ETV Bharat / bharat

କୋରୋନା ୱାର୍ଡରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଅଭିଯୋଗ - ରିମ୍ସ ମେଡିକାଲ

ଝାଡଖଣ୍ଡ ରିମ୍ସ ମେଡିକାଲରୁ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସିନିୟର ଡାକ୍ତର କୋରୋନା ୱାର୍ଡରେ ଜୁନିୟର ଡାକ୍ତରଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି ।

_rape
କୋରୋନା ୱାର୍ଡରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଅଭିଯୋଗ
author img

By

Published : May 30, 2020, 10:37 AM IST

ରାଞ୍ଚି: ଝାଡଖଣ୍ଡ ରିମ୍ସ ମେଡିକାଲରୁ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସିନିୟର ଡାକ୍ତର କୋରୋନା ୱାର୍ଡରେ ଜୁନିୟର ଡାକ୍ତରଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ,ଝାଡଖଣ୍ଡର ସବୁଠାରୁ ବଡ ଡାକ୍ତରଖାନା ରିମ୍ସରେ ଏନେସ୍ଥେସିୟା ବିଭାଗର ଜଣେ ଜୁନିଅର ଡାକ୍ତର କୋରୋନା ୱାର୍ଡରେ ଡ୍ୟୁଟି କରୁଥିଲେ । କ୍ରିଟିକାଲ କେୟାରର ଜଣେ ଡାକ୍ତରଙ୍କର ମଧ୍ୟ ସେଠାରେ ଡ୍ୟୁଟି ଥିଲା ।

ମହିଳା ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ଗତ ମେ 28ରେ ସେ ଡ୍ୟୁଟି କରୁଥିବା ସମୟରେ ସିନିୟର ଡାକ୍ତର ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ସେ ଏନେଇ ପ୍ରଥମେ ରିମ୍ସ ନିର୍ଦ୍ଦେଶକ ଡ. ଡି.କେ ସିଂଙ୍କୁ ଜଣାଇଥିଲେ।

ଏହି ମାମଲାକୁ ନେଇ ନିର୍ଦ୍ଦେଶକ ଡ.ଡିକେ ସିଂ କହିଛନ୍ତି, ପୀଡିତା ଡାକ୍ତର ଜଣଙ୍କ କୋରୋନା ୱାର୍ଡରେ କାମ କରୁଥିଲେ । ସେ ଲିଖିତ ରୂପେ ଏନେଇ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡା ପୋଲିସ ଷ୍ଟେସନରେ ଅଭିଯୁକ୍ତ ଡାକ୍ତରଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ଏପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.