକୁ କମିବାରେ ଲାଗିବ ।

ନଗଦ କାରବାରରେ ସହାୟତା ପଦକ୍ଷେପ:-

ଉଚିତ ମୂଲ୍ୟରେ (ସ୍ଥାୟୀ ରେପୋ ରେଟ୍‌ରେ) ବ୍ୟାଙ୍କଗୁଡ଼ିକୁ ଦୀର୍ଘକାଳୀନ ନଗଦ ଅର୍ଥ ପ୍ରଦାନ ପାଇଁ 2020 ଫେବୃଆରୀ 17 ଏବଂ ମାର୍ଚ୍ଚ 18 ମଧ୍ୟରେ ଆୟୋଜିତ ଏକ ବର୍ଷ ଏବଂ ତିନି ବର୍ଷ କାର୍ଯ୍ୟକାଳର 5ଟି ଦୀର୍ଘକାଳୀନ ରେପୋ ପରିଚାଳନା (LTRO) ଅନ୍ତର୍ଗତ 1,25,000 କୋଟି ଟଙ୍କା ସହିତ ଅବିରତ ଦେୟ ପ୍ରଦାନ ଏବଂ ସମାଧାନ ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ଅଭିଯାନ ଧାରାକୁ ବଜାୟ ରଖିଛି । ସାଂପ୍ରତିକ ସାମାଜିକ ଲକ୍‌ଡାଉନ୍‌ କାରଣରୁ ଆଗକୁ ଜମା ପୁଞ୍ଜି ପରିମାଣ କମିବା ଆଶଙ୍କା ରହିଥିବା ଏବଂ ବ୍ୟାଙ୍କ ପ୍ରଣାଳୀରେ ନଗଦ ଅର୍ଥର ଆବଶ୍ୟକତାକୁ ହୃଦୟଙ୍ଗମ କରି କ୍ୟାସ୍‌ ରିଜର୍ଭ ରେସିଓ (CRR) ପ୍ରତିଶତକୁ ରିଜର୍ଭ ବ୍ୟାଙ୍କ ହ୍ରାସ କରିଛି । ଏହାର ଅର୍ଥ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କରେ ରଖୁଥିବା ଟଙ୍କା ପରିମାଣକୁ 4 ପ୍ରତିଶତରୁ 3 ପ୍ରତିଶତକୁ ଖସାଇ ଦିଆଯାଇଛି ଏବଂ ଏହା ଫଳରେ ବ୍ୟାଙ୍କ ପାଇଁ ଆଉ ପ୍ରାୟ 1,37000 କୋଟି ଟଙ୍କା ଦିଆଯାଇଛି ଏବଂ ଏହା ହୁଏତ ଆଗାମୀ ଦିନରେ ରୁଗ୍‌ଣ ଶିଳ୍ପ ସଂସ୍ଥାକୁ ଅଧିକ ଋଣ ଦେବା କାମରେ ଲାଗିପାରିବ । ଏମିତି କି ନ୍ୟୂନତମ ସ୍ଥାୟୀ ସୁବିଧା (MSF)ର ପ୍ରତିଶତକୁ ହ୍ରାସ କରାଯାଇଛି ଏବଂ ଏହା ଦ୍ବାରା ବ୍ୟାଙ୍କଗୁଡ଼ିକ 2ରୁ 3 ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବୈଧାନିକ ଚଳନ୍ତି ଅନୁପାତ (SLR) ଅନ୍ତର୍ଗତ ଅମାନତ ବଳରେ ରିଜର୍ଭ ବ୍ୟାଙ୍କରୁ ଅଧିକ ଟଙ୍କା ଋଣ ନେଇପାରିବେ । ଏହା ଫଳରେ ବ୍ୟାଙ୍କଗୁଡ଼ିକୁ ଆଉ 1,37000 କୋଟି ଟଙ୍କାର ସମ୍ବଳ ମିଳିବ ଏବଂ ଏସବୁ ପଦକ୍ଷେପର ସମ୍ମିଳିତ ଫଳାଫଳ ସ୍ବରୂପ ବ୍ୟାପକ ଅର୍ଥରେ ବ୍ୟାଙ୍କଗୁଡ଼ିକ ପାଇଁ ସର୍ବମୋଟ 3,74,000 କୋଟି ଟଙ୍କାର ନଗଦ ରାଶି ଉପଲବ୍‌ଧ ହୋଇପାରିବ, ଯଦ୍ବାରା ସେମାନେ ଅଧିକ ଋଣ ଦେବାରେ ସମର୍ଥ ହେବେ ।

