ETV Bharat / bharat

ସିଏବିକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ; ପାକକୁ କଡା ସନ୍ଦେଶ

author img

By

Published : Dec 12, 2019, 10:05 PM IST

ବୁଧବାର ରାଜ୍ୟସଭାରେ ପାରିତ ହୋଇଛି ସିଏବି । ସିଏବିକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ । କଣ ଦେଲା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ପଢନ୍ତୁ...

PHOTO
ବୈଦେଶିକ ମନ୍ତ୍ରଣାଳୟର ସ୍ପଷ୍ଟି କରଣ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲକୁ ନେଇ ଏବେ ସାରାଦେଶରେ ଦେଖା ଦେଇଛି ମିଶ୍ର ପ୍ରତିକ୍ରିୟା । କେଉଁଠି ବିଲକୁ ସମର୍ଥନ ମିଳୁଛି ତ କେଉଁଠି ବିଲ ପ୍ରତ୍ୟାହାର ପାଇଁ ଚାଲିଛି ଆନ୍ଦୋଳନ । ପୂର୍ବତ୍ତୋର ରାଜ୍ୟରେ ଦେଖାଦେଇଛି ଭୟଙ୍କର ଆନ୍ଦୋଳନ । ଫଳରେ ସରକାରଙ୍କୁ କଟକଣା ଜାରି କରିବାକୁ ପଡିଛି ।

ବୁଧବାର ରାଜ୍ୟସଭାରେ ଏହି ବିଲ ପାରିତ ହେବା ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ତାଙ୍କର ଭାରତ ଗସ୍ତ ବାତିଲ କରିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବାଂଲାଦେଶ ଆସି ଦେଶର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ କେମିତି ଦେଖିବାକୁ ଆହ୍ବନ କରିଛନ୍ତି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ମୁଣ୍ଡ ପୁରାଇଛନ୍ତି ।

ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ସମସ୍ତଙ୍କୁ ଜବାବ ଦେଇଛନ୍ତି । ରବିଶ କୁମାର କହିଛନ୍ତି ସିଏବି ଭାରତ-ବାଂଲାଦେଶ ସଂପର୍କ ଭାଙ୍ଗିପାରିବ ନାହିଁ । କାହିଁକି ନା ଏହି ବିଲ ଧାର୍ମିକ ନିର୍ଯ୍ୟାତନା ଭୋଗୁଥିବା ଲୋକଙ୍କୁ ନ୍ୟାୟ ଦେବ । ତେବେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏହାକୁ ନେଇ ତାଙ୍କର ଭାରତ ଗସ୍ତ ବାତିଲ କରି ନାହାଁନ୍ତି ।

ସେହିପରି ପାକିସ୍ତାନକୁ ରବିଶ କଡା ଜବାବ ଦେଇଛନ୍ତି । ପାକିସ୍ତାନକୁ ସିଧାସିଧା କହିଛନ୍ତି ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନଖେଳାଉ । ନିଜ ଦେଶର ସମସ୍ୟା କଥା ବୁଝୁ । ପାକିସ୍ତାନରେ ଥିବା ସଂଖ୍ୟାଲଘୁଙ୍କ କଥା ବୁଝୁ । ସିଏବି ସଂପର୍କରେ ଆମେ ଆମେରିକା ସମେତ ଅନ୍ୟଦେଶକୁ ଅବଗତ କରାଇବୁ । ଏହାସହ ଦେଶର ରାଜନୈତିକ ଦଳଙ୍କୁ ଅବଗତ କରାଯିବ । କେନ୍ଦ୍ର ସରକାର ଆଶା ରଖିଛନ୍ତି ଏହି ବିଲର ଉଦ୍ଦେଶ୍ୟ ସମସ୍ତେ ବୁଝିପାରିବେ ।

ସେଭିଭଳି ଚଳିତ ମାସ 15 ଓ 16ରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତ ଗସ୍ତରେ ଆସୁଛନ୍ତି । ଏହି ଦ୍ବିପାକ୍ଷିକ ବୈଠକ ଆସାମର ଗୌହାଟୀ ଓ ଇମ୍ଫାଲରେ ହେବ । ସେହି ଅଞ୍ଚଳରେ ଏବେ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ଏହି ବୈଠକର ସ୍ଥାନ ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.