ETV Bharat / bharat

କୋରୋନା ସତର୍କତା: ଘୁଞ୍ଚିଲା ରାମ ମନ୍ଦିର ଟ୍ରଷ୍ଟ ବୈଠକ

author img

By

Published : Mar 26, 2020, 11:05 AM IST

ଘୁଞ୍ଚିଲା ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ । ଅପ୍ରେଲ 4 ତାରିଖରେ ହେବାକୁ ଥିବା ଏହି ବୈଠକକୁ ଲକ୍‌ଡାଉନ୍‌ କାରଣରୁ ଘୁଞ୍ଚାଇ ଦିଆଯାଇଛି ।

Ram temple trust
କୋରୋନା ସତର୍କତା: ଘୁଞ୍ଚିଲା ରାମ ମନ୍ଦିର ଟ୍ରଷ୍ଟ ବୈଠକ

ଲକ୍ଷ୍ନୌ: ଘୁଞ୍ଚିଲା ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ । ଅପ୍ରେଲ 4 ତାରିଖରେ ହେବାକୁ ଥିବା ଏହି ବୈଠକକୁ ଲକ୍‌ଡାଉନ୍‌ କାରଣରୁ ଘୁଞ୍ଚାଇ ଦିଆଯାଇଛି । ସୂଚନା ଥାଉକି, ଏହି ବୈଠକ ପରେ ଭୂମି ପୂଜା ପାଇଁ ତାରିଖ ଘୋଷଣା ହେବ ବୋଲି କୁହାଯାଉଥିଲା ।

ତେବେ ଟ୍ରଷ୍ଟ ଗଠନ ହେବା ପରଠୁ ଏହା ଦ୍ବିତୀୟ ବୈଠକ ହୋଇଥାନ୍ତା । ପୂର୍ବରୁ ଫେବୃଆରୀ 19 ତାରିଖରେ ଦିଲ୍ଲୀରେ ଏହାର ପ୍ରଥମ ବୈଠକ ବସିଥିଲା । ଯେଉଁଠାରେ ମହନ୍ତ ର୍ନିତ୍ୟା ଗୋପାଳ ଦାସଙ୍କୁ ଟ୍ରଷ୍ଟର ମୁଖ୍ୟ ଓ ଭିଏଚ୍‌ପି ନେତା ଚମ୍ପତ ରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ବଛାଯାଇଥିଲା ।

ଏହି ଦ୍ବିତୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା । ତେବେ ଦେଶକୁ କୋରୋନା ଲାଗି 21 ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ବୈଠକକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.