ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିର ପ୍ରସିଦ୍ଧ ଡାକ୍ତରଖାନା ରିମ୍ସରେ 60 ଲକ୍ଷ ଟଙ୍କା ବ୍ୟୟରେ ଶବବ୍ୟବଚ୍ଛେଦ ଗୃହ ନିର୍ମାଣ କରାଯାଇଛି । ହେଲେ ଏହି ଗୃହ 60 ଦିନ ବି ଚାଲିଲା ନାହିଁ । ବର୍ତ୍ତମାନ ପରିସ୍ଥିତି ହେଉଛି କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ଆସିବାକୁ 5 ରୁ 7 ଦିନ ସମୟ ଲାଗୁଛି । ଆଉ ଏହି ସମୟରେ ଯଦି କୌଣସି ସନ୍ଦିଗ୍ଧଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ଶରୀରକୁ ସୁରକ୍ଷିତ ରଖିବା ବାଧ୍ୟତାମୂଳକ । ଏବେ ଏହି ଗୃହରେ ମୃତଦେହ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି ।
ଯେତେବେଳେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କୋରୋନାରେ ପ୍ରାଣ ହରାଏ, ତାର ଯାଞ୍ଚ ରିପୋର୍ଟ ଆସିବାକୁ ବହୁ ସମୟ ଲାଗେ । ସେହି ସମୟ ଭିତରେ ମୃତଦେହକୁ ବ୍ୟବଛେଦ ଗୃହରେ ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଏ । କିନ୍ତୁ ରାଜ୍ୟର ବୃହତ୍ତମ ଡାକ୍ତରଖାନା ରିମ୍ସର ଶବ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । 50 ଟି ମୃତଦେହକୁ ମାସ ମାସ ଧରି ରଖିବା ଦାବିରେ ରିମ୍ସରେ ଏହି ଗୃହ ନିର୍ମିତ ହୋଇଥିଲା । ଏହି ଗୃହଟି ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ରିମ୍ସ ଦ୍ବାରା ପରୀକ୍ଷା କରାଯାଇଥିଲା । ମାତ୍ର କିଛି ମାସ ମଧ୍ୟରେ ଏହା ଏତେ ଖରାପ ହୋଇଗଲା ଯେ କୌଣସି ମୃତଦେହ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଖରାପ ହେବାକୁ ଲାଗିଲା ।
ଏନେଇ ସାଧାରଣାରେ ପ୍ରଶ୍ନ ହେବାକୁ ଲାଗିଲା । ତେବେ ରିମ୍ସ ଅଧୀକ୍ଷକ ଡକ୍ଟର ବିବେକ କାଶ୍ୟପଙ୍କୁ ଏବାବାବଦରେ ପ୍ରଶ୍ନ କରାଯିବାରୁ ସେ କହିଲେ, ଏହି ବ୍ୟବଚ୍ଛେଦ ଗୃହକୁ ବାର୍ଷିକ ରକ୍ଷଣାବେକ୍ଷଣ ମୂଲ୍ୟ (ଏମସି) ଦିଆନଯିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ବ୍ୟବଚ୍ଛେଦ ଗୃହର ବିଦ୍ୟୁତ ସପ୍ଲାଇଠାରୁ ଆରମ୍ଭ କରି ନିଷ୍କାସିତ ଫ୍ୟାନ୍ ପର୍ଯ୍ୟନ୍ତ ଅଭାବ ଥିବାରୁ ଭିତରର ତାପମାତ୍ରା ହ୍ରାସ ହେଲା ନାହିଁ । ଫଳରେ ମୃତଦେହକୁ ଦୀର୍ଘ ସମୟ ଧରି ରଖାଯାଇ ପାରୁନାହିଁ । ଯଦି ଏହାକୁ ଠିକ କରାଯାଏ ତେବେ2-3 ଦିନରେ ସଂଶୋଧନ କରାଯାଇ ପାରିବ ।
ମୃତଶରୀରକୁ ସୁରକ୍ଷିତ ରଖିବାରେ ସକ୍ଷମ ନହେବା କେବଳ ଅମାନବୀୟ ନୁହେଁ ବରଂ ଆଇନଗତ ଅପରାଧ ମଧ୍ୟ । କେବଳ ଯେ ଏତିକି ନୁହେଁ ଅନେକ ପୋଲିସର ତଦନ୍ତ ବେଳେ ଏହି ବ୍ୟବଚ୍ଛେଦ ଗୃହର ଆବଶ୍ୟକ ପଡେ । ଏଭଳି ପରିସ୍ଥିତିରେ ରିମ୍ସ କର୍ତ୍ତୃପକ୍ଷ ଏହାକୁ ଅବହେଳା କରିଛି । ତେବେ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ରିମ୍ସର ପରିଚାଳନା ପରିଷଦର ସଦସ୍ୟ ଡକ୍ଟର ଆର.ପି ଶ୍ରୀବାସ୍ତବଙ୍କୁ ଏହି ବ୍ୟବଚ୍ଛଦେ ଗୃହକୁ ଯଥାଶୀଘ୍ର ଠିକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।