ETV Bharat / bharat

ଦେବଘର କୋଷାଗାର ମାମଲାରେ ଲାଲୁଙ୍କୁ ଜାମିନ୍‌

ଦେବଘର କୋଷାଗାର ମାମଲାରେ ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି ।

ଫାଇଲ ଫଟୋ
author img

By

Published : Jul 12, 2019, 11:52 PM IST

ପାଟନା: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଦେବଘର କୋଷାଗାର ମାମଲାରେ ରାଞ୍ଚିର ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ କୋର୍ଟ ତାଙ୍କୁ 50 ହଜାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ କୋର୍ଟ ଲାଲୁଙ୍କୁ ତାଙ୍କ ପାସପୋର୍ଟ ଜମା କରିବାର ଆଦେଶ ଦେଇଛନ୍ତି ।

ଦେବଘର କୋଷାଗାର ମାମଲାରେ ସିବିଆଇର ଅଦାଲତ ଲାଲୁଙ୍କୁ ତିନି ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ । ଏହି ମାମଲାରେ ସେ ଦେଢ ବର୍ଷ ହେବ ଜେଲରେ ଅଛନ୍ତି । ପାଖାପାଖି ଅଧା ଦଣ୍ଡ ଭୋଗିସାରିଥିବାରୁ ସେ ଜାମିନ ପାଇଁ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି ଆଜି ରାଞ୍ଚି କୋର୍ଟରେ ହୋଇଥିଲା ।

ତେବେ ଜାମିନ୍‌ ମିଳିବା ସତ୍ବେ ଲାଲୁ ଜେଲରୁ ମୁକୁଳି ପାରିବେ ନାହିଁ । କାରଣ ସେ ଅନ୍ୟ ଦୁଇଟି ଚାଇବାସା ଓ ଦୁମକା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.