ETV Bharat / bharat

ଆଜି ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ଜନ୍ମଦିନ - ramoji rao turns 85

ଆଜି ଇଟିଭି ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କ ଜନ୍ମଦିନ । 85 ବୟସରେ ପାଦ ଦେଲେ ଏହି ବଳିଷ୍ଠ ବ୍ୟକ୍ତିତ୍ବ । ଅଧିକ ପଢନ୍ତୁ...

85 ବର୍ଷରେ ପଦାର୍ପଣ କଲେ ରାମୋଜୀ ରାୟ
85 ବର୍ଷରେ ପଦାର୍ପଣ କଲେ ରାମୋଜୀ ରାୟ
author img

By

Published : Nov 16, 2020, 8:16 AM IST

Updated : Nov 16, 2020, 9:31 AM IST

ହାଇଦ୍ରାବାଦ: ଆଜି ହେଉଛି ରାମୋଜୀ ଗ୍ରୁପର ଚେୟାରପର୍ସନ ରାମୋଜୀ ରାଓଙ୍କ ଜନ୍ମଦିନ । 85 ବୟସରେ ପାଦ ଦେଲେ ଏହି ବଳିଷ୍ଠ ବ୍ୟକ୍ତିତ୍ବ । 1936 ମସିହା ଆଜିର ଦିନରେ ଆନ୍ଧ୍ରପ୍ରଦେଶର ପେଡାପାରୁପୁଡିରେ ଜନ୍ମ ଗ୍ରହଣ କରିଥିଲେ ସେ ।

ତେଲେଙ୍ଗାନାର ଜଣେ ପ୍ରମୁଖ ଉଦ୍ୟୋଗପତି ଭାବେ ଜଣାଶୁଣା ଶ୍ରୀ ରାୟ ବହୁ ଗୁଣର ଅଧିକାରୀ । ସେ ଏକଧାରରେ ଫିଲ୍ମ ପ୍ରଯୋଜକ, ଶିକ୍ଷାବିତ, ସାମ୍ବାଦିକ, ବ୍ୟବସାୟୀ ଭାବେ ଜଣାଶୁଣା । କିନ୍ତୁ ତେଲୁଗୁ ଫିଲ୍ମ,ମାଲାୟଲମ,କନ୍ନଡ, ତାମିଲ ସିନେମାରେ ଅତୁଳନୀୟ ଅବଦାନ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।

ତାଙ୍କ ଦ୍ବାରା ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରତିଷ୍ଠିତ ‘ରାମୋଜୀ ଫିଲ୍ମ ସିଟି’ ଦୁନିଆର ସବୁଠୁ ବଡ ଫିଲ୍ମ ସିଟି । ହେଲେ ଗଣମାଧ୍ୟମ ଦୁନିଆରେ ତାଙ୍କର ରହିଛି ବିଶିଷ୍ଠ ଅବଦାନ, ତାଙ୍କ ଦ୍ବାରା ପରିଚାଳିତ ‘ଇନାଡୁ’ ପେପର ତେଲେଙ୍ଗାନାରେ ଏକ ପ୍ରମୁଖ ଖବରକାଗଜ ଅଟେ । ସେହିପରି ‘ଇଟିଭି’ନେଟୱାର୍କ ଘରେ ଘରେ ପରିଚିତ । ବିଜନେସମ୍ୟାନ ଭାବେ ଜଣାଶୁଣା ଶ୍ରୀ ରାଓଙ୍କ ଲେଖିବା ଓ ପଢିବା ପ୍ରତି ରହିଛି ବିଶେଷ ଆଗ୍ରହ ।

ଶ୍ରୀରାଓଙ୍କ ଜନ୍ମଦିନରେ ‘ଇଟିଭି ଭାରତ’ ପକ୍ଷରୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 16, 2020, 9:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.