ETV Bharat / bharat

ପ୍ରତି 4ଜଣରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ , 94 ପ୍ରତିଶତ କେବଳ ସମ୍ପର୍କୀୟ - ଦେଶରେ ଅସୁରକ୍ଷିତ ନାରୀ

ନାରୀ ନିର୍ଯାତନା, ଉତ୍ପୀଡନ ଓ ଯୌନ ଶୋଷଣକୁ ନେଇ ଆସିଛି ଏକ ରିପୋର୍ଟ। କାମାନ୍ଧଙ୍କ ନଜରରେ ନାବାଳିକା । ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି । ଅଧିକ ପଢନ୍ତୁ...

ପ୍ରତି 4ଜଣରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ
ପ୍ରତି 4ଜଣରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ
author img

By

Published : Jan 11, 2020, 5:45 PM IST

ନୂଆଦିଲ୍ଲୀ: ନାରୀ ନିର୍ଯାତନା, ଉତ୍ପୀଡନ ଓ ଯୌନ ଶୋଷଣକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ପ୍ରତି 4ଟି ଦୁଷ୍କର୍ମ ଘଟଣାରେ ଜଣେ ନାବାଳିକା ଅଛନ୍ତି । ଏହି ରିପୋର୍ଟରେ ଏମିତି ଏକ ତଥ୍ୟ ରହିଛି ଯାହା ସମସ୍ତଙ୍କୁ ଚକିତ କରି ରଖିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(NCRB) ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ 94ପ୍ରତିଶତ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ପୀଡିତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି।

2018 ଅନୁଯାୟୀ, ସାରା ଦେଶରେ ଘଟୁଥିବା ଯୌନ ନିର୍ଯାତନା ଓ ଦୁଷ୍କର୍ମ ଘଟଣାର ପ୍ରତି 4 ଜଣଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି। 50 ପ୍ରତିଶତ ଘଟଣାରେ 18ରୁ 30 ବର୍ଷୀୟ ମହିଳା ଓ ଯୁବତୀ ଥିବା ସଦ୍ୟ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡରେ ଉଲ୍ଲେଖ ରହିଛି। ଏହି 94 ପ୍ରତିଶତ ଘଟଣାରେ, ଅଭିଯୁକ୍ତ ପୀଡିତାଙ୍କ ପରିବାରବର୍ଗ, ସାଙ୍ଗସାଥୀ, ସହକର୍ମୀ ଓ ଅନ୍ୟାନ୍ୟ ଲୋକ ରହିଛନ୍ତି ।

2018ରେ 33,356 ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ଯେଉଁଥିରେ 33,977ଜଣ ପୀଡିତା ଥିଲେ। ହାରାହାରି ପ୍ରତିଦିନ 89ଜଣ ଦୁଷ୍କର୍ମର ଶିକାର ହେଉଥିବା ଜଣାପଡିଛି। 2007ରେ 32,559 ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ, 2016ରେ 38,947 ମାମଲା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ମୋଟାମୋଟି ଭାବେ କହିବାକୁ ଗଲେ, 72.2 ପ୍ରତିଶତ ଦୁଷ୍କର୍ମ ଘଟଣା 18 ବର୍ଷରୁ ଊର୍ଦ୍ଧ୍ବ ଯୁବତୀଙ୍କ ମଧ୍ୟରେ ଘଟୁଛି । 27.8 ପ୍ରତିଶତ 18 ବର୍ଷରୁ କମ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। 2008ରେ 51.9 ପ୍ରତିଶତ ଦୁଷ୍କର୍ମ ପୀଡିତା(17,636) ଙ୍କ ବୟସ ସୀମା 18ରୁ 30 ମଧ୍ୟରେ ରହିଛି । 18 ପ୍ରତିଶତ(6108)ରୁ ଊର୍ଦ୍ଧ୍ବ 30 ବର୍ଷରୁ 40 ବର୍ଷୀୟ ମହିଳା ଏହି କୁକର୍ମର ସାମ୍ନା କରିଛନ୍ତି । 2.1 ପ୍ରତିଶତ(727) ଘଟଣା 45ରୁ 60 ବର୍ଷୀୟ ମହିଳା କ୍ଷେତ୍ରରେ ରହିଛି । 0.2 ପ୍ରତିଶତ(73) ଘଟଣା 60ରୁ ଊର୍ଦ୍ଧ୍ବ ଓ 73 ମଧ୍ୟରେ ରହିଛି।

