ETV Bharat / bharat

କାଠ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ ରାମଲାଲା

ରାମ ମନ୍ଦିର ପୂର୍ଣ୍ଣାଙ୍ଗ ହେବା ପାଇଁ 2ବର୍ଷ ସମୟ ଲାଗିବାକୁ ଥିବା ବେଳେ ମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲାଲାଙ୍କୁ କାଠରେ ତିଆରି ବୁଲେଟ ପ୍ରୁଫ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ଅଧିକ ପଢନ୍ତୁ...

author img

By

Published : Feb 9, 2020, 4:34 PM IST

_ramlala will live in a temple made of wood and bulletproof glass
ramlala will live in a temple made of wood and bulletproof glass

ଲକ୍ଷ୍ନୌ: ଅଯୋଧ୍ୟାରେ ଦୁଇ ଏପ୍ରିଲ ରାମନବମୀ ଦିନରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯଥେଷ୍ଟ ସମ୍ଭାବନା ରହିଛି । କେନ୍ଦ୍ର ସରକାର ଏଥିପାଇଁ ଟ୍ରଷ୍ଟ ଗଠନ କରି ନାମ 'ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର' ରଖିଛନ୍ତି । ରାମ ମନ୍ଦିର ପୂର୍ଣ୍ଣାଙ୍ଗ ହେବା ପାଇଁ ଅନେକ ଦିନ ଲାଗିବାକୁ ଥିବା ବେଳେ ମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲାଲାଙ୍କୁ କାଠରେ ତିଆରି ବୁଲେଟ ପ୍ରୁଫ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ ।

ସୂଚନା ଅନୁସାରେ ମନ୍ଦିର ନିର୍ମାଣ ପାଇଁ 'ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର' ଟ୍ରଷ୍ଟ ଗଠନ ପରେ ଏବେ ମନ୍ଦିର ଡିଜାଇନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ମନ୍ଦିର କେଉଁ ମଡେଲରେ ନିର୍ମାଣ ହେବ ? ବିଶ୍ବ ହିନ୍ଦୁ ପରିଷଦର 1987 ମଡେଲ ଅନୁସାରେ ଖମ୍ଭ ଉପରେ ନିର୍ମାଣ ହେବ ନା ନୂତନ ମଡେଲ ମୁତାବକ ନୂଆ ପଥରରେ ତିଆରି ହେବ ଏହା ଉପରେ ବୋର୍ଡ ଓ ଟ୍ରଷ୍ଟି ନିଷ୍ପତ୍ତି ନେବେ । ଆସନ୍ତା ସପ୍ତାହରେ ଏନେଇ ବୈଠକ ଅନୁଷ୍ଠିତ ହେବ ।

ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ର 27 ବର୍ଷ ହେଲା ଟେଣ୍ଟରେ ବିରାଜମାନ ରାମଲାଲା କେଉଁଠାରେ ବିରାଜମାନ କରିବେ । ଏହା ଉପରେ ଏବେ ନିଷ୍ପତ୍ତି ନିଆଯାଇଛି । ଅଯୋଧ୍ୟା ମାମଲାରେ ଗୃହ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ ରାମଲାଲାଙ୍କୁ ଅବସ୍ଥାପିତ କରିବା ପାଇଁ କାଷ୍ଠରେ ନିର୍ମିତ ବୁଲେଟ ପ୍ରୁଫ ଅସ୍ଥାୟୀ ମନ୍ଦିରର ଦିଲ୍ଲୀରେ ପ୍ରସ୍ତୁତ ହୋଇଛି । ବାତାନୁକୂଳ ଏହି ବୁଲେଟ ପ୍ରୁଫ ମନ୍ଦିରରେ ରହିବେ ରାମଲାଲା ।

ରାମ ମନ୍ଦିର 106 ଖମ୍ବ ଉପରେ ଦୁଇ ମହଲା ବିଶିଷ୍ଟ ହେବ । ଏଥିପାଇଁ 60ରୁ 70 ପ୍ରତିଶତ ପଥର ପ୍ରସ୍ତୁତ ହୋଇ ରହିଛି । ବିଶ୍ବ ହିନ୍ଦୁ ପରିଷଦ ମଡେଲକୁ ବାଦ ଦେଇ ମନ୍ଦିର ନିର୍ମାଣ କରାଗଲେ , ଏହା ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେବା ପାଇଁ 25 ବର୍ଷ ସମୟର ଲାଗିପାରେ ।

ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ ମଡେଲ ଓ ନୂତନ ମଡେଲକୁ ସମର୍ଥନ ଓ ବିରୋଧକୁ ନେଇ ଭିନ୍ନ ଭିନ୍ନ ତର୍କ ରହିଛି । ବିଶ୍ବ ହିନ୍ଦୁ ପରିଷଦ ମଡେଲ ଅନୁସାରେ ବିଶେଷଜ୍ଞଙ୍କ ମତ ଭିନ୍ନ ରହିଛି । ଏହି ମଡେଲ ଅନୁଯାୟୀ ମନ୍ଦିର ଭବ୍ୟ ପରିଦୃଶ୍ୟ ହେବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ଦଳ । ଏଥିପାଇଁ ନୂତନ ମଡେଲକୁ ବିଚାରକୁ ନିଆଯିବା ଉଚିତ ବୋଲି ସେମାନେ ମତ ରଖିଛନ୍ତି ।

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.