ETV Bharat / bharat

ଆରପାରିରେ ରାମାୟଣର ସୁଗ୍ରୀବ - ramayanas sugrive shyam sunder kalani died

ବହୁ ଲୋକପ୍ରିୟ ରାମାନନ୍ଦ ସାଗରଙ୍କ ରାମାୟଣର ସୁଗ୍ରୀବ ଚଚିତ୍ରରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କ ନିଧନ ହୋଇଯାଇଛି । ସେ ବିଗତ କିଛି ସମୟରୁ କ୍ୟାନସରରେ ପୀଡିତ ଥିଲେ ।

ramayan
ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କ ନିଧନ
author img

By

Published : Apr 9, 2020, 4:46 PM IST

ନୂଆଦିଲ୍ଲୀ: ଭାରତୀୟ ରାମାୟଣ ଜଗତକୁ ଶକ୍ତ ଝଟକା । ବହୁ ଲୋକପ୍ରିୟ ରାମାନନ୍ଦ ସାଗରଙ୍କ ରାମାୟଣର ସୁଗ୍ରୀବ ଚଚିତ୍ରରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କ ନିଧନ ହୋଇଯାଇଛି । ସେ ବିଗତ କିଛିଦିନରୁ କ୍ୟାନସରରେ ପୀଡିତ ଥିଲେ । ସେ ଏପ୍ରିଲ 6 ରେ ତାଙ୍କ ନିଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶ୍ୟାମ ସୁନ୍ଦରଙ୍କ ଦେହାନ୍ତ ହିମାଚଳ ପ୍ରଦେଶର କାଙ୍ଗରାରେ ହୋଇଥିବା ଜଣାପଡିଛି। ଏହି ଖବର ଶୁଣିବା ପରେ ଭାରତୀୟ ରାମାୟଣ ଜଗତରେ ଶୋକର ଛାୟା ଖେଳିଯାଇଛି ।

ramayan
ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କ ନିଧନ

ଏହି ସମ୍ପର୍କରେ ରାମାୟଣରେ ରାମ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି ଯେ, "ରାମାନନ୍ଦ ସାଗରର ରାମାୟଣର ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମସୁନ୍ଦର ଏବେ ଆଉ ଆମ ଗହଣରେ ନାହାଁନ୍ତି । ସେ ଜଣେ ଉଚ୍ଚକୋଟିର ବ୍ୟକ୍ତିତ୍ବ ଥିଲେ । ଭଗବାନ ତାଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ "।

ramayan
ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କ ନିଧନ

ଲକ୍ଷ୍ମଣ ଚରିତ୍ରରେ ଥିବା ଅଭିନେତା ସୁନିଲ ଲହରି ମଧ୍ୟ ନିଜ ଟ୍ବିଟର ପେଜରେ ସୁନ୍ଦରଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ନିଧନ ଖବର ଶୁଣି ଅତ୍ୟନ୍ତ ମର୍ମାହତ । ଏଭଳି ଦୁଃଖ ସମୟରେ ଭଗବାନ ତାଙ୍କ ପରିବାରଙ୍କୁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି।

ଆମେ କହି ରଖୁଛୁ ଯେ, ଶ୍ୟାମ ସୁନ୍ଦର କଲାନୀ ରାମାୟଣରୁ ପ୍ରଥମେ ନିଜ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଏହା ତାଙ୍କୁ ଏତେ ସଫଳତା ଦେଇ ନଥିଲେ ମଧ୍ୟ ରାମାୟଣ ସିରିୟଲ ଭାରତୀୟ ଟେଲିଭିଜନ ଇତିହାସର ସବୁଠୁ ସଫଳ ସିରିୟଲ ଭାବେ ଆଜି ବି ଗଣାଯାଏ । ଦୂରଦର୍ଶନରେ ରାମାୟଣ ପ୍ରଥମଥର 1987 ମସିହାରେ ପ୍ରସାରଣ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.