ଏନସିଆରବି ରିପୋର୍ଟ ଅନୁଯାୟୀ, 14.1 ପ୍ରତିଶତ ଦୁଷ୍କର୍ମ ପୀଡିତା(4776)ଙ୍କ ବୟସ 16ରୁ 18 ବର୍ଷ ମଧ୍ୟରେ ରହିଛି। 10.6 ପ୍ରତିଶତ(3616) ମଧ୍ୟରେ 12ରୁ 16 ବର୍ଷର ନାବାଳିକା ରହିଛନ୍ତି । 2.2ପ୍ରତିଶତ(757) ମଧ୍ୟରେ 6ରୁ 12 ବର୍ଷୀୟ ଶିଶୁ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି। 0.8 ପ୍ରତିଶତ(281) 6ବର୍ଷରୁ କମ ଥିବା ରିପୋର୍ଟରେ କୁହାଯାଇଛି।

ନାରୀଙ୍କ ପ୍ରତି ସବୁଠାରୁ ଅସୁରକ୍ଷିତ ସ୍ଥାନ ଭାବେ ମଧ୍ୟପ୍ରଦେଶ(5433) ସର୍ବ ପ୍ରଥମେ, ଏହା ପରେ ରାଜସ୍ଥାନ(4335), ଉତ୍ତରପ୍ରଦେଶ (3946), ମହାରାଷ୍ଟ୍ର(21.42), ଛତିଶଗଡ(2091),କେରଳ(1945), ଆସାମ(1648), ଦିଲ୍ଲୀ(1215), ହରିଆଣା(1296), ଝାଡଖଣ୍ଡ(1090) ଶେଷରେ ରହିଛି ପଶ୍ଚିମବଙ୍ଗ(1,069)। ଏହି ତଥ୍ୟ 2018 ଅନୁଯାୟୀ ଉଲ୍ଲେଖ କରାଯାଇଛି ।

ଏନସିଆରବି ଅନୁଯାୟୀ ମଧ୍ୟ, ପ୍ରତି 94ପ୍ରତିଶତ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ପୀଡିତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । 33, 356 ଘଟଣାରୁ 15,972 ଘଟଣା ସମ୍ପର୍କୀୟ ବନ୍ଧୁ, ପଡୋଶୀ, ସହକର୍ମୀ କିମ୍ବା କୌଣସି ଜଣାଶୁଣା ବ୍ୟକ୍ତି ଏହି ଏଭଳି ଅମାନୁଷିକ କାଣ୍ଡ ଘଟାଉଛନ୍ତି । ସେହିପରି 12,568 ଅଭିଯୁକ୍ତ ଅନଲାଇନ ଫ୍ରେଣ୍ଡ, ବିବାହ ପ୍ରତିଶ୍ରୃତି ଦେଇ ଯୌନ ଶୋଷଣ କରିଥାନ୍ତି । 2780 ମାମଲା ମଧ୍ୟରୁ ପୀଡିତା ନିଜ ପରିବାର ବର୍ଗଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି । ଆଉ ପରିସଂଖ୍ୟନ ଅନୁଯାୟୀ, କେବଳ 2036ଟି ମାମଲାରେ ପୀଡିତାଙ୍କ ଜଣାଶୁଣା। ଗୃହ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଭାରତୀୟ ଦଣ୍ଡ ସଂହିତା, ସ୍ବତନ୍ତ୍ର ଓ ଆଞ୍ଚଳିକ ନିୟମାବଳୀ ଆଧାରେ ଏହି ତଥ୍ୟ ପ୍ରକାଶ କରିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.