ETV Bharat / bharat

ଡିଏମକେ ସୁପ୍ରିମୋ ଷ୍ଟାଲିନଙ୍କ ଘର ସାମ୍ନାରେ ସିଏଏ ବିରୋଧୀ ରଙ୍ଗୋଲି

author img

By

Published : Dec 30, 2019, 9:38 AM IST

ଚେନ୍ନାଇରେ ରଙ୍ଗୋଲି ପାଲଟିଛି ବିରୋଧ ପ୍ରଦର୍ଶନର ନୂଆ ଉପାୟ । ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ ଏବଂ ଡିଏମକେ ସାଂସଦ କନିମୋଝିଙ୍କ ଘର ବାହାରେ ରଙ୍ଗୋଲି ପ୍ରସ୍ତୁତ ହୋଇଛି, ଯେଉଁଥିରେ ସିଏଏ ଏବଂ ଏନଆରସିକୁ ବିରୋଧ କରାଯାଇଛି ।

caa nrc protest
ଫଟୋ ସୌଜନ୍ୟ: ଏଏନଆଇ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି। ଏହି ଆଇନ୍‌ ବିରୋଧରେ ସୋମବାର ଚେନ୍ନାଇରେ ରଙ୍ଗୋଲି ଜରିଆରେ ବିରୋଧ ପ୍ରଦର୍ଶନ କରିଛନ୍ତି ପ୍ରଦର୍ଶନକାରୀ । ଦ୍ରାବିଡ ମୁ୍ନ୍ନିତ୍ର କଜଗମ(ଡିଏମକେ) ସୁପ୍ରିମୋ ଏମକେ ଷ୍ଟାଲିନ ଏବଂ ଡିଏମକେ ସାଂସଦ କନିମୋଝିଙ୍କ ଘର ବାହାରେ ରଙ୍ଗୋଲି ପ୍ରସ୍ତୁତ ହୋଇଛି, ଯେଉଁଥିରେ ସିଏଏ ଏବଂ ଏନଆରସିକୁ ବିରୋଧ କରାଯାଇଛି ।

ତେବେ ଡିଏମକେର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ନିଜ ନିଜ ଘର ବାହାରେ ରଙ୍ଗୋଲି କରି ଏନଆରସି ଏବଂ ସିଏଏକୁ ବିରୋଧ କରିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଯାହାର ଶୁଭାରମ୍ଭ ମୁଖିଆ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚେନ୍ନାଇରେ ଏନଆରସି, ସିଏଏ ଏବଂ ଜାତିୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ବିରୋଧରେ ରବିବାର କିଛି ମହିଳା ରଙ୍ଗୋଲି ଜରିଆରେ ପ୍ରଦର୍ଶନ କରିଥିଲେ । ଏହି ରଙ୍ଗୋଲିରେ ସେମାନେ ନୋ ଟୁ ସିଏଏ, ନୋ ଟୁ ଏନଆରସି ଏବଂ ନୋ ଟୁ ଏନପିଆର ବୋଲି ଲେଖିଥିଲେ । ତେବେ ଏହାପରେ ପୋଲିସ ଘଟଣାରେ ସମ୍ପୃକ୍ତ 6 ଜଣ ମହିଳାଙ୍କୁ ଅଟକ ରଖିଥିଲା। ପରେ ସେମାନଙ୍କୁ ମୁକ୍ତ କରିଦିଆଯାଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.