ETV Bharat / bharat

କରତାରପୁର ଯିବା ପାଇଁ ସିଦ୍ଧୁଙ୍କୁ ନେବାକୁ ହେବ ଅନୁମତି: ବୈଦେଶିକ ମନ୍ତ୍ରଣାଳୟ

author img

By

Published : Oct 31, 2019, 8:45 PM IST

କରତାପୁର କରିଡର ଉଦଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ପିଏମ ଇମ୍ରାନ ଖାନ, କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଥିଲେ । ମାତ୍ର ଏହି ଉତ୍ସବରେ ସାମିଲ ହେବା ପାଇଁ ସିଦ୍ଧୁଙ୍କୁ ଅଧିକାରିକ ସ୍ତରରେ ଅନୁମତି ନେବା ଆବଶ୍ୟକ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: କରତାପୁର କରିଡର ଉଦଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ପିଏମ ଇମ୍ରାନ ଖାନ, କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଥିଲେ। ମାତ୍ର ଏହି ଉତ୍ସବରେ ସାମିଲ ହେବା ପାଇଁ ସିଦ୍ଧୁଙ୍କୁ ଅଧିକାରିକ ସ୍ତରରେ ଅନୁମତି ନେବା ଆବଶ୍ୟକ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର । ସିଦ୍ଧୁଙ୍କୁ ନିମନ୍ତ୍ରଣ ପରେ ସେ ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିଥିଲେ । ଏବେ ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

avjot singh sidhu to go kartarpur corridor
ଫଟୋ ସୌଜନ୍ୟ: ଏଏନଆଇ

ରବିଶ କୁମାର ଆହୁରି କହିଛନ୍ତି ଯେ, କରତାରପୁର କରିଡର ଆସନ୍ତା ମାସରେ ଖୋଲାଯିବ । ସେ କହିଛନ୍ତି କରତାରପୁର କରିଡରକୁ ନେଇ ଏମ୍‌ଓୟୁ ସ୍ବାକ୍ଷର କରାଯାଇଥିଲା। ଏହାପରେ ଗୃହ ମନ୍ତ୍ରଣାଳୟ ଏକ ଓ୍ବେବସାଇଟ୍‌ ଲଞ୍ଚ କରିଥିଲା। ପ୍ରଥମ ଦିନ ଯେଉଁ ଯାତ୍ରୀ ଯିବେ ତା'ର ଏକ ତାଲିକା ମଧ୍ୟ ପାକିସ୍ତାନକୁ ଦିଆଯାଇଛି। ଏବେ ପାକିସ୍ତାନ ପଟୁ ଏହାର ଉତ୍ତର ଆସିବା ବାକି ରହିଛି ।

ଏହାସହ ରବିଶ କୁମାର କହିଛନ୍ତି ଯେ, ଯେଉଁମାନେ କରତାରପୁର କରିଡର ଯାତ୍ରା କରୁଛନ୍ତି ସେମାନଙ୍କୁ ୨ଟି ବିଷୟ ଉପରେ ଧ୍ୟାନ ରଖିବା ଉଚିତ୍‌ । ପ୍ରଥମତଃ ସେମାନେ ଅନ୍ୟ ଏକ ଦେଶକୁ ଯାତ୍ରା କରିବେ । ଯାହା ପାଇଁ ପଲଟିକାଲ କ୍ଲିୟରାନ୍ସ ଦରକାର। ପ୍ରଥମ ପର୍ଯ୍ୟାୟରେ ସେଠାକୁ ଯିବା ପାଇଁ କ୍ୟାବିନେଟ ମନ୍ତ୍ରୀ ଓ ଅନେକ ନେତା ମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ନାମ ପୂର୍ବରୁ ଘୋଷଣା ହୋଇଛି । ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବା କଥା ନାହିଁ । ଯାତ୍ରୀ ମାନଙ୍କୁ ବିଶେଷ କିଛି ନୁହେଁ କେବଳ ରାଜନୀତିକ ଅନୁମତି ନେବା ଆବଶ୍ୟକ ।

ସେହିପରି ୟୁରୋପିୟାନ ୟୁନିୟନ ସଂସଦର ପ୍ରତିନିଧି ମଣ୍ଡଳଙ୍କ ଜମ୍ମୁ-କାଶ୍ମୀର ଗସ୍ତକୁ ନେଇ ମନ୍ତ୍ରଣାଳୟ ମତ ରଖିଛି । ଭାରତ ସରକାରଙ୍କ ସଜ୍ଞାନରେ କିଛି ବିଦେଶୀ ସାଂସଦଙ୍କ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିବାକୁ ଇଚ୍ଛୁକ ରହିଛନ୍ତି । ଏହି ସମସ୍ତ ପ୍ରତିନିଧି ଭାରତ ଆସିବା ପାଇଁ ଉତ୍ସାହିତ ଥିଲେ । ଏହି ସାକ୍ଷାତକାର କେବଳ ଏକ ଭାବ ଆଦନାପ୍ରଦାନର ମାଧ୍ୟମ ଥିଲା । ସମସ୍ତ ବିଦେଶ ସାଂସଦ ଅଲଗା ଅଲଗା ରାଜନୈତିକ ଦଳର ଓ ଦେଶରେ ରହିଥିବା ସେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଭଳି ଅନେକ ସାକ୍ଷାତକାର ଓ ବୈଠକ ସମାପନ ହୋଇଥିବା କଥା ସେ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.