ETV Bharat / bharat

‘ପ୍ରଥମେ କ୍ଷମା ମାଗନ୍ତୁ 8 ସାଂସଦ, ପରେ କରାଯିବ ବିଚାର’ - ପ୍ରଥମେ କ୍ଷମା ମାଗନ୍ତୁ 8 ସାଂସଦ

ସୋମବାର ଆଠ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ପ୍ରସଙ୍ଗରେ ରାଜ୍ୟସଭାରେ ବିବାଦ ଜାରି ରହିଛି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି, ବିରୋଧୀଙ୍କୁ ଘେରିବା ଆରମ୍ଭ କରିଛି ।

ପ୍ରଥମେ କ୍ଷମା ମାଗନ୍ତୁ 8 ସାଂସଦ
ପ୍ରଥମେ କ୍ଷମା ମାଗନ୍ତୁ 8 ସାଂସଦ
author img

By

Published : Sep 22, 2020, 4:32 PM IST

ନୂଆଦିଲ୍ଲୀ: ସୋମବାର ଆଠ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ପ୍ରସଙ୍ଗରେ ରାଜ୍ୟସଭାରେ ବିବାଦ ଜାରି ରହିଛି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି, ବିରୋଧୀଙ୍କୁ ଘେରିବା ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ବିରୋଧୀ ଏହି ପ୍ରସଙ୍ଗରେ ଭୁଲ୍ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାସହା ଗୃହରେ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଦାବି କରିଛନ୍ତି।

ରବି ଶଙ୍କର କହିଛନ୍ତି ଯେ ସଂସଦରେ ଯେଉଁଭଳି ଭାବରେ ଅଶାନ୍ତ ପରିବେଶ ସୃଷ୍ଟି ହେଲା ସେଥିରେ ଉପବାଚସ୍ପତି ଆହତ ହେବାର ସମ୍ଭାବନା ଥିଲା । ଉପବାଚସ୍ପତି ବିରୋଧୀଙ୍କୁ 13 ଥର ନିବେଦନ କରିଛନ୍ତି କି ଯଦି ଆପଣ ବିଲକୁ ଚୟନ କମିଟିକୁ ପଠାଇବାକୁ ଚାହାଁନ୍ତି ତେବେ ଏକ ପ୍ରସ୍ତାବ ଆଣନ୍ତୁ । ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ ତଥାପି ଏହି ବିଲ୍ ପାରିତ ହୋଇଛି।

ଏହା ଉପରେ ରବି ଶଙ୍କର କହିଛନ୍ତି ଯେ ଆମର 110 ସାଂସଦ ଥିବାବେଳେ ବିରୋଧୀଙ୍କ ପାଖରେ କେବଳ 72 ଜଣ ସାଂସଦ ଅଛନ୍ତି। ଏହି ଅଭିଯୋଗରେ କେବଳ କଂଗ୍ରେସ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମେ ନିଲମ୍ବିତ ସାଂସଦ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବା ଉଚିତ, ଏହା ପରେ ନିଲମ୍ବନକୁ ବିଚାର କରାଯାଇପାରେ।

ଅନ୍ୟପକ୍ଷେ ପ୍ରହ୍ଲାଦ ଯୋଶୀ ମଧ୍ୟ ସାଂସଦଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ମଧ୍ୟ କହିଛନ୍ତି ଯେଉଁ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି ସେମାନେ କ୍ଷମା ମାଗନ୍ତୁ। କିନ୍ତୁ ସେମାନେ ଏହା କରିବାକୁ ପ୍ରସ୍ତୁତ ନୁହଁନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆମେ ମଧ୍ୟ ବିରୋଧୀଙ୍କ ବିନା ଗୃହ ଚଳାଇବାକୁ ଚାହୁଁ ନାହୁଁ।

ମନ୍ତ୍ରୀ କହିଛନ୍ତି ଯେ ନିୟମାନୁଯାୟୀ ଭେଙ୍କୟା ନାଇଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯାହା ଘଟିଲା ତାହା ଠିକ୍ ନୁହେଁ, କିନ୍ତୁ ସାଂସଦମାନେ ସେମାନଙ୍କ ଆଚରଣ ପାଇଁ କ୍ଷମା ମାଗିଲେ ନିଲମ୍ବନ ପ୍ରତ୍ୟାହାର କରାଯାଇପାରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.