ଲକ୍ଷ୍ନୌ: ବଢୁଛି ଦୁର୍ଷ୍କମ, ଥମୁନି ଲଜ୍ୟା । ହାଥରସ ପୀଡିତାଙ୍କ ଜୁଇ ନିଆଁ ନଲିଭିବା ଆଗରୁ ପୁଣି ଲିଭିଗଲା ଆଉ ଗୋଟିଏ ଜୀବନ ଦୀପ । ଉତ୍ତରପ୍ରଦେଶର ବଳରାମପୁର ଅଞ୍ଚଳରେ ଜଣେ 22ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି । ଘଟଣାରେ ଏବେ 2 ଜଣଙ୍କୁ ଗିରଫ କରିଛି ପୋଲିସ ।
ଗୋଟିଏ ଝିଅ କେବେ ସ୍ବାଧୀନତାରେ ବଞ୍ଚିବ ତାହା ଏକ ବଡ ପ୍ରଶ୍ନ । ହାଥରସ ପରେ ଏବେ ବଳି ପଡିଲା ବଳରାମପୁରର 22ବର୍ଷୀୟ ଯୁବତୀ । ଯୁବତୀ ଜଣଙ୍କ ଗତକାଲିି ବାଣିଜ୍ୟ ବିଭାଗରେ ନାଁ ଲେଖାଇବାକୁ ଘରୁ ସକାଳ 10ଟାରେ ବାହାରିଥିଲେ । ସେଠାରେ ତାଙ୍କର କିଛି ସାଙ୍ଗ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ଗାଡିରେ ବସାଇ ନେଇଥିଲେ । ଏକ କୋଠାଘରକୁ ନେଇ ପ୍ରଥମେ ନିଶା ଦେଇଥିଲେ ଓ ଜଣଙ୍କ ପରେ ଜଣେ ଯୁବତୀଙ୍କ ଉପରେ କରିଚାଲିଥିଲେ ପାଶବିକ ଅତ୍ୟାଚାର । ଖାଲି ସେତିକି ନୁହେଁ ରାକ୍ଷାସମାନେ ଯୁବତୀଙ୍କୁ ରକ୍ତାକ୍ତ କରି ରାସ୍ତାରେ ଫାେପାଡି ଦେଇଥିଲେ ।
ଏପଟେ ଝିଅ ଏତେ ସମୟ ଯାଏଁ ଘରକୁ ନଫେରିବାରୁ ଘରଲୋକ ବହୁତ ଖୋଜାଖୋଜି କଲେ । ରାତି 7ଟାରେ ବହୁତ କଷ୍ଟରେ ଘରେ ପହଞ୍ଚିଲେ । ଏପରି କେମିତି ହେଲା ଘରେ ପଚରାଉଚରା କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ସମୟରେ ବାଟରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଯୁବତୀଙ୍କୁ ଦୁର୍ଷ୍କମ ହୋଇଥିବା ଅଭିଯୋଗ କରି ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ପୀଡିତାଙ୍କ ମାଆ । ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିବା କବିଥିବା କହିଛନ୍ତି ବଲରାମପୁର ଏସପି ଦେବ ରଜଂନ ବର୍ମା ।