ଡେରାଡୁନ: ବିଶ୍ବ ପ୍ରସିଦ୍ଧ କର୍ବେଟ ନ୍ୟାସନାଲ ପାର୍କରେ ଭ୍ରମଣ କରିବାକୁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପର୍ଯ୍ୟଟକଙ୍କ ପାଇଁ ଅନଲାଇନ ବୁକିଂ ଆରମ୍ଭ ହେବ । ଏହି ଜାତୀୟ ଉଦ୍ୟାନରେ ବାଘକୁ ଦେଖିବା ପାଇଁ ଦେଶ-ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି ।
ପ୍ରତିବର୍ଷ 15 ଅକ୍ଟୋବରରୁ ବିଜରାନୀ ଜୋନ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥାଏ ଓ ଢିକାଲା ଜୋନ 15ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥାଏ । ଚଳିତବର୍ଷ ବି କର୍ବେଟ ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ଅନଲାଇନ ବୁକିଂ ଆରମ୍ଭ ହେବ । କିନ୍ତୁ କୋରୋନା କାରଣରୁ ଅନେକ ସୀମା ସିଲ ରହିଥିବାରୁ ଆଶଙ୍କା ଉପୁଜୁଛି କିପରି ପର୍ଯ୍ୟଟକ କର୍ବେଟ ପାର୍କରେ ପହଞ୍ଚିବେ ।
ସୂଚନାଥାଉକି, କୋରୋନା ମହାମାରୀ କାରଣରୁ 24ମାର୍ଚ୍ଚରୁ ଏହି ଜାତୀୟ ଉଦ୍ୟାନର ସଫାରୀ ଜୋନ ବନ୍ଦ କରି ଦିଆଯାଇଥିଲା ।
ସିଟିଆର ଉପନିର୍ଦ୍ଦେଶକ କଲ୍ୟାଣୀ କହିଛନ୍ତି ଯେ, ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଅନଲାଇନ ବୁକିଂ ଆରମ୍ଭ ହେବ । ଏହି ବୁକିଂ ଜରିଆରେ ବିଜରାନୀ ଜୋନ ଓ ଢିରାଲା ଜୋନ ସମତେ ଅନ୍ୟ ସମସ୍ତ ଜୋନର ବୁକିଂ କରାଯାଇ ପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