ବ୍ୟାଙ୍କ ଋଣଗ୍ରହୀତାମାନଙ୍କୁ ସହାୟତା:-

ସାଂପ୍ରତିକ ସଂକଟ ପ୍ରତି ଏକ ବାସ୍ତବବାଦୀ ଏବଂ ବ୍ୟାବହାରିକ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ ପୂର୍ବକ ସମସ୍ତ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ସେମାନଙ୍କ ବର୍ତ୍ତମାନର ଋଣ ପରିଶୋଧ ଉପରେ ତିନି ମାସର ସ୍ଥଗନ ଜାରି କରିପାରିବେ । ଫଳସ୍ବରୂପ, ସର୍ବବ୍ୟାପୀ ମହାମାରୀ ପ୍ରପୀଡ଼ିତ ଋଣଗ୍ରହୀତାମାନେ ସେମାନଙ୍କ ସମାନ ମାସିକ କିସ୍ତି (EMI) ପୈଠ କରିବା ଚାପରୁ ମୁକ୍ତି ପାଇବା ସହିତ ଅନ୍ୟାନ୍ୟ ପ୍ରତିଶ୍ରୁତିକୁ ସ୍ଥଗିତ ରଖିପାରିବେ ।

ଅନୁରୂପ ଭାବେ, 2020 ମାର୍ଚ୍ଚ 1 ତାରିଖରେ ଶିଳ୍ପ ସଂସ୍ଥାର କାର୍ଯ୍ୟକାରୀ ମୂଳଧନ ଉପରେ ଲାଗୁ ସୁଧ ପଇଠକୁ ତିନି ମାସ ଯାଏ ବିଳମ୍ବିତ କରାଯାଇପାରିବ । ଏହା ଦ୍ବାରା ଶିଳ୍ପ ସଂସ୍ଥା ଉପରେ ସୁଧ ପୈଠର ଚାପ ରହିବ ନାହିଁ । ବ୍ୟାଙ୍କ ପାଇଁ ଆଶ୍ବସ୍ତିର ବିଷୟ ହେଲା ଯେ ଏହି ସବୁ ଋଣ ଉପରେ ବାକି ରହୁଥିବା ଦେୟ ଏବଂ କିସ୍ତି ପରିଶୋଧ ବକେୟା ରହିବା ସତ୍ତ୍ବେ ଏହାକୁ ନନ୍‌ ପରଫର୍ମିଂ ଆସେଟ୍‌ (NPA) ଶ୍ରେଣୀଭୁକ୍ତ କରାଯିବ ନାହିଁ । ଯେଉଁ ଋଣଗ୍ରହୀତାମାନେ କିସ୍ତି ପରିଶୋଧ ନ କରିବେ ସେମାନଙ୍କର ପୂର୍ବ କ୍ରେଡିଟ୍‌ ରେଟିଂର ଅବମୂଲ୍ୟାୟନ କରାଯିବ ନାହିଁ ଏବଂ ଭବିଷ୍ୟତରେ ବ୍ୟାଙ୍କଗୁଡ଼ିକରୁ ଋଣ ନେବା ସମୟରେ ସେମାନଙ୍କ ଋଣ ଉପରେ ସୁଧହାର ବଢ଼ିବାର ଆଶଙ୍କା ରହିବ ନାହିଁ । କାରଣ, ଅଣ ପରିଶୋଧିତ ଋଣ କିସ୍ତି ପରିମାଣ ବଢ଼ିଗଲେ ଅନାଦାୟ ଆଶଙ୍କାକୁ ଆଖିରେ ରଖି ଋଣ ଉପରେ ସୁଧହାର ବଢ଼ାଇବା କ୍ଷମତା ବ୍ୟାଙ୍କଗୁଡ଼ିକର ରହିଛି ।

