ETV Bharat / bharat

ଫେବୃୟାରୀ 6 ରୁ ଖୋଲିବ ରାଷ୍ଟ୍ରପତି ଭବନ

author img

By

Published : Feb 2, 2021, 10:18 AM IST

ଦୀର୍ଘ 10 ମାସ ପରେ ରାଷ୍ଟ୍ରପତି ଭବନ ବୁଲି ଦେଖିବେ ପର୍ଯ୍ୟଟକ । କୋରୋନା ପାଇଁ ରାଷ୍ଟ୍ରପତି ଭବନକୁ ବନ୍ଦ ରଖାଯାଇଥିଲା । ଅଧିକ ପଢନ୍ତୁ...

rashtrapati bhawan
ଫେବୃୟାରୀ 6 ରୁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ସର୍ବସାଧାରଣ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ଫେବୃୟାରୀ 6 ରୁ ସମସ୍ତଙ୍କ ପାଇଁ ଖୋଲାଯିବ ବୋଲି ସରକାରୀ ସ୍ତରରେ ଘୋଷଣା କରାଯାଇଛି । ଦୀର୍ଘ 10 ମାସ ପରେ ରାଷ୍ଟ୍ରପତି ଭବନ ବୁଲି ଦେଖିବେ ପର୍ଯ୍ୟଟକ । ତେବେ କେବଳ ଛୁଟିଦିନ ରବିବାର ଓ ଶନିବାର ରାଷ୍ଟ୍ରପତି ଭବନ ଖୋଲିବ । କୋରୋନା ସଂକ୍ରମଣ ଯୋଗୁଁ ରାଷ୍ଟ୍ରପତି ଭବନକୁ ବନ୍ଦ ରଖାଯାଇଥିଲା ।

ଏହି ସମୟରେ ସମସ୍ତ କୋରୋନା ଗାଇଡଲାଇନ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ, ସାନିଟାଇଜ ସହିତ ସାମାଜିକ ଦୂରତା ବଜାୟୀ ରଖିବେ ।

ରାଷ୍ଟ୍ରପତି ଭବନ ଯିବାକୁ ଅନଲାଇନ ମାଧ୍ୟମରେ ଟିକେଟ ବୁକ କରିବେ । ପ୍ରତି ପର୍ଯ୍ୟଟକଙ୍କ ପିଛା 50 ଟଙ୍କା ରହିଛି । ସେପଟେ 3 ସ୍ଲଟରେ ଟିକେଟ ବୁକ କରାଯିବ । ସକାଳ 10.30, 12.30 ଓ ଅପରାହ୍ନ 02.30 ରହିଥିବାବେଳେ ପ୍ରତି ସ୍ଲଟରେ ମାତ୍ର 25 ଜଣ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.