ETV Bharat / bharat

8 କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ: ପାସୱାନ

author img

By

Published : May 17, 2020, 10:38 AM IST

ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ବର୍ତ୍ତମାନ ଏହି ଶ୍ରମିକମାନଙ୍କୁ ଯଥାଶୀଘ୍ର ମାଗଣା ଶସ୍ୟ ଯୋଗାଇବାକୁ ଚାହୁଁଛନ୍ତି।

ram  vilas paswan
8 କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ମେ 12 ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ 2ମାସ ମାଗଣା ଖାଦ୍ୟ ସାମଗ୍ରୀ ଦେବାକୁ ଘୋଷଣା କରିଥିଲେ। ଯେଉଁମାନଙ୍କର ରାସନ୍ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ସାମଗ୍ରୀ ଦିଆଯିବା ନେଇ କୁହାଯାଇଥିଲା । ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ବର୍ତ୍ତମାନ ଏହି ଶ୍ରମିକମାନଙ୍କୁ ଯଥାଶୀଘ୍ର ମାଗଣା ଶସ୍ୟ ଯୋଗାଇବାକୁ ଚାହୁଁଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା 8 କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ଘୋଷଣା କରାଯିବା ପରେ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ଭିଲାସ୍ ପାସୱାନ ଶନିବାର ଉପସ୍ଥିତ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବାକୁ କରିଛନ୍ତି।

ପାସୱାନ୍ କହିଛନ୍ତି ଯେ ବର୍ତ୍ତମାନ ମାଗଣା ଖାଦ୍ୟ ସାମଗ୍ରୀ ପାଇବାକୁ ଥିବା ପ୍ରବାସୀମାନଙ୍କ ପାଇଁ ଏକ ଅସ୍ଥାୟୀ ଆକଳନ ପ୍ରସ୍ତୁତ କରାଯାଇଛି। ଏହି ଅନୁଯାୟୀ, ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ଯେଉଁ ରାଜ୍ୟରେ ଯେତିକି ହିତାଧିକାରୀ ଅଛନ୍ତି, ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀର 10 ପ୍ରତିଶତ ପ୍ରବାସୀ ଶ୍ରମିକଙ୍କୁ ଦିଆଯିବ ।

ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ଖାଦ୍ୟ ସଚିବଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଉପଭୋକ୍ତା ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନେକ ରାଜ୍ୟ ନିଜ ରାଜ୍ୟରେ ଉପସ୍ଥିତ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଦେବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରିବାକୁ ଦାବି କରିଛନ୍ତି। କେତେକ ରାଜ୍ୟ କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଲଙ୍ଗର୍ ମାଧ୍ୟମରେ ଶ୍ରମିକମାନଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ କେତେକ ରାଜ୍ୟ କହିଛନ୍ତି ଯେ ସେମାନଙ୍କ ରାଜ୍ୟରେ ଥିବା ପ୍ରବାସୀ ଶିବିରରେ ରହୁଥିବା ଶ୍ରମିକଙ୍କୁ କୁପନ୍ ଦେବା ପାଇଁ ବ୍ୟବସ୍ଥା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.