ବ୍ୟାଙ୍କକୁ ସହାୟତା:-

ଋଣ ପରିଶୋଧ ସମୟରେ ରିହାତି ଏବଂ ଋଣ ସୁବିଧାରେ ପରିବର୍ତ୍ତନ କାରଣରୁ ସମ୍ପତ୍ତି ଶ୍ରେଣୀଭୁକ୍ତ ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ ବୋଲି ବ୍ୟାଙ୍କଗୁଡ଼ିକୁ ଆଶ୍ବସ୍ତ କରାଯାଇଛି । ଏହା ସହିତ 2020 ଏପ୍ରିଲ 1ରୁ 2020 ଅକ୍ଟୋବର 1 ଯାଏଁ କାର୍ଯ୍ୟକାରୀ ହେବାକୁ ସ୍ଥିରୀକୃତ ବର୍ଦ୍ଧିତ ବିବେଚନାପୂର୍ଣ୍ଣ ପ୍ରକ୍ରିୟା ପାଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏଥିରେ ରହିଛି ବର୍ଦ୍ଧିତ ନେଟ୍‌ ଷ୍ଟେବ୍‌ଲ ଫଣ୍ଡିଂ ରେସିଓ (NSFR) ଯାହା ଦ୍ବାରା ବ୍ୟାଙ୍କଗୁଡ଼ିକ ପାଇଁ ପାଣ୍ଠି ବିନିଯୋଗରେ ଏକ ସ୍ଥିର ଅବସ୍ଥା ବଜାୟ ରହିବା ଆବଶ୍ୟକ ହୋଇଥାଏ । ସେହିଭଳି, 2020 ମାର୍ଚ୍ଚ 31 ତାରିଖରେ କାର୍ଯ୍ୟକାରୀ ହେବାକୁ ଥିବା କ୍ୟାପିଟାଲ କନ୍‌ଜରଭେସନ୍‌ ବଫର (CCB)କୁ ମଧ୍ୟ 2020 ସେପ୍ଟେମ୍ବର 30 ଯାଏଁ ସ୍ଥଗିତ ରଖାଯାଇଛି । ଏହା ଦ୍ବାରା ନୂତନ ବିବେଚନାପୂର୍ଣ୍ଣ ବିଧି ସହିତ ଖାପ ଖୁଆଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ ଓ ସୁଯୋଗ ମିଳିପାରିବ ।

କୋଭିଡ୍‌-19 ଜନିତ ସ୍ଥିତି ଦୃଷ୍ଟିରୁ ବିଶ୍ଲେଷଣ କଲେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦକ୍ଷେପ ସୁସଂକଳିତ ହୋଇଥିଲେ ହେଁ ବାସ୍ତବ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାରେ ବ୍ୟାଙ୍କଗୁଡ଼ିକ ଘୋର ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ଖାସ୍‌ କରି ବ୍ୟାଙ୍କ ଓ ଗ୍ରାହକଙ୍କ ସଂପର୍କରେ ସାମାଜିକ ଦୂରତା ରହିଥିବା ବେଳେ ଏହି ସମସ୍ୟା ଉପୁଜିପାରେ । ରିଜର୍ଭ ବ୍ୟାଙ୍କ ଦ୍ବାରା ଗଠିତ ଟିମ୍‌ ସହଯୋଗରେ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଅବିରତ କାରବାର ଯୋଜନା ବା ବିଜ୍‌ନେସ୍‌ କଣ୍ଟିନ୍ୟୁଟି ପ୍ଲାନ୍‌ (BCP)କୁ କାର୍ଯ୍ୟକ୍ଷମ କରାଇବା ସହ ଏହାକୁ ଲାଗୁ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିପାରନ୍ତି । ଆର୍ଥିକ ବ୍ୟବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖିବା ଲାଗି BCP ସଂପର୍କିତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଏହି ରିଜର୍ଭ ବ୍ୟାଙ୍କର ଏହି ଟିମ୍‌ ଗଠନ କରାଯାଇଛି ।

ବ୍ୟାଙ୍କ ପାଇଁ ବ୍ୟସ୍ତବହୁଳ ଭୂମିକା:-

ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶିତ ବ୍ୟବସ୍ଥାରେ କାମ କରିବା ସହିତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (DBT) ଦିଗରେ ପର୍ଯ୍ୟାପ୍ତ ସମ୍ବଳ ଜୁଟାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଉଦ୍ୟମ କରିବାକୁ ପଡ଼ିବ । କୋଭିଡ୍‌ ଭାଇରସ୍‌ର ତତ୍କାଳିକ ପ୍ରଭାବ ଯୋଗୁଁ ପୀଡ଼ିତ ସାମାଜିକ ଭାବେ ବଞ୍ଚିତ ଏବଂ ସମ୍ବେଦନଶୀଳ ବର୍ଗଙ୍କୁ ଏହି ଆର୍ଥିକ ସୁବିଧା ପ୍ରଦାନ ସମ୍ପର୍କରେ 2020 ମାର୍ଚ୍ଚ 26 ତାରିଖରେ ଘୋଷିତ 1 ଲକ୍ଷ 70 ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ରେ ବ୍ୟବସ୍ଥା ରହିଛି । ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖରେ ଏହି ସହାୟତା ପହଞ୍ଚାଇବା ଗୁରୁତ୍ବପୂର୍ଣ୍ଣ । ଭାଇରସ୍‌ ପ୍ରପୀଡ଼ିତ ଏକ ବୃହତ୍‌ ବର୍ଗର ଲୋକଙ୍କ ସହାୟତା ଦିଗରେ ପଦକ୍ଷେପ ନେବା ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଏକ ସୁଚିନ୍ତିତ ଘୋଷଣାନାମା ପ୍ରସ୍ତୁତ କରିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ସମୁଚିତ ପଦ୍ଧତି ପ୍ରସ୍ତୁତ କରିବାକୁ ହେବ ଏବଂ ଏଥିପାଇଁ ଅନ୍ୟ ଉତ୍ସରୁ ସମ୍ବଳ ଯୋଗାଡ଼ କରିବାକୁ ପଡ଼ିବ । ଏହିପରି, ରିଜର୍ଭ ବ୍ୟାଙ୍କ ଏବଂ ବିଭିନ୍ନ ବ୍ୟାଙ୍କର ପରିବର୍ଦ୍ଧିତ ଭୂମିକା ଦୃଷ୍ଟିରୁ ସେମାନଙ୍କୁ କୋଭିଡ-19 ବିରୋଧି ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା ବର୍ଗରେ ସାମିଲ କରାଯିବା ଦରକାର ଏବଂ ବୋଧହୁଏ ଏହି ବର୍ଗରେ ଅନ୍ତର୍ଭୁକ୍ତି ଯୋଗୁଁ ସେମାନେ ବୀମା ସୁରକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ।

(ଲେଖକ ହାଇଦ୍ରାବାଦର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇନ୍‌ସ୍ୟୁରାନ୍ସ ଆଣ୍ଡ ରିସ୍କ ମ୍ୟାନେଜମେଣ୍ଟ-IIRMରେ ସହାୟକ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ । ସମସ୍ତ ମତାମତ ତାଙ୍କର ନିଜସ୍ବ